ନୂଆଦିଲ୍ଲୀ :କ୍ୱାଡ଼ ଦେଶ ମାନଙ୍କ ସମୂହକୁ ନେଇ ଚୀନର ଧମକ ଦ୍ୱାରା ବଙ୍ଗଳା ଦେଶ ଆଶ୍ଚର୍ଯ୍ୟ ହୋଇ ଯାଇଛି l ବଙ୍ଗଳାଦେଶରେ ଚୀନର ରାଜଦୂତ ଜିମିଙ୍ଗ କହିଥିଲେ କି ଢାକାକୁ କ୍ୱାଡ଼ରେ ସାମିଲ ହେବ ଉଚିତ ନୁହେଁ ଓ ଯଦି ସେ କୌଣସି ପ୍ରକାରର ଚୀନ ବିରୋଧୀ କାର୍ଯ୍ୟରେ ଭାଗ ନିଏ ତେବେ ଉଭୟ ଦିଶଙ୍କ ମଧ୍ୟରେ ସମ୍ପର୍କରେ ଅନେକ କ୍ଷତି ହେବ l ଏହି କ୍ୱାଡ଼ରେ ଭାରତ ,ଜାପାନ ,ଅଷ୍ଟ୍ରେଲିଆ ଓ ଆମେରିକା ମିଳିତ ଭାବରେ ରହିଛନ୍ତି l ଚୀନର ରାଜଦୂତଙ୍କ ଟିପାଣିକୁ ବଙ୍ଗଳାଦେଶର ବିଦେଶ ମନ୍ତ୍ରୀ ଏକେ ଅବଦୁଲ ମଙ୍ଗଳବାର ଦିନ ଦୁର୍ଭାଗ୍ୟ ପୂର୍ଣ୍ଣ ଓ ଆକ୍ରମକ ବୋଲି ତିପାଣି ଦେଇଛନ୍ତି l
ସେ କହିଛନ୍ତି ” ଆମେ ଗୋଟିଏ ସ୍ୱତନ୍ତ୍ର ଓ ସଂପ୍ରଭୁ ଦେଶ ଅଟୁ l ଆମେ ନିଜର ବିଦେଶ ନୀତି ନିଜେ ପ୍ରସ୍ତୁତ କରିବୁ l “ରାଜନୈତିକ ସ୍ତରରେ ବଙ୍ଗଳାଦେଶ ପକ୍ଷରୁ ଷୋମବାର ଦିନ ଆୟୋଜିତ ଭରଚୁଆଲ ମିଟିଂରେ ଚୀନର ରାଜଦୂତ କହିଥିଲେ ଯେ ,”ବଙ୍ଗଳା ଦେଶ ଏହି ୪ ଟି ଦେଶର ଛୋଟ କ୍ଲବରେ ଭାଗନେବା ଠିକ ହେବ ନାହିଁ ,କାରଣ ଏହା ଦ୍ୱାରା ଆମର ଦ୍ୱିପାକ୍ଷିକ ସମ୍ବଧରେ କ୍ଷତି ହେବ l ” ଚୀନର ରାଜଦୂତଙ୍କ କଥା ଶୁଣି ବଙ୍ଗଳାଦେଶର ବିଦେଶ ମନ୍ତ୍ରୀ କହଗିଛନ୍ତି ଯେ ଏଭଳି ବ୍ୟବହାର ବଙ୍ଗଳାଦେଶ ପାଖରୁ ଆଶା କରାଯାଇ ନଥିଲା l
ବଙ୍ଗଳାଦେଶ ଗୋଟିଏ ସନ୍ତୁଳନ ନୀତିକୁ ପାଳନ କରିଥାଏ l ଦେଶ ସ୍ଥିର କରିବ କଣ କରିବ କଣ ନକରିବ l ଏବଂ ତା ପାଇଁ କେଉଁ ସିଦ୍ଧାନ୍ତ ଅନୁରୂପ ଅଟେ l ନାମ ନଅଛପାଯିବା ସ୍ୱତ୍ୱକୁ ନେଇ ବଙ୍ଗଳା ଦେଶର ବିଦେଶ ମନ୍ତ୍ରଣାଳୟର ଗୋଟିଏ ବରିଷ୍ଠ ଅଧିକାରୀ କହିଛନ୍ତି ଢାକା ବର୍ତମାନ ପର୍ଯ୍ୟନ୍ତ କ୍ୱାଡ଼କୁ ନେଇ କୌଣସି କଥା କହିନାହିଁ l ଏହି ସବୁ ଦେଶ ସମୂହରେ ସାମିଲ ହେବ ପାଇଁ ସାମିଲ ହେବାପାଇଁ ବଙ୍ଗଳାଦେଶ ସହିତ ଯୋଗାଯୋଗ କରାଯାଇ ନାହିଁ l ସେଥିପାଇଁ ଚୀନ ରାଜଦୂତଙ୍କ ଟିପାଣି ଗ୍ରହଣ ଯୋଗ୍ୟ ନୁହେଁ l
Comments are closed.