Odisha news

ରାଜ୍ୟରେ ପୂର୍ବରୁ ଷ୍ଟକ ଥିବା ସାରକୁ ଉପଯୋଗ ନକରି କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଗୋଲକ ମହାପାତ୍ର

 କେନ୍ଦ୍ରକୁ ଚିଠି ଲେଖି କୃଷି ମନ୍ତ୍ରୀ ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି କୃଷି ମନ୍ତ୍ରୀ
 ବିଗତ ୩ ବର୍ଷରେ ଓଡିଶାକୁ ଧାର୍ଯ୍ୟ ଆବଂଟିତ ସାର ପରିମାଣ ଠାରୁ ଅଧିକ ସାର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର
 ରାଜ୍ୟ ସରକାରଙ୍କ ତୃଟ୍ରିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଂଚି ପାରୁନାହିଁ ଓଡିଶାକୁ କେନ୍ଦ୍ର ସରକାର ଆବଶ୍ୟକଠାରୁ ଅଧିକ ସାର ଯୋଗାଇଛନ୍ତି
 କୃଷି ମନ୍ତ୍ରୀ କେନ୍ଦ୍ର ଉପରେ ଦୋଷ ଲଦିବା ପୂର୍ବରୁ ଗତ ୩ ବର୍ଷର ହିସାବ ଦେଖନ୍ତୁ
 ଜୁନ୍ ୨୦ ସୁଦ୍ଧା ରାଜ୍ୟ ପାଖରେ ୧.୭୩ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ସାର, ୦.୫୭ ଲକ୍ଷ ମେଟ୍ରିକ ଟନ୍ ଡିଏପ ସାର, ୦.୪୮ ଲକ୍ଷ ମେଟ୍ରିକ ଟନ୍ ଏମଓପି ସାର, ୦.୯୮ ଲକ୍ଷ ମେଟ୍ରିକ ଟନ୍ ଏନପିକେ ସାର ଉପଲବ୍ଧ ରହିଛି
 ତଥ୍ୟକୁ ନଦେଖି ମନ୍ତ୍ରୀ ଅରୁଣ ସାହୁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
 ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ସତ୍ୱେ କେନ୍ଦ୍ର ସରକାର ସବସିଡିରେ ଓଡିଶାକୁ ସାର ଯୋଗାଇ ଦେଇଛନ୍ତି
 ରାଜ୍ୟରେ ବଳକା ରହିଥିବା ସାର କୁଆଡେ ଗଲା ଏହାର ଉତର ରଖନ୍ତୁ କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର,ତା.୨୩/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦିଙ୍କ ନେତୃତ୍ୱରେ ଓଡିଶାକୁ ଚାଷ କ୍ଷେତ୍ର ହେଉ ଅବା ସାର ଉପଲବ୍ଧ ଦିଗରେ ସର୍ବଦା ପ୍ରାଧନ୍ୟ ଦିଆଯାଇଛି । ବିଗତ ୩ ବର୍ଷରେ ଓଡିଶାକୁ ଧାର୍ଯ୍ୟ ଆବଂଟିତ ସାର ପରିମାଣ ଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି । ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ ଧାର୍ଯ୍ୟ ଆବଂଟିତ ସାର ପରିମାଣ ଠାରୁ କମ ସାର ଦିଆଯାଇଛି କହି କେନ୍ଦ୍ରକୁ ପତ୍ର ଲେଖିବା ସଂପୂର୍ଣ୍ଣ ଭିତିହୀନ ଏବଂ ନିଜେ ବାହା ବାହ ନେବା ପାଇଁ ଏପରି କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ସାରର ଉପଲବ୍ଧି ନେଇ ଚାଷୀଙ୍କ ପାଇଁ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ତାହା କେବଳ ଲୋକ ଦେଖାଣିଆ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ୟୁରିଆ, ଡିଏପ, ଏମଓପି, ଏନପିକେଏସ ସାରର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ସ୍ପଷ୍ଟ କରାଯାଇଛି । ତଥ୍ୟ ଅନୁସାରେ ଚଳିତ ଜୁନ୍ ମାସ ପାଇଁ ରାଜ୍ୟକୁ ୦.୭୦ ଲକ୍ଷ ମେଟ୍ରିକ ଟନ ୟୁରିଆ ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୭୧ ଲକ୍ଷ ମେଟ୍ରିକ ଟନ ୟୁରିଆ ରାଜ୍ୟକୁ ଯୋଗାଇଦେବାର ଯୋଜନା ରଖିଛି । ଜୁନ୍ ମାସରେ ୦.୨୧ ଲକ୍ଷ ମେଟ୍ରିକ ଟନ ସାର ବିକ୍ରି ହୋଇଛି । ଜୁନ୍ ୨୦ ସୁଦ୍ଧା ରାଜ୍ୟ ପାଖରେ ୧.୭୩ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ସାର ଉପଲବ୍ଧ ଅଛି । ଏହା ଦର୍ଶାଉଛି ଯେ, ରାଜ୍ୟ ପାଖରେ ଦରକାର ଠାରୁ ଅଧିକ ୟୁରିଆ ମହଜୁଦ୍ ରହିଛି । ସେହିପରି ଜୁନ୍ ମାସ ପାଇଁ ରାଜ୍ୟକୁ ୦.୫୦ ଲକ୍ଷ ମେଟ୍ରିକ ଟନ୍ ଡିଏପ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୫୦ ଲକ୍ଷ ମେଟ୍ରିକ ଟନ ଡିଏପ ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୧୨ ଲକ୍ଷ ମେଟ୍ରିକ ଟନ ଡିଏପ ସାର ବିକ୍ରି ହୋଇଛି । ଜୁନ୍ ୨୦ ସୁଦ୍ଧା ରାଜ୍ୟ ପାଖରେ ୦.୫୭ ଲକ୍ଷ ମେଟ୍ରିକ ଟନ୍ ଡିଏପ ସାର ଉପଲବ୍ଧ ଅଛି ।

ଜୁନ୍ ମାସ ପାଇଁ ରାଜ୍ୟକୁ ୦.୨୦ ଲକ୍ଷ ମେଟ୍ରିକ ଟନ୍ ଏମଓପି ଆବଶ୍ୟକ ଥିବା ସମୟରେ କେନ୍ଦ୍ର ସାର ବିଭାଗ ୦.୨୦ ଲକ୍ଷ ମେଟ୍ରିକ ଟନ ଏମଓପି ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୦୫ ଲକ୍ଷ ମେଟ୍ରିକ ଟନ ଏମଓପି ସାର ବିକ୍ରି ହୋଇଛି । ଜୁନ୍ ୨୦ ସୁଦ୍ଧା ରାଜ୍ୟ ପାଖରେ ୦.୪୮ ଲକ୍ଷ ମେଟ୍ରିକ ଟନ୍ ଏମଓପି ସାର ଉପଲବ୍ଧ ଅଛି । ଜୁନ୍ ମାସ ପାଇଁ ରାଜ୍ୟକୁ ୦.୫୦ ଲକ୍ଷ ମେଟ୍ରିକ ଟନ୍ ଏନପିକେ ସାର ଆବଶ୍ୟକ ଥିବା ସମୟରେ କେନ୍ଦ୍ର ସାର ବିଭାଗ ୦.୫୦ ଲକ୍ଷ ମେଟ୍ରିକ ଟନ ଏନପିକେ ସାର ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୦୮ ଲକ୍ଷ ମେଟ୍ରିକ ଟନ ଏନପିକେ ସାର ବିକ୍ରି ହୋଇଛି । ଜୁନ୍ ୨୦ ସୁଦ୍ଧା ରାଜ୍ୟ ପାଖରେ ୦.୯୮ ଲକ୍ଷ ମେଟ୍ରିକ ଟନ୍ ଏନପିକେ ସାର ଉପଲବ୍ଧ ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

୨୦୧୯-୨୦ ଆର୍ଥିକ ବର୍ଷରେ ଓଡିଶାକୁ ୫.୬୫ ଲକ୍ଷ ଟନ ୟୁରିଆ ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ୬.୬୬ ଲକ୍ଷ ମେଟ୍ରିକ ଟନ ୟୁରିଆ ଉପଲବ୍ଧ କରାଇଛନ୍ତି । ରାଜ୍ୟକୁ ୨.୨୦ ଲକ୍ଷ ମେଟ୍ରିକ ଟନ ଡିଏପ ଆବଶ୍ୟକ ଥିବାବେଳେ ୨.୮୨ ଲକ୍ଷ ମେଟ୍ରିକ ଟନ ଡିଏପ ସାର କେନ୍ଦ୍ର ସରକାର ଯୋଗାଇଛନ୍ତି । ଅନୁରୂପ ଭାବେ ରାଜ୍ୟକୁ ୧.୩୦ ଲକ୍ଷ ମେଟ୍ରିକ ଟନ ଏମଓପି ଆବଶ୍ୟକ ଥିବାବେଳେ ୧.୮୧ଲକ୍ଷ ମେଟ୍ରିକ ଟନ ଏମଓପି ସାର କେନ୍ଦ୍ର ସରକାର ଉପଲବ୍ଧ କରାଇଛନ୍ତି । ଏନପିକେଏସ ସାର ମଧ୍ୟ ରାଜ୍ୟକୁ ୨.୮୦ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ୩.୨୬ ଲକ୍ଷ ମେଟ୍ରିକ ଟନ୍ ସାର କେନ୍ଦ୍ର ସରକାର ଯୋଗାଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହି ତଥ୍ୟକୁ ନଦେଖି ମନ୍ତ୍ରୀ ଅରୁଣ ସାହୁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କୃଷି ମନ୍ତ୍ରୀ କେନ୍ଦ୍ର ଉପରେ ଦୋଷ ଲଦିବା ପୂର୍ବରୁ ଗତ ୩ ବର୍ଷର ହିସାବ ଦେଖନ୍ତୁ । ରାଜ୍ୟରେ ପୂର୍ବରୁ ଷ୍ଟକ ଥିବା ସାରକୁ ଉପଯୋଗ ନକରି କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ସତ୍ୱେ କେନ୍ଦ୍ର ସରକାର ସବସିଡିରେ ଓଡିଶାକୁ ସାର ଯୋଗାଇ ଦେଇଛନ୍ତି । କେନ୍ଦ୍ରକୁ ଚିଠି ଲେଖି କୃଷି ମନ୍ତ୍ରୀ ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ରାଜ୍ୟ ସରକାରଙ୍କ ତୃଟ୍ରିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଯୋଜନାର ସୁଫଳ ଚାଷୀଙ୍କ ପାଖରେ ପହଂଚି ପାରୁନାହିଁ । ଓଡିଶାକୁ କେନ୍ଦ୍ର ସରକାର ଆବଶ୍ୟକଠାରୁ ଅଧିକ ସାର ଯୋଗାଇଛନ୍ତି । ଏବେ ରାଜ୍ୟରେ ବଳକା ରହିଥିବା ସାର କୁଆଡେ ଗଲା ବୋଲି ଶ୍ରୀ ମହାପାତ୍ର କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ ।

 

Nalco

Comments are closed.