Odisha news

ପାକିସ୍ତାନ ସରକାରଙ୍କ ଏପରି ସ୍ଥିତି :ସୌଦିଆରବରୁ ଦାନରେ ଚାଉଳ ମାଗି ଆଣିଲେ ଇମ୍ରାନ୍

ନୂଆଦିଲ୍ଲୀ : ତିନିଦିନର ଯାତ୍ରା ପରେ ସୌଦିଆରବରେ ପହଁଚିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଓ ତାପରେ ନିଜ ଦେଶକୁ ଫେରି ଆସିଲେଣି l ତାଙ୍କର ଏହି ଯାତ୍ରାକୁ ନେଇ ବିପକ୍ଷ ସହିତ ଜନତା ମଧ୍ୟ ପ୍ରଶ୍ନ ଉଠାଉଛନ୍ତି l ସୌଦିଆରବ ପାକିସ୍ତାନକୁ ୧୯୩୨ ଟି ଚାଉଳ ବସ୍ତା ଦାନ ଦେଇଛି l ପାକିସ୍ତାନର ବିପକ୍ଷ ଦଳ ଏହାକୁ ନିଜ ଦେଶର ଅପମାନ ବୋଲି କହୁଛନ୍ତି l ବିଲାବଲ ଭୁଟୋ କହିଛନ୍ତି ଯେତିକି ଚାଉଳ ଇମ୍ରାନ୍ ମାଗିକି ଆଣିଛନ୍ତି ତା ଠାରୁ ଅଧିକ ପଇସା ନିଜ ଯାତ୍ରାରେ ଖର୍ଚ କରିଛନ୍ତି l

ଇମ୍ରାନ୍ ନିଜ ଯାତ୍ରାରେ ୧୨ ଜଣରୁ ଅଧିକ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ l କିନ୍ତୁ ଇମ୍ରାନ୍ ଏହି ଯାତ୍ରାକୁ ନିଜର ଗୋଟିଏ ବଡ଼ ଉପଲବ୍ଧି କହି ଖୁସି ହେଉଛନ୍ତି l ଭୁଟୋ କହିଛନ୍ତି ସୌଦିଆରବ ପାକିସ୍ତାନକୁ ଦୟା ଦେଖାଇ ଏପରି ସାହାଯ୍ୟ କରିଛି l ସେ ଆହୁରି ମଧ୍ୟ କହିଛନ୍ତି ଇମ୍ରାନ୍ ଖାନ ଏହି ଦିନକୁ ନିଜେ ଦେଖିବେ ଓ ପାକିସ୍ତାନ ଜନତାଙ୍କୁ ଦେଖାଇବେ ବୋଲି ରାଜନୀତିକୁ ଆସିବାକୁ ପ୍ରସ୍ତୁତ ହୋଇଥିଲେ l

ବିପକ୍ଷଙ୍କ ପ୍ରଶ୍ନରେ ଇମ୍ରାନ୍ ସରକାରଙ୍କ ମନ୍ତ୍ରୀ ଓ ରାଷ୍ଟ୍ରୀୟ ଉପଦେଷ୍ଟା ତାହିର ଅସର୍ଫି କହିଛନ୍ତି ପାକିସ୍ତାନର ଗରିବ ମାନଙ୍କ ପାଇଁ ସୌଦିଆରବ ପୂର୍ବରୁ ମଧ୍ୟ ଏଭଳି ସାହାଯ୍ୟର ହାତ ବଢ଼ାଇଛି l ଏଭଳି ପରିସ୍ଥିତିରେ ଚାଉଳ ବସ୍ତା ଦାନ କରିବା ପାଇଁ ନିଷ୍ପତି ସୌଦିଆରବ ଗୋଟିଏ ମାସ ପୂର୍ବରୁ ନେଇ ସାରିଥିଲା l ଇମ୍ରାନ୍ ଖାନ ଫେରିବାର ଦୁଇଦିନ ପରେ ସୌଦିଆରବ କହିଛି ଯେ ସେ ସେହି ପାକିସ୍ତାନୀ ମାନଙ୍କର ଭିସାକୁ ଜାରି ହେବାକୁ ଦେବା ନାହିଁ ଯେଉଁମାନେ ଚୀନର କରୋନା ଟୀକ୍କା ଲଗାଇଛନ୍ତି l

Comments are closed.