ବୋରିଗୁମ୍ମା (କେ.ସାକିଲି ଦୋରା)—- ରାଜ୍ୟ ସରକାର କରୋନା କୁ ପ୍ରତିହତ କରିବା ପାଇଁ ମଇ ୫ ତାରିଖ ରୁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି। ସମସ୍ତ ପ୍ରକାର ଗାଡି ମଟର ଚାଲିପାରିବ ନାହିଁ। ଯେଉଁ ମାନେ ବଜାର କୁ ଯିବେ ସେମାନେ ବାଇକ ନ ଆଣି ଚାଲି ଚାଲି ଯିବାକୁ କୋଭିଡ ନିୟମ ରହିଛି। କିନ୍ତୁ କଟକଣା ସତ୍ତ୍ୱେ ବୋରିଗୁମ୍ମା ସହରରେ ଆଜି ସକାଳୁ ଅମାନିଆ ମାନେ ବାଇକ ଧରି ଚଳପ୍ରଚଳ କରୁଥିଲେ। ବୋରିଗୁମ୍ମା ପୋଲିସ ପକ୍ଷରୁ ଅମାନିଆ ଙ୍କ ପ୍ରତି କଡା ପଦକ୍ଷେପ ଗ୍ରହଣ କରାଯାଇଛି।ଯେଉଁ ମାନେ ବାଇକ ଧରି ବଜାର କୁ ଯାଉଥିଲେ ସେମାନଙ୍କୁ ପୋଲିସ ର ଛାଟ। କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗ ରେ ୪୦ ବାଇକ ଆରୋହି ଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ବିନା ମାସ୍କ ରେ ବୁଲୁଥିବା ୨୦ ଜଣ ଙ୍କ ପ୍ରତେକ ୫୦୦ ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।ଏହିପରି ଭାବରେ ମୋଟ ୬୦ ଅମାନିଆ ଙ୍କ ଠାରୁ ୩୦ ହାଜର ଟଙ୍କା ଜରିମାନା ଆଦାୟ କରାଯାଇଛି।ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଏସ ଆଇ ଶ୍ରୀକାନ୍ତ ସାହୁ, ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ,ସଞ୍ଜୟ ମଣ୍ଡଳ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଚଡାଉ କରିଥିଲେ।

Comments are closed.