Odisha news

ଟାଟା ପାୱାର ପକ୍ଷରୁ ପୁରସ୍କୃତ ହେଲେ ବିଦୁ୍ୟତ୍ କର୍ମଚାରୀ

ବାରିପଦା : ବାଲେଶ୍ୱର ଜାନୁଗଞ୍ଜ ସ୍ଥିତ ଟାଟା ପାୱାର ନର୍ଦନ ଓଡିଶା ଡିଷ୍ଟ୍ରିବୁ୍ୟସନ କମ୍ପାନୀ କାର୍ଯ୍ୟାଳୟ ପରିସରରେ ୭ଦିନ ବ୍ୟାପୀ ଚାଲିଥିବା ଜାତୀୟ ବିଦୁ୍ୟତ୍ ସୁରକ୍ଷା ସାପ୍ତାହିକ ସମାରୋହର ଉଦ୍ୟାପନୀ ଉସôବରେ ବିଦୁ୍ୟତ୍ କର୍ମଚାରୀ ଓ କର୍ମଚାରୀମାନଙ୍କ ପରିବାର ସଦସ୍ୟାମାନଙ୍କୁ ଉସôାହିତ କରାଇବା ପାଇଁ ଟାଟା ପାୱାର ପକ୍ଷରୁ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସୁରକ୍ଷାକୁ ନେଇ ପୋଷ୍ଟର ଚିତ୍ର, ସ୍ଲୋଗାନ, କବିତା ଏବଂ ଛୋଟ ନାଟକ ପ୍ରତିଯୋଗୀତା ଆୟୋଜନ କରି କୃତୀ କର୍ମଚାରୀ ଓ ସେମାନଙ୍କ ପରିବାରକୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଟିପିଏନଓଡିଏଲର ଚିଫ୍ ଏକ୍ଜିକୁ୍ୟଟିଭ ଅଫିସର ଭାସ୍କର ସରକାର, ସମ୍ମାନୀତ ଅତିଥି ଭାବେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀବଲ୍ଲଭ ସିଂ, ଚିଫ୍ ଅପରେଟିଂ ଅଫିସର ଦୁଷ୍ମନ୍ତ ତ୍ୟାଗୀ ଓ ଟିପିଏନଓଡିଏଲର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିବା ସମୟରେ ଗୀତ ଓ ସ୍ଲୋଗାନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସ୍ଥିତ ଛାଞ୍ଚ ସେକ୍ସନରୁ ଏକ ମାତ୍ର କୃତୀ ପ୍ରତିଯୋଗୀ ଭାବେ ଚନ୍ଦନ କୁମାର ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ନିକଟରୁ ମାନପତ୍ର ଓ ଟ୍ରଫି ଆଦି ଗ୍ରହଣ କରିଥିଲେ । ଟାଟା ପାୱାରର ଏହିପରି ଏକ ସୁନ୍ଦର ଓ ପ୍ରେରଣାଦାୟକ ସୁରକ୍ଷା କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଉତ୍ତମ ଗ୍ରାହକ ସେବା ପ୍ରଦାନରେ ବିଦୁ୍ୟତ୍ କର୍ମଚାରୀ ସଦସର୍ବଦା ସଜାଗ ଓ ତତ୍ପର ରହିଛନ୍ତି । ଏଥିସହିତ ବିଦୁ୍ୟତ୍ କର୍ମଚାରୀ ନିଜକୁ ସୁରକ୍ଷିତ ରଖି ବିଦୁ୍ୟତ୍ ଉପଭକ୍ତାମାନଙ୍କୁ ଉତ୍ତମ ସେବା ଯୋଗାଇବା କ୍ଷେତ୍ରରେ ସଦା ଚେଷ୍ଟିତ ରହିଛନ୍ତି ବୋଲି ଚନ୍ଦନ କୁମାର ମହାନ୍ତି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଉକ୍ତ ସମାରୋହରେ ମୟୂରଭଞ୍ଜ ଜିଲ୍ଲାରୁ ଜ୍ୟୋତିଲାଲ ବିଶ୍ୱାଳ, ଶାସ୍ୱତ ରଞ୍ଜନ ଖିଲାର ଓ ଉତ୍ପଳ ଭଞ୍ଜବାବୁ ପ୍ରମୁଖ ଉପସ୍ଥିତ ରହି କୃତୀ କର୍ମଚାରୀମାନଙ୍କୁ ଉସôାହିତ କରାଇଥିଲେ ।

Comments are closed.