କଳାହାଣ୍ଡି ନର୍ଲା ନିର୍ବାଚନ ମଣ୍ଡଳୀର ସ୍ବର୍ଗଦ୍ବାର ସେଵା ସଂଗଠନର ପ୍ରଥମ ଶବ ସତ୍କାର , କାମକୁ ଆସୁନାହାନ୍ତି କୌରବ ବଂଶ : ଶବ ସତ୍କାର କରୁଛନ୍ତି ସଂଗଠନର ପାଣ୍ଡବ ମାନେ
ନର୍ଲା(Deepak Thakur) : ଆଜି କେସିଙ୍ଗା ବ୍ଲକ୍ ବେଲଖଣ୍ଡି ପଞ୍ଚାୟତ ସାହାଯପାଟି ଗାଁର ଜନୈକ ବ୍ୟକ୍ତିର ମୃତ୍ୟୁ ହେବା ପରେ ସଂପୃକ୍ତ ମୃତକର ଶବ ଦାହ କରିବାକୁ କେହି ରାଜି ହୋଇନଥିଲେ । ଏପରିକି କୌରବ ବଂଶ ଭଳି ଶହେ ଭାଇ ଥିଲେ ମଧ୍ୟ ଶବ ସତ୍କାର ପାଇଁ କେହି ହେଲେ କାମକୁ ଆସିଲେନି । ପରିଶେଷରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ସ୍ବର୍ଗଦ୍ବାର ସେବା ସଂଗଠନର ମୁଖ୍ୟ ମନୋଜ କୁମାର ପଟ୍ଟନାୟକ ଙ୍କୁ ଫୋନ କରି ଶବ ସତ୍କାର ରେ ସହାୟ ହେବାପାଇଁ ଅନୁରୋଧ କରିଥିଲେ ।ସମାଜସେବୀ ଶ୍ରୀ ପଟ୍ଟନାୟକ ତାଙ୍କର ସହଯୋଗୀ ରୁପ୍ରାରୋଡ ନିବାସୀ ସଜ୍ଜନ କୁମାର ଅଗ୍ରଓ୍ବାଲ, ସରୋଜ ସାହୁ,ମିତ୍ରସେନ ଭୋଇ,ମନୋଜ କୁମାର ଷଡ଼ଙ୍ଗୀ ଓ ସାଥି ମାନଙ୍କୁ ନେଇ ମୃତକ ଘରେ ପହଞ୍ଚି ଥିଲେ । ଘଟଣାସ୍ଥଳରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର,ପଲମ ଫାଣ୍ଡି ଏଏସଆଇ ଅସିତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଶବକୁ ଘରୁ ବାହାର କରି ଶ୍ମଶାନକୁ ନେଇ ଶବକୁ ଦାହ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସଂପୃକ୍ତ ଗାଁ ରେ ଶବ ସତ୍କାର ପାଇଁ କେହି ବି ସାମାନ୍ୟ ସହଯୋଗ କରିବା ପାଇଁ ଆସିନଥିବା ଏକ ଦୁଃଖଦ ଘଟଣା । କରୋନା କାଳରେ ମଣିଷ ନିଜର ମାନବିକତା କୁ ହରେଇ ଦେବା ଠିକ୍ ନୁହେଁ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ବିଡିଓ ଶ୍ରୀଯୁକ୍ତ ଓଦୁ ଓ ତହସିଲଦାର ଶ୍ରୀଯୁକ୍ତ କର ସମାଜସେବୀ ମନୋଜ ପଟ୍ଟନାୟକ ଓ ସ୍ବର୍ଗଦ୍ବାର ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ ଅଶେଷ କୃତଜ୍ଞତା ଜଣେଇଛନ୍ତି ।
Comments are closed.