Odisha news

କୋଭିଡ୍ କଟକଣାକୁ ଖାତିର ନାହିଁ, ଜିଲ୍ଲା ପ୍ରଶାସନର ନଜର ନାହିଁ, ଶହଶହ ଲୋକଙ୍କ ଭିଡରେ ଚାଲିଛି ଫୁଟବଲ ଖେଳ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ ବେକାବୁ ହୋଇପଡିଛି କରୋନା । ମାତ୍ର ଏବେବି କିଛି ଅମାନିଆଙ୍କୁ ଯେପରି କୌଣସି କଥାରେ କିଛି ଫରକ ପଡୁନାହିଁ । କରୋନା ମାରାତ୍ମକ ରୂପ ଧାରଣ କରୁଥିବାବେଳେ ଚାଲିଛି ଫୁଟବଲ ଖେଳ । ଶହଶହ ଲୋକ କୋଭିଡ୍ କଟକଣାକୁ ଫୁଃରେ ଉଡେଇ ଚାଲିଛି ଖେଳ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଘୁଆଶୋଳ ଗ୍ରାମର ଖେଳପଡିଆରେ ଚାଲିଛି ଫୁଟବଲ ଟୁର୍ଣ୍ଣାମେଣ୍ଟ୍ । ଗ୍ରାମର ଖେଳପଡିଆରେ ଶହଶହ ଲୋକଙ୍କ ଭିଡରେ ଚାଲିଛି ଖେଳ । ଏନେଇ ସ୍ଥାନୀୟ ବାରିପଦା ସଦରଥାନା ଆଇଆଇସିଙ୍କୁ ମଧ୍ୟ ଅବଗତ କରାଯାଇଥିଲା, ମାତ୍ର କୌଣସି ସୁଫଳ ମିଳିନାହିଁ । ଏହି ଘଟଣା ସମ୍ପର୍କରେ ବାରିପଦା ତହସିଲଦାରଙ୍କୁ ଯୋଗାଯୋଗା କରାଯାଇଥିଲେ ମଧ୍ୟ ଯୋଗାଯୋଗା ହୋଇପାରିନଥିଲା । କରୋନା ବ୍ୟାପୁ ଥିବାବେଳେ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ବିଳମ୍ବନାର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହୋଇଅଛି ।

Leave A Reply