Odisha news

ସେବିକାଙ୍କୁ ସମ୍ବର୍ଦ୍ଧନା କଲା ମିଡିଆ କେୟାର

ରାୟଗଡା,୧୨ ।୫(Rabindra Patkhandal)- ଆନ୍ତର୍ଜାତିକ ସେବିକା ଦିବସ ଉପଲକ୍ଷେ ରାୟଗଡା ମିଡିଆ କେୟାର ତରଫରୁ ସେବିକା ମାନଙ୍କ ଉତ୍ସର୍ଗକୃତ ସେବା ପାଇଁ ସମ୍ବର୍ଦ୍ଧନା କରାଯାଇଛି । ଜେକେପୁର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ୧୦ ଜଣ ସେବିକାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଛି । କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବାରେ ଦିନରାତି ସେବା ଯୋଗାଉଥିବାରୁ, ସେମାନଙ୍କ ମନୋବଳ ଦୃଢ କରିବା ପାଇଁ ରାୟଗଡା ଜିଲ୍ଲା ମିଡିଆ କେୟାର ତରଫରୁ ଏପରି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମିଡିଆ କେୟାରର ବରିଷ୍ଠ ସଦସ୍ୟଙ୍କ ନିର୍ଦେଶକ୍ରମେ ଜେକେପୁର ଠାରୁ କାର୍ଯ୍ୟରତ ସାମ୍ବାଦିକ ଦୁର୍ଗା ପ୍ରସାଦ ପାଢୀ, ସନ୍ତୋଷ ପାଣିଗ୍ରାହୀ,ଶ୍ରୀନିବାସ ବଳିୟାର ସିଂ, ରଘୁନାଥ କାମ୍ବା, ମନୋଜ ଜେନା, ସୁରେଶ କୋଣ୍ଡା ପ୍ରମୁଖ ଉପସ୍ଥିତ ରହି ସେବିକା ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏଥି ସହ ଇମ୍ପା କଂପାନୀ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସେବିକା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କାରଖାନାରେ ଉପ-ସଭାପତି କେ.ଭି.ରାଓ ଓ ଲୋକସଂପର୍କ ଅଧିକାରୀ ଶକ୍ତି ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ରହି ଡାକ୍ତର ଓ ସେବିକା ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

Comments are closed.