Odisha news

ଲକ ଡାଉନ ଏବଂ ସଟ ଡାଉନ ରେ କାହାର ପୁଷମାସ ତ କାହାର ସର୍ବନାଶ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ ଘୋଷିତ କରୋନା ର ଦ୍ୱିତୀୟ ଲହର ସାରା ଦେଶ ରେ ଜାରିରହିଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି l ଏହି ସମୟରେ କରୋନା ଚେନ କୁ ଭାଙ୍ଗିବା ପାଇଁ ସରକାର 14 ଦିନିଆଁ ଲକ ଡାଉନ ଘୋଷଣା କରିଛନ୍ତି l ଏହା କାହାପାଇଁ ପୁଷ ମାସ ପାଲଟିଥିବାବେଳେ ଆଉ କାହାପାଇଁ ସର୍ବନାଶ ପାଲଟିଛି l ପ୍ରଥମ ଲହର ପରେ ପ୍ରବାସୀ ମାନେ ନିଜ ନିଜ କର୍ମସ୍ଥଳୀ କୁ ଫେରି କାର୍ଯ୍ୟ ସମ୍ଭାଳି ଆସୁଥିବାବେଳେ ଦ୍ୱିତୀୟ ଲହର ପାଇଁ ଜୀବନ କୁ ବାଜି ଲଗାଇ ସେମାନେ ଏବେ ଗାଁ, ଘର ମୁହାଁ  ଶ୍ରମିକ, ଦିନମଜୁରିଆ, ବେସରକାରୀ କର୍ମଜୀବି, କଳାକାର, ମଧ୍ୟବର୍ତ୍ତୀ ଆର୍ଥିକସ୍ୱଚ୍ଛଳ ପରିବାର ଙ୍କ ରୋଜଗାର ପୁରା ଠପ ହୋଇଯାଇଛି l ଏଣୁ ଲକଡାଉନ, ସଟ ଡାଉନ  ସେମାନଙ୍କ ପାଇଁ ସର୍ବନାଶ ର କାରଣ ପାଲଟିଛି l ଏପଟେ ପ୍ରକୃତି ର ରଙ୍ଗ ବଦଳି ଥିବାରୁ ପ୍ରକୃତିପ୍ରେମୀ ମାନେ ଖୁସି ହୋଇଯାଇଛନ୍ତି l ବିଭିନ୍ନ ଜଙ୍ଗଲ ରେ ଥିବା ବନ୍ୟଜନ୍ତୁ ମାନେ ଲୋକ ଗହଳି ନଥିବାରୁ ବାହାରକୁ ଆସି ବୁଲୁଥିବା ଦେଖିବାକୁ ମିଳୁଛି l ଛୋଟ ଦୋକାନୀ, ବ୍ୟବସାୟୀ ମାନେ ନିଜ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖି ହାତବାନ୍ଧି ବସିଥିବାବେଳେ ବେଆଇନ କରତକଳ, ଚୋରା ମlଦକଦ୍ରବ୍ୟ କାରବାର, ଅହରହ ଖୁଲମ ଖୁଲା ବିଭାଗୀୟ ଅଧିକାରୀଙ୍କ ପ୍ରୋତ୍ସାହନ ରେ ଚାଲିଛି l ଲକ ଡାଉନ ଓ ସଟ ଡାଉନ ରେ  ଛୋଟ ଦୋକାନୀ ଙ୍କ ସର୍ବନାଶ ର କାରଣ ପାଲଟିଥିବାବେଳେ ଚୋରା ବେପାରୀ ଙ୍କ ପାଇଁ ଏହା ପୁଷ ମାସ ପାଲଟିଛି l କ୍ରମlନ୍ୱୟ ରେ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକା ନେଇଯାଇଥିବା ବ୍ୟକ୍ତି ମାନସିକ ଭାବେ ଶାନ୍ତି ରେ ରହିଥିବା ବେଳେ ପ୍ରଥମ ଡୋଜ ଟୀକା ନେଇ ଦ୍ୱିତୀୟ ଡୋଜ ଟୀକା ନେବାକୁ ପ୍ରତିଦିନ ସକାଳୁ ଏଠୁ ସେଠିକି ଦୌଡୁଥିବା ବ୍ୟକ୍ତି ମାନସିକ ଭାବେ ଅଶାନ୍ତି ରେ ରାତି ରେ ଶୋଇପାରୁନାହାନ୍ତି l କହିବାକୁ ଗଲେ ଏହି ଲକଡାଉନ ଓ ସଟ ଡାଉନ  କାହାପାଇଁ ସର୍ବନାଶ ହୋଇ ଥିବାବେଳେ କାହାପାଇଁ ପୁଷମାସ ପାଲଟିଛି ବୋଲି କହିଲେ ଭୁଲ ହେବ ନାହିଁ l

Comments are closed.