Odisha news

ଜୁଆ ଆଡ୍ଡାରେ ଚଢ଼ାଉ, ୨ ଗିରଫ

ଡେରାବିଶ – କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନେ୍ଦାଳ ଫାଣ୍ଡି ଅଧୀନ ହରିଅଙ୍କ ପଂଚାୟତ ଅନ୍ତର୍ଗତ ଦକ୍ଷିଣଖଣ୍ଡ ଭୋଳ ଗ୍ରାମରେ ଚାଲିଥିବା ଜୁଆ ଅଡ୍ଡା ଉପରେ ଚାନେ୍ଦାଳ ଫାଣ୍ଡି ଅଧିକାରୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିବା ସହିତ ଏଥିରେ ବ୍ୟବହୃତ ସମସ୍ତ ସରଞ୍ଜାମ ଜବତ କରିଛନ୍ତି । ଗତକାଲି ରାତିରେ ଚାନେ୍ଦାଳ ଫାଣ୍ଡି ଅଧିକାରୀ ଶ୍ରୀ ପାଣିଗ୍ରାହୀ ପୋଲିସ୍ ଟିମ୍ ସହିତ ପେଟ୍ରୋଲିଂରେ ଯାଇଥିବା ବେଳେ ବିଶେଷ ସୁତ୍ରରୁ ଦକ୍ଷିଣଖଣ୍ଡ ଭୋଳ ଠାରେ ଦୀର୍ଘଦିନ ହେଲା ଅସାମାଜିକ ଲୋକମାନେ ଜୁଆ ଖେଳୁଥିବା ଖବର ପାଇଥିଲେ ।

ଗତକାଲି ସେ ଜୁଆ ଆଡ୍ଡା ଉପରେ ଅତର୍କିତଚଢ଼ାଉ କରି ସୁଶିଲ ମଲ୍ଳିକ ଓ ଅଶୋକ ମଲ୍ଳିକଙ୍କୁ ଘଟଣା ସ୍ଥଳରୁ ଗିରଫ କରିବା ସହିତ ଜୁଆଖେଳରେ ବ୍ୟବହୃତ ହେଉଥିବା ପାଲି, ଗୋଟି, ଗ୍ଲାସ୍, ନଗଦ ଟଙ୍କା ଓ ଅଭିଯୁକ୍ତ ବ୍ୟବହାର କରୁଥିବା ଏକ ସ୍କୁଟି (ଓ.ଡି.-୦୫-୮୪୯୧) କୁ ଜବତ କରିଥିଲେ । ସେଠାରେ ଖେଳୁଥିବା ଓ ଅନ୍ୟ ସହଯୋଗୀମାନେ ଫେରାର ହୋଇଯାଇଥିଲେ । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Comments are closed.