ନବରଙ୍ଗପୁର ଜିଲ୍ଲାରେ ଗତ ପାଞ୍ଚ ଦିନରେ ୧୬୯୫ ଜଣ ଆକ୍ରାନ୍ତ : ଆକ୍ରାନ୍ତ ଙ୍କ ସଂଖ୍ୟା କୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ।
ବରଙ୍ଗପୁର / ବୋରିଗୁମ୍ମା (କେ.ସାକିଲି ଦୋରା )—ନବରଙ୍ଗପୁର ଜିଲ୍ଲାରେ କରୋନା ସ୍ଥିତ ଦିନ କୁ ଦିନ ଉଦବେଗ ହେଉଛି।କରୋନା ର ଦ୍ଵିତୀୟ ଲହର ଜିଲାଵାସୀ ଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରଶାସନ ର ସମସ୍ତ ଚେଷ୍ଟା ଓ ଉଦ୍ୟମ ଆକ୍ରାନ୍ତ ଙ୍କ ସଂଖ୍ୟା କୁ କମାଇବାରେ ବିଫଳ ହୋଇଛି କହିଲେ ଚଳେ। ଜିଲ୍ଲାର ୧୦ ଗୋଟି ବ୍ଲକ ଓ ଦୁଇ ଟି ପୌରପାଳିକା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ରହିଛି। ଗତ ପାଞ୍ଚ ଦିନରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୯୫ ରହିଥିବା ବେଳେ ଆଜି ଆକ୍ରାନ୍ତ ଙ୍କ ସଂଖ୍ୟା ୩୩୫ ଜଣ। ସେଥି ମଧ୍ୟରୁ ଉମରକୋଟ ପୌରପାଳିକା ରେ ୨୧ ଜଣ,ଉମରକୋଟ ବ୍ଲକରେ ୬୪ ଜଣ, ନବରଙ୍ଗପୁର ପୌରପାଳିକା ରେ ୩୩ ଜଣ,ନବରଙ୍ଗପୁର ବ୍ଲକରେ ୫ ଜଣ,ଝରି ଗାଁ ବ୍ଲକରେ ୬୦ ଜଣ,ରାଇଘର ବ୍ଲକରେ ୪୦ ଜଣ,ଚନ୍ଦାହାଣ୍ଡି ବ୍ଲକରେ ୪୮ ଜଣ,ଡାବୁଗାଁ ବ୍ଲକରେ ୯ ଜଣ,ପାପଡାହାଣ୍ଡି ବ୍ଲକରେ ୧୮ ଜଣ,କଷାଗୁମୁଡ଼ା ବ୍ଲକରେ ୯ ଜଣ,ନନ୍ଦାହାଣ୍ଡି ବ୍ଲକରେ ୧୩ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରେ ୧୫ ଜଣ ଅଛନ୍ତି।ଏବେ ଜିଲ୍ଲାରେ ମୋଟ ୩୧୯୪ ଜଣ ଆକ୍ଟିଭ କେସ ରହିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୪,୦୮୨ ଜଣ ରହୁଥିବା ବେଳେ ୧୦,୭୯୧ ଜଣ ସୁସ୍ଥ ହୋଇଛନ୍ତି।ବର୍ତ୍ତମାନ ହୋମ ଆଇସଲେସନ ରେ ୩୦୫୦ ଜଣ ରହିଛନ୍ତି। ଛତିଶଗଡ଼ ସୀମାନ୍ତ ବ୍ଲକ ଗୁଡ଼ିକ ରେ ଧିରେ ଧିରେ ଆକ୍ରାନ୍ତ ଙ୍କ କମିବାରେ ଲାଗିଛି। ଜିଲ୍ଲାରେ କରୋନା ମୃତୁ ସଂଖ୍ୟା ସରକାରୀ ସଂଖ୍ୟା ଅପେକ୍ଷା ଅଧିକ ବୋଲି କୁହାଯାଉଛି।ଅନ୍ୟପଟେ କହିବାକୁ ଗଲେ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଫେରିବା ଜାରୀ ରହିଛି। ପ୍ରତିଦିନ ବିଭିନ୍ନ ରାଜ୍ୟ ରୁ ଶ୍ରମିକ ମାନେ ନିଜ ଜିଲ୍ଲା କୁ ଫେରୁଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ସଂଗରୋଧ କେନ୍ଦ୍ର ରେ ରହିବାର ବ୍ୟବସ୍ଥା କରାଯାଇଛି।ଶନିବାର ଓ ରବିବାର ହେଉଛି ସପ୍ତାହନ୍ତ ସଟ ଡାଉନ। କେବଳ ଔଷଧ ଦୋକାନ କୁ ବାଦ ଦେଲେ ଜିଲ୍ଲାରେ କୌଣସି ଦୋକାନ ଖୋଲିବାକୁ ଅନୁମତି ନାହିଁ। ପୋଲିସ ପ୍ରଶାସନ ତରଫରୁ ଜିଲ୍ଲାରେ କଡା ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।
Comments are closed.