ବାରିପଦା : ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ରବି ଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ମଣ୍ଡିରେ ଧାନ ପଡିରହିବା,ମଣ୍ଡିରେ ମିଲ ମାଲିକଙ୍କ ମର୍ଜିରେ ଧାନ ଉଠାଯିବା ସହ ୮ରୁ ୧୦ କିଲୋ କରି ଚାଷୀଙ୍କ ଧାନ କଟନି ଛଟନିକୁ ସୁଧାରିବା ସହ ରାଜ୍ୟ ସରକାର ଟୋକନ ଦେଇଥିବା ସମସ୍ତ ଚାଷୀଙ୍କ ଧାନ ଉଠାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ୫ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ବିଜେପିର କାର୍ଯ୍ୟକାରିଣୀ ସ୍ଥାୟୀ ସଦସ୍ୟ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ପ୍ରକାଶ ସୋରେନ୍, ମୟୂରଭଞ୍ଜ ବିଜେପି ଜିଲ୍ଲା ସଭାପିତ କାନ୍ଦ୍ର ସୋରେନ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ ଧାନ ବିକ୍ରି ପାଇଁ ନାମ ତାଲିକାଭୁକ୍ତ କରାଇଥିବା ସମସ୍ତ ଚାଷୀଙ୍କ ଧାନ ରାଜ୍ୟ ସରକାର କିଣନ୍ତୁ, ଟୋକନ ଅବଧି କରିଥିବା ଚାଷୀଙ୍କ ଧାନ ସରକାର ନିଜ ପ୍ରତିଶୃତି ଅନୁଯାୟୀ ତୁରନ୍ତ ଉଠାନ୍ତୁ, କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଦେଇଥିବା ତଥ୍ୟବହୁଳ ଲିଖିତ ବିବରଣୀକୁ ରାଜ୍ୟସରକାର ସମୀକ୍ଷା କରିବା ସହିତ ଏହା ରାଜ୍ୟବାସୀଙ୍କୁ ଜଣାନ୍ତୁ, ୮ରୁ ୧୦କିଲୋ କଟନିଛଟନି କରୁଥିବା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବସ୍ତା, ସୁତୁଲି ଓ ପରିବହନ ଖର୍ଚ୍ଚ ହଡପ କରୁଥିବା ସମ୍ପର୍କରେ ତଦନ୍ତ କରାଯିବା ଆଦି ଦାବିମାନ ଅନ୍ତର୍ଭୁକ୍ତ ।
Comments are closed.