ଗୁରୁବାର ଦିନଟି ମା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ l ଏହିଦିନ ଆମ ହିନ୍ଦୁ ଧର୍ମରେ ଲକ୍ଷ୍ମୀଙ୍କୁ ବିଶେଷ ପୂଜା କରାଯାଇଥାଏ l ଶାସ୍ତ୍ର ଅନୁସାରେ ଯାହା ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ତା ଜୀବନରେ କୌଣସି ଅସୁବିଧା ହୁଏ ନାହିଁ l ବିଦ୍ୱାନ ମାନଙ୍କ ମତରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରତେକ ମଣିଷ ଭାଗ୍ୟରେ ନଥାଏ l ଯେଉଁ ବ୍ୟକ୍ତିଙ୍କ ନିକଟରେ କିଛି ବିଶେଷ ଗୁଣ ରହିଥାଏ ତାଙ୍କ ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ l
ଯିଏ ଜୀବନରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରେ ସେହିଁ ସଫଳତା ପାଇଥାଏ l ଯେଉଁ ବ୍ୟକ୍ତି ନିଜର ସମସ୍ତ କାର୍ଯ୍ୟକୁ ଦାୟିତ୍ୱ ସହିତ ପୂରଣ କରେ ତାକୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳେ l ତା ସହିତ ଆଳସ୍ୟ ତ୍ୟାଗ କରି ଜୀବନରେ କଠୋର ତପସ୍ୟା କରିବା ଆବଶ୍ୟକ l
ଶ୍ରୀମଦ ଭଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରିଶ୍ରମର ମହତ୍ୱ ବିଷୟରେ କହିଛନ୍ତି ,ଯେ କୌଣସି ଲକ୍ଷକୁ ହାସଲ କରିବା ପାଇଁ ପରିଶ୍ରମ ନିହାତି ଆବଶ୍ୟକ l ବିନା ପରିଶ୍ରମରେ କୌଣସି ସଫଳତା ଲାଭ ହୋଇନଥାଏ l ସେଥିପାଇଁ ପରିଶ୍ରମ କରିବା ପାଇଁ କେବେବି ଭୟ କରନ୍ତୁ ନାହିଁ l
* ସ୍ୱଛତା ଆପଣାନ୍ତୁ – ମାତା ଲକ୍ଷ୍ମୀଙ୍କୁ ସ୍ୱଛତା ଖୁବ ପସନ୍ଦ ଅଟେ l ଯେଉଁ ଲୋକମାନେ ସ୍ଵଛ ରୁହନ୍ତି ଓ ଘରକୁ ସ୍ଵଛ ରଖନ୍ତି ସେମାନଙ୍କ ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ l
-ଏଭଳି ଲୋକମାନେ ରୋଗମୁକ୍ତ ରୁହନ୍ତି l ଘରର ବାତାବରଣ ସୁସ୍ଥ ରୁହେ l
– ଯେଉଁଠାରେ ସ୍ୱଛତା ରହିଥାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି l କାରଣ କୁହାଯାଇଛି ଆଚାରେ ବସତେ ଲକ୍ଷ୍ମୀ l
* ଅହଂକାର ତ୍ୟାଗ କରିବା ଆବଶ୍ୟକ – ଗୀତାରେ ଅହଂକାରକୁ ମଣିଷର ବଡ ଶତୃ ବୋଲି କୁହାଯାଇଛି l ଯେଉଁ ବ୍ୟକ୍ତି ଧନ ଲାଭ କରିବା ପରେ ଅହଙ୍କାରର ବଶବର୍ତ୍ତୀ ହୋଇଥାଏ ତା ଉପରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l
-ଅହଂକାରୀ ବ୍ୟକ୍ତି ନିଜର କ୍ଷତି କରିବା ସହିତ ନିଜ ପରିବାରର ମଧ୍ୟ କ୍ଷତି କରିଥାଏ l
– ସବୁବେଳେ ନିଜକୁ ଅହଂକାର ଠାରୁ ଦୁରେଇ ରଖିବା ଆବଶ୍ୟକ l ନଚେତ ଅହଂକାର ହିଁ ଆପଣଙ୍କର ଶତୃ ହୋଇଯିବ l
Comments are closed.