୫ ଟି ରେ ସାମିଲି ହେଲା କୋଣାର୍କ ହାଇସ୍କୁଲ : ୪୫ ଲକ୍ଷ ବ୍ୟୟ ରେ ହେବ ସ୍ମାର୍ଟ ସ୍କୁଲ
ଡିଜିଟାଲ ଇ- ଲାଇବେରୀ ସହିତ ଉନ୍ନତ ଲାବୋରଟୋରି, ଓ ଖେଳାପଡ଼ିଆ ର ବ୍ୟବସ୍ତା
କୋଣାର୍କ:୩/୭ ରାଜ୍ୟସରକାରଙ୍କ ଯୋଜନା ଅନୁଯାଇ ବଛା ବଛା ସ୍କୁଲ କୁ ଚୟନ କରାଯାଇ ପବ୍ଲିକ ସ୍କୁଲ ସହିତ ସମକକ୍ଷ କରି ସ୍ମାର୍ଟ ସ୍କୁଲ ରେ ପରିଣତ କରିବାକୁ ଲକ୍ଷ ନେଇ ୫ଟି ଅଧୀନରେ ସ୍କୁଲ ଗୁଡିକୁ ସାମିଲି କରାଯାଇ କାର୍ଯ୍ୟ ଦ୍ରୁତଗତି ରେ ଆରମ୍ଭ କରାଯାଇଥିବା ଜଣାପଡିଛି ।ଗୋପବ୍ଲକ ରେ ୬ ଗୋଟି ସ୍କୁଲ କୁ ଏହି ସ୍ମାର୍ଟ ସ୍କୁଲ ଯୋଜନାରେ ଚୟନ କରାଯାଇ ସମିଲି କରାଯାଇଥୁବା ଜଣାପଡିଛି।ଏହି ୬ ଗୋଟି ସ୍କୁଲ ମଧ୍ୟରେ କୋଣାର୍କ ହାଇସ୍କୁଲ ରହିଥିବା ଜଣାପଡିବାପରେ କୋଣାର୍କ ଅଂଚଳରେ ଖୁସିର ଲହରି ଖେଳି ଯାଇଛି।କୋଣାର୍କ ଅଂଚଳର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ମାନ ବୃଦ୍ଧି କରିବା ଓ ଉନ୍ନତ ଶିକ୍ଷାଦାନ,ଓ ଏକ ସୁନ୍ଦର ପରିବେଶ ପାଇବା ପାଇଁ ସରକାରଙ୍କ ର ଏହି ପ୍ରୟାସ ପାଇଁ ବିଭିନ ସଂଗଠନ, ବୁଦ୍ଧିଜୀବି,ଶିକ୍ଷାବିତି ମାନେ ଏହାକୁ ସ୍ୱାଗତ କରିବସହିତ ମୁଖ୍ୟମନ୍ତ୍ରୀ,୫ଟି ସଚିବ, ଓ ଶିକ୍ଷାମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ।ରାଜ୍ୟସରକାର ଙ୍କ ପକ୍ଷରୁ ସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିବା ଓ ପବ୍ଲିକ ସ୍ଛଲ ସହିତ ସମକକ୍ଷ ନିମନ୍ତେ ପ୍ରତେକ ସ୍କୁଲ କୁ ତୁରନ୍ତ ୪୫ ଲକ୍ଷ ଟଙ୍କା ଅନୁଦାନ ଦେବା ଆରମ୍ଭ ହୋଇଯାଇଛି ।
ଅନରୁପ ଭାବେ ପ୍ରାଥମିକ ଭାବେ କୋଣାର୍କ ହାଇସ୍କୁଲ ର ଆଲମୁନି କମିଟି ର ଜମାଖାତାଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଛି।ଏନେଇ କୋଣାର୍କ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଉତ୍କଳିକା ବେହେରା ଙ୍କ ସଭାପତିତ୍ୱ ରେ ସ୍କୁଲ ପରିସରରେ ଶନିବାର ଦିନ ସ୍ଛଲ ର ତିନୋଟି କମିଟି ର ସମସ୍ତ ସଭ୍ୟ ଓ ସ୍କୁଲ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ କରନା କଟକଣା କୁ ମାନି ମାସ୍କ ପିନ୍ଧି ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ସରକାରଙ୍କ ଯୋଜନାକୁ କିପରି ସଫଳ କରାଯାଇପାରିବ ଓ ପିଲାମାନଙ୍କ ପାଇଁ ସରକାର ଚିନ୍ତା କରିଥିବା ଏହି ସ୍ମାର୍ଟ ସ୍କୁଲ ଯୋଜନାକୁ ସରକାରଙ୍କ ଗାଇଡିଲାଇନି ଅନୁଯାଇ କରାଯାଇପାରିବ ସେ ନେଇ ସଭ୍ୟମାନେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକୁ ରୂପାନ୍ତରିତ କରିବା ନିମନ୍ତେ ସର୍ବସମତି କ୍ରମେ ଏକ ୬ ଜଣିଆ କମିଟି ଗଠନ କରାଯାଇ ସରକାରଙ୍କୁ ଦିଆଯାଇଥିଲା।ଏହି କମିଟି ସ୍ମାର୍ଟ ସ୍କୁଲ ନିର୍ମାଣରେ ସମସ୍ତ ସାହାଯ୍ୟ ସହଯୋଗ ସ୍କୁଲ କୁ ଯୋଗାଇ ଦେବା ସହ ପରିଚାଳନା କରିବେ।ଏହି କମିଟି ରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଉତ୍କଳିକ ବେହେରା, ଆଲମୁନି କମିଟି ର ସଭାପତି ଚନ୍ଦ୍ରଶେଖର ରାଉତରାୟ, ସ୍କୁଲ ପରିଚାଳନ କମିଟି (ଏସଏମସି) ର ସଭାପତି କରୁଣାକର ବାରିକ , ସ୍କୁଲ ୧୦ ମ ଶ୍ରେଣୀ ର ଦୁଇ ଛାତ୍ର ଗୋପବନ୍ଧୁ ବେହେରା,ସ୍ମୁତି ରେଖା ବାରିକ, ସମେତ କୋଣାର୍କ ଏନଏସି ର ନିର୍ବାଚିତ ଚେୟାରମ୍ୟାନ ରହିବେ।
ଏହି ସ୍ମାର୍ଟ ସ୍କୁଲ ଯୋଜନାରେ ସ୍କୁଲ ରେ ଏକ ଡିଜିଟାଲ ଇ-ଲାଇବେରୀ,ଏକ ଉନ୍ନତ ମାନର ଲାବୋରଟୋରି ଓ ସ୍କୁଲ ଜମି ଅନୁପାତ କୁ ନେଇ ଏକ ସ୍ୱତନ୍ତ୍ର ଖେଳାପଡ଼ିଆ ନିର୍ମାଣ ସହିତ ପିଲାମାନଙ୍କୁ ଏକ ଉଚକୋଟିର ପରିବେଶ ମଧ୍ୟରେ ନୂତନ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ଦେବା ପାଇଁ ବ୍ୟବସ୍ତା କରାଯାଇଛି । ଆଗାମୀ ସେପ୍ଟେମ୍ବର ୧୪ ତାରିଖ ପୂର୍ବରୁ ଏହି ସ୍କୁଲ ଗୁଡିକରେ ସ୍ମାର୍ଟ ସ୍କୁଲ ର ଭିତ୍ତିଭୂମି ଗୁଡିକ ସମ୍ପୁର୍ଣ କରାଯିବ ନିମନ୍ତେ କଡାନିର୍ଦେଶ ରହିଛି ।ସେପ୍ଟେମ୍ବର ୧୪ ଶିଶୁ ଦିବସ ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଦ୍ଵାରା ଏହି ସ୍ମାର୍ଟ ସ୍କୁଲ ଉଦଘାଟନ ହେବା କୁ ସ୍ଥିର କରାଯାଇଥିବା ଜଣାପଡିଛି।ଆଜିର ଏହି କାର୍ଯ୍ୟକ୍ରମରେ ଅଲ ମୁନି କମିଟିର ମୁଖ୍ୟପରାମର୍ଶଦାତା ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, ବରିଷ୍ଠ ଓକିଲ ସୁରେଶ ଚନ୍ଦ୍ର ସ୍ୱାଇଁ,ରାଜକିଶୋର ମହାପାତ୍ର, ଭରତ ଚନ୍ଦ୍ର ପାଢ଼ୀ, ଆଲମୁନି କମିଟି ର ସମ୍ପାଦକ ମାନସରଞ୍ଜନ ପାତ୍ର, ଅବନୀ ଭୂଷଣ ବାରିକ,ଅଜୟ ପଟ୍ଟନାୟକ, ରମେଶ ଗୋଛୟତ, ପ୍ରମୋଦ ଗୋଛୟତ,ରମେଶ ବେହେରା,ରବୀନ୍ଦ୍ର ସେନାପତି, ପ୍ରତାପ ସ୍ୱାଇଁ ,ଶିକ୍ଷାବିତି ଗୁଣନିଧି ମୁଦୁଲି, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବିଦ୍ୟାଧର ଜେନା,ଶିଶିର ସେଠ, ସମେତ କୋଣାର୍କ ହାଇସ୍କୁଲ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦଳାଇ, ଶିକ୍ଷକ ଦିଲ୍ଲୀପ ଦାସ ସମେତ ସମସ୍ତ ଶିକ୍ଷକ ମାନେ ଯୋଗ ଦେଇଥିଲେ ।
Comments are closed.