Odisha news

୫ଟି ରାଜ୍ୟରେ ସରକାର ଗଠନ ହେବ ଚଳିତ ସପ୍ତାହରେ : ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କିଏ କେଉଁଦିନ ଶପଥ ନେବେ

0

ନୂଆଦିଲ୍ଲୀ : ୫ଟି ରାଜ୍ୟର ବିଧାନସଭା ଓ କେନ୍ଦ୍ରଶାସିତ ପ୍ରଦେଶ ର ମତଦାନ ଫଳାଫଳ ଆସି ସାରିଛି l ବର୍ତମାନ ଏଠାରେ ନୂଆ ସରକାର ଗଢା ଯିବାର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି l ସମସ୍ତ ରାଜ୍ୟରେ ପ୍ରାୟ ଚଳିତ ସପ୍ତାହରେ ସରକାର ଗଢିବାର କାର୍ଯ୍ୟକ୍ରମ ସମାପ୍ତ ହୋଇଯିବ l ରବିବାରଦିନ ଆସିଥିବା ମତଦାନ ଫଳାଫଳରେ ପଶ୍ଚିମ ବଙ୍ଗରେ TMC ,ଆସାମ ରେ ଭାଜପା ,ତାମିଲନାଡୁରେ DMK ,କେରଳରେ କମ୍ୟୁନିଷ୍ଟ ଓ NDA ସରକାର ଗଢିବାର ରହିଛି l

ପଶ୍ଚିମ ବଙ୍ଗ : ବିଧାନସଭା ମତଦାନରେ ବଡ଼ ବିଜୟ ହାସଲ କରିଥିବା କାରଣରୁ ମମତା ବାନାର୍ଜୀ ମଇ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ l ରାଜ୍ୟର ମନ୍ତ୍ରୀ ତଥା ବୟୋଜ୍ୟେଷ୍ଠ TMC ନେତା ପାର୍ଥ ଚାଟାର୍ଜୀ ସୋମବାରଦିନ ଏହିଅ ସୂଚନା ଦେଇଥିଲେ l ସ୍ୱୟଂ ମମତା ବାନାର୍ଜୀ ନନ୍ଦିଗ୍ରାମ ରୁ ହାରି ଯାଇଛନ୍ତି l ବହୁମତ କାରଣରୁ ସେ ସରକାର ଗଢିବେ l ଷୋମବାର ସନ୍ଧ୍ୟା ୭ଟାରେ ସେ ରାଜ୍ୟପାଳଙ୍କୁ ଦେଖା କରିଥିଲେ l

ତାମିଲନାଡୁ :ଏଠାରେ ବିଧାନସଭା ମତଦାନରେ ଏମକେ ଷ୍ଟାଲିନ ଙ୍କ DMK ୧୩୦ ସିଟ ରେ ବିଜୟ ହାସଲ କରିଛି l ଦଳର ଗଠବନ୍ଧନ ଦ୍ୱାରା ଦଳ ୧୫୬ ଟି ସିଟ୍ ରେ ବିଜୟ ହାସଲ କରିଛି l ମଙ୍ଗଳବାରଦିନ ସନ୍ଧ୍ୟା ୬ଟା ବେଳେ DMK ବିଧାୟକ ମାନଙ୍କର ବୈଠକ ରଖାଯାଇଛି l ଦଳର ମହାସଚିବ ଦୁରାଇ ମୁରୁଗନ କହିଛନ୍ତି ଯେ ବୈଠକ ଚେନାଇ ସ୍ଥିତ ମୁଖ୍ୟାଳୟ ରେ ରଖାଯାଇଛି l ଏହି ବୈଠକରେ ଡ଼ିଏମକେ ଦଳର ବିଧାୟକ ମାନେ ଅଧିକାରୀକ ଭାବରେ ଷ୍ଟାଲିନ ଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବାଛିବେ l ଷ୍ଟାଲିନ ମଇ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ l

ଆସାମ : ଏଠାରେ ଦ୍ଵିତୀୟ ଥର ପାଇଁ ବିଜେପି ବିଜୟ ହାସଲ କରିଛି l ମୁଖ୍ୟମନ୍ତ୍ରୀ ସୋନୋବାଲ ଖୁବ କଠିନ ପରିଶ୍ରମ କରିଥିଲେ ,କିନ୍ତୁ ଏଠାରେ ଆଉ ଗୋଟିଏ ଜଣାଶୁଣା ଚେହେରା ରହିଛି ,ସେ ହେଉଛନ୍ତି ହେମନ୍ତ ବିଶ୍ୱା ସରମା l ହେମନ୍ତ କଂଗ୍ରେସ ରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ହୋଇ ପାରି ନଥିଲେ l ଏହି କାରଣରୁ ସେ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଥିଲେ l

କେରଳ : ପିନାରାଇ ବିଜୟାନ କେରଳରେ ବିପୁଳ ବିଜୟ ହାସଲ କରିବା ପରେ ସୋମବାରଦିନ ରାଜ୍ୟପାଳ ଅରିଫ ଅହମଦ ଙ୍କ ସହିତ ସାକ୍ଷାତ କରିଛନ୍ତି l ସେ କହିଛନ୍ତି ଯେ ଭାରତୀୟ କମ୍ୟୁନିଷ୍ଟ ଦଳର ଏକଜ୍ୟୁକୁଟିଭ କାଉନ୍ସିଲ ରେ ସରକାର ଗଠନକୁ ନେଇ ନିଷ୍ପତି ହେବ l ଦଳର ସୂଚନା ଅନୁସାରେ ମହାମାରୀଙ୍କୁ ଆଖି ଆଗରେ ରଖି ଚଳିତ ସପ୍ତାହରେ ସରକାର ଗଠନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରାଯିବ l

ପୁଡୁଚେରୀ : କେନ୍ଦ୍ରଶାସିତ ଛୋଟ ପ୍ରଦେଶ ପୁଡୁଚେରୀ ରେ ପ୍ରଥମ ଥର ପାଇଁ NDA ସରକାର ଗଢିବାକୁ ଯାଉଛି l ଚଳିତ ଥର ରଂଗାସ୍ୱାମୀ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ l  ସୋମବାରଦିନ ଦଳର ବିଧାୟକ ମାନଙ୍କର ବୈଠକ ଥିଲା l ଏଥିରେ ଶପଥ ଗ୍ରହଣ ସମାରୋହର ରୂପରେଖ ପ୍ରସ୍ତୁତ କରାଯାଇଥିଲା l

Leave A Reply