ନୂଆଦିଲ୍ଲୀ : ଗୋଟିଏ ସନ୍ତାନ ପ୍ରତି ଉଭୟ ମା ଓ ବାପା ଯତ୍ନଶୀଳ ହୋଇଥାଆନ୍ତି , କାହିଁକି ନ ଛୁଆ ଟିଏ ହୋଇଥାଏ ମାତା ପିତାଙ୍କ ଦୁନିଆ l ତାକୁ ନେଇ ପିତାମାତା ସୁନ୍ଦର ସ୍ୱପ୍ନର ବସା ବାନ୍ଧନ୍ତି l କିନ୍ତୁ ଚୀନ ରୁ ଜଣେ କଳିଯୁଗ ବାପାର ସ୍ନେହ ବିଷୟରେ ଖବର ସାମ୍ନାକୁ ଆସିଛି l ଏହି ବ୍ୟକ୍ତି ଜଣଙ୍କ ନାମ ହେଉଛି ସି l ତାଙ୍କର ନିଜ ପତ୍ନୀଙ୍କ ନିକଟରୁ ବିଭାହ ବିଛେଦ ହୋଇ ଯାଇଥିଲା ଓ ସେ ନିଜ ପୁଅ ଦେଖାରଖା କରିବା ପାଇଁ ଅସମର୍ଥ ଥିଲେ ସେଥିପାଇଁ ସେ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି କାର୍ଯ୍ୟ କରିଥିଲେ l
ମିଳିଥିବା ସୂଚନା ଅନୁସାରେ ସି ଙ୍କର ତାଙ୍କ ପତ୍ନୀଙ୍କ ସହିତ ସବୁବେଳେ ଝଗଡା ହେଉଥିଲା l ତେଣୁ ଉଭୟ ଅଲଗା ହୋଇ ଯାଇଥିଲେ l ତାଙ୍କର ଦୁଇଟି ଛୁଆ ଥିଲେ ,ଗୋଟିଏ ଝିଅ ଓ ଗୋଟିଏ ପୁଅ ,ମହିଳା ଜଣଙ୍କ ଝିଅର ଦାୟିତ୍ୱ ନେବାକୁ ଇଛା କଲେ ଓ ପୁଅର କଷ୍ଟଡି ସି ନେଇଥିଲେ l ସି ଗୋଟିଏ ଅଲଗା ସହରରେ କାମ କରୁଥିବାରୁ ତାଙ୍କ ପୁଅକୁ ତାଙ୍କ ଭାଇଙ୍କ ନିକଟରେ ଛାଡି ଦେଇଥିଲେ l କିନ୍ତୁ ସି ତାଙ୍କ ଭାଇଙ୍କ ନିକଟକୁ ଯାଇ କହିଥିଲେ ଯେ ତା ମା ପୁଅକୁ ଦେଖିବାକୁ ଚାହୁଁଛି l
ପୋଲିସ ସୂଚନା ଅନୁସାରେ ସି ତାଙ୍କ ପୁଅକୁ ନିଜ ଭାଇ ପାଖରୁ ନେଇ ଗୋଟିଏ ଦମ୍ପତିଙ୍କୁ ବିକ୍ରି କରି ଦେଇଥିଲେ l ସେ ତାଙ୍କ ପୁଅକୁ ଭାରତୀୟ ମୁଦ୍ରାରେ ୧୭ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ l ଏହାପରେ ସମସ୍ତ ଅର୍ଥକୁ ନେଇ ନିଜ ଗାର୍ଲ ଫ୍ରେଣ୍ଡ ସହିତ ଦେଶ ଭ୍ରମଣରେ ଗଲେ l ସି ଙ୍କ ଭାଇ ଛୁଆ ଟିକୁ ନପାଇ ,ସି ଙ୍କୁ ଫୋନ କରୁଥିଲେ ମଧ୍ୟ ସେ ଫୋନ ଉଠାଉ ନଥିବାରୁ ପୋଲିସ କୁ ସୂଚନା ଦେଇଥିଲେ l ପୋଲିସ ସି ଙ୍କୁ ଗିରଫ କଲାପରେ ସେ ସବୁକିଛି ସ୍ୱୀକାର କରିଛନ୍ତି l