Odisha news

ୟୁଏଇରେ ହୋଇପାରେ ଟି-୨୦ ୱାର୍ଲ୍ଡ କପ୍ : ବିସିସିଆଇ ସଚିବ ଜୟ ଶାହା କହିଲେ ଖେଳାଳିଙ୍କ ସୁରକ୍ଷା ଜରୁରୀ

ନୂଆଦିଲ୍ଲୀ : ପ୍ରତେକ୍ ବର୍ଷ ଭାରତରେ ହେବାକୁ ଥିବା ଟି – ୨୦ ୱର୍ଲ୍ଡ କପ୍ ଉପରେ କରୋନା ସଙ୍କଟ ଦେଖା ଦେଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ର ସଚିବ ଜୟ ଶାହା କହିଛନ୍ତି କରୋନା କାରଣରୁ ଭାରତରେ ଟି -୨୦ ବିଶ୍ବକପ୍ ହେବା ଅସମ୍ଭବ ଅଟେ । ସେଥିପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ସ୍ଥାନାନ୍ତର କରାଯାଇ ପାରେ ।

ଗଣମାଧ୍ୟମ କୁ ସୂଚନା ଦେଇ ଜୟ ଶାହା କହିଛନ୍ତି ଆମେ ସେଥିପାଇଁ ତୀକ୍ଷ୍ଣ ନଜର ରଖିଛୁ । ଆମ ପାଇଁ ଖେଳାଳି ମାନଙ୍କ ସୁରକ୍ଷା ଓ ସ୍ଵାସ୍ଥ୍ୟ ଖୁବ୍ ଜରୁରୀ ଅଟେ । ଟୁର୍ନାମେଣ୍ଟ କୁ ନେଇ ଯଥା ଶୀଘ୍ର କୌଣସି ନିଷ୍ପତି ନିଆଯିବ ।

ଚଳିତ ବର୍ଷ ଆଇପିଏଲ ର ବାକିଆ ମ୍ୟାଚ୍ ଗୁଡ଼ିକ ସରିବା ପରେ ଟି-୨୦ୱାଲ୍ଟ କପ୍ ୟୁଏଇ ରେ ଅନୁଷ୍ଠିତ ହେବ ବୋଲି ESPN ର କ୍ରିକେଟ ୱେବସାଇଟ ପକ୍ଷରୁ ସୂଚନା ମିଳିଛି । ଆଇପିଏଲ ୧୯ ସେପ୍ଟେମ୍ବର ରୁ ୧୫ ଅକ୍ଟୋବର ମଧ୍ୟରେ ହୋଇପାରେ । ଏହାପରେ ଅକ୍ଟୋବର ୧୭ ତାରିଖ ରୁ ଟି-୨୦ ୱାଲ୍ଟ ଆରମ୍ଭ ହେବ । ୧୬ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ସୁଧା ହୋଇପାରେ ।

କରୋନା ମହାମାରୀ କାରଣରୁ ମଇ ମାସ ୪ତାରିଖ ରେ ଆଇପିଏଲ ସ୍ଥଗିତ ରଖା ଯାଇଥିଲା । ଆଇପିଏଲ ର ଆଉ ୩୧ଟି ମ୍ୟାଚ୍ ବାକି ରହିଛି । ଯାହା ସେପ୍ଟେମ୍ବର ରୁ ଅକ୍ଟୋବର ମଧ୍ୟରେ ୟୁଏଇ ରେ ଖେଳା ଯିବ ।

ଟି-୨୦ ୱାର୍ଲ୍ଟ କପ୍ ପାଇଁ ଭାରତରେ ୯ଟି ସ୍ଥାନ ବଛା ଯାଇଥିଲା । ଯାହାର ନିରୀକ୍ଷଣ ଆଇସିସି ପକ୍ଷରୁ କରାଯାଇ ଥାଆନ୍ତା । କିନ୍ତୁ କରୋନା ଦ୍ଵିତୀୟ ଲହର କାରଣରୁ ଏହା ବାତିଲ କରାଗଲା । ବର୍ତ୍ତମାନ୍ ୩ୟ ଲହରର ଆସିବା ସମ୍ଭାବନା ରହିଥିବା ବେଳେ ଭାରତରେ ହେବା ଅସମ୍ଭବ ଅଟେ ।

Ad2

Comments are closed.