ଇମ୍ୟୁନିଟି ବଢ଼ାଇ ଥାଏ ଭିଟାମିନ-ସି : ଗବେଷଣାରୁ ଜଣା ପଡିଛି ଏହି ୫ଟି ଜିନିଷକୁ ନିଜ ଖାଦ୍ୟରେ ପ୍ରତିଦିନ ଗ୍ରହଣ କରନ୍ତୁ
ଇମ୍ୟୁନିଟି ବଢାଇବା ପାଇଁ ଭିଟାମିନ-ସି ରେ ଭରପୁର ଥିବା ଖାଦ୍ୟକୁ ସେବନ କରିବା ପାଇଁ ବାରମ୍ବାର କୁହାଯାଉଛି l କିନ୍ତୁ ସହଜରେ ମିଳୁଥିବା ଭିଟାମିନ-ସି ଯୁକ୍ତ ଖାଦ୍ୟ କଣ ସବୁ ହୋଇଥାଏ ଆମ ମଧ୍ୟରୁ ଅନେକ ବ୍ୟକ୍ତି ଜାଣି ନାହାନ୍ତି l ଇମ୍ୟୁନିକୁ ବଢାଇବା ପାଇଁ ପ୍ରାକୃତିକ ଉପାୟ ଗ୍ରହଣ କରନ୍ତୁ ଏବଂ ତା ସହିତ ପ୍ରତିଦିନ ବ୍ୟାୟାମ ,ଯୋଗାସନ ଇତ୍ୟାଦି କରିବା ସହିତ ପୁଷ୍ଟିକର ଖାଦ୍ୟ ସେବନ କରନ୍ତୁ l ପ୍ରାକୃତିକ ଉପାୟରେ କିପରି ଇମ୍ୟୁନିଟି ବଢିବା ଓ ତାର ସ୍ରୋତ କଣ ରହିଛି ଆସନ୍ତୁ ଜାଣିବା l
* କମଳା -ଅଧିକ ଭିଟାମିନ-ସି କମଳରେ ମିଳିଥାଏ l କମଳା ଜୁସ ପ୍ରତେକ ଦିନ ପିଇବା ଦ୍ୱାରା ଆପଣ ପ୍ରାକୃତିକ ଉପାୟରେ ନିଜର ଇମ୍ୟୁନିଟି ବଢ଼ାଇ ପାରିବେ l କମଳରେ ଫାଇବର ଓ ଥାଇମିଂ ସହିତ ପୋଟାସିୟମ ଭଳି ଖଣିଜ ଭଳି ଖଣିଜ ପଦାର୍ଥ ଭରପୁର ହୋଇ ରହିଛହି ,ଯାହା ଇମ୍ୟୁନିଟି ବଢାଇବା ସହିତ ବିଭିନ୍ନ ପ୍ରକାରର ଅସୁବିଧାରୁ ଦୁରେଇ ରଖିଥାଏ l
* ସପୁରି -ସପୁରି ଗୋଟିଏ ଏପରି ଫଳ ଯାହା ଗ୍ରୀଷ୍ମ ଋତୁରେ ଆମ ମସ୍ତିଷ୍କକୁ ଥଣ୍ଡା ରଖିବା ସହିତ ଶରୀରକୁ ସତେଜ ରଖିବାକୁ କାମ କରିଥାଏ l ପ୍ରତିଦିନ ସପୁରି ଖାଇବା ଦ୍ୱାରା ଋତୁ ଜନିତ ର୍ପଗ ଠାରୁ ଦୁରେଇ ରହିବେ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ l
* କ୍ୟାପ୍ସିକମ -ଗୋଟିଏ କପ କଟା ଯାଇଥିବା କ୍ୟାପ୍ସିକମ ରେ ଗୋଟିଏ କମଳା ଠାରୁ ତିନିଗୁଣ ଅଧିକ ଅର୍ଥାତ ୧୯୦ ମିଲିଗ୍ରାମ ର ଭିଟାମିନ ସି ରହିଛି l ଏହା ବ୍ୟତୀତ ନାଲି ରଙ୍ଗର କ୍ୟାପ୍ସିକମରେ ଭିଟାମିନ ଏ ରହିଥିବା କାରଣରୁ ଏକହିପାଇଁ ହିତକର l ତା ସହିତ ଏଥିରେ ଫାଇବର ପ୍ରଚୁର ପରିମାଣରେ ରହିଛି l
* ଅମୃତ ଭଣ୍ଡ -ଏକ ଅଧୟନ ଅନୁସାରେ ଜଣାପଡିଛି ଯେ ଅମୃତଭଣ୍ଡା ଆପଣଙ୍କ ପାଚନ କ୍ରିୟାକୁ ଉନ୍ନତ କରିଥାଏ ,ତ୍ୱଚାରେ ଚମକ ଆଣେ ,ସାଇନ୍ସ ସମସ୍ୟା ଦୂର କରିଥାଏ ଓ ହାଡ଼କୁ ମଝବୁତ କରେ l ଗୋଟିଏ କପ ଅମୃତ ଭଣ୍ଡାରେ ୮୮.୩ ମିଲିଗ୍ରାମ ଭିଟାମିନ-ସି ରହିଛି ଯାହା ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରେ l
* ଲେମ୍ବୁ – ଲେମ୍ବୁକୁ ଗୋଟିଏ ଫଳ ଭାବରେ ଗ୍ରହଣ କରାଯାଏ ,କାରଣ ଏଥିରେ ମଞ୍ଜି ରହିଛି l କିନ୍ତୁ ବନସ୍ପତି ବିଜ୍ଞାନରେ ଏହାକୁ ଗୋଟିଏ ପାରିବ ବୋଲି କୁହାଯାଏ l ଗୋଟିଏ ଲେମ୍ବୁରେ ୮୩ ମିଲିଗ୍ରାମ ଭିଟାମିନ-ସି ରହିଛି ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ l