ରାୟଗଡା,୧୨ ।୫(Rabindra Patkhandal)- ନୂତନ ଏସଡିପିଓ ଭାବେ ରାୟଗଡା ଥାନାରେ ଯୋଗଦାନ କରିଛନ୍ତି ଦେବଜ୍ୟୋତି ଦାଶ( ଓପିଏସ) । ପୂର୍ବରୁ କାର୍ଯ୍ୟରତ ଏସଡିପିଓ ତପନ ନାରାୟଣ ରଥଙ୍କୁ କଳାହାଣ୍ଡି ଜିଲ୍ଲା ବଦଳି ପରେ ଶ୍ରୀଦାଶ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାୟଗଡା ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅପରାଧିକ ଗତିବିଧିକୁ ନିୟନ୍ତ୍ରଣାଧୀନ କରିବା ଓ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାମ କରିବି ବୋଲି ପ୍ରକାଶ କରିଥିଲେ । ଏଥି ପୂର୍ବରୁ ଶ୍ରୀଦାଶ କମିଶନରେଟ ପୋଲିସ ଅଧିନରେ ଏସିପି ଟ୍ରାଫିକ ଭାବେ ନିଜ ଦାୟିତ୍ୱକୁ ସୂଚାରୁରୂପେ ସଂପାଦନ କରିଥିଲେ । ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ତରଫରୁ ଶ୍ରୀଦାଶଙ୍କୁ ଶୁଭେଛାର ସୁଅ ଛୁଟିଥିଲା ।
Comments are closed.