Odisha news

ଘରକୁ ନକାରାତ୍ମକ ଶକ୍ତିଠାରୁ ଦୁରେଇ ରଖିବା ସହିତ ରୋଗ ଠାରୁ ମଧ୍ୟ ଦୁରେଇ ରଖିଥାଏ ଏହି ବାସ୍ତୁ ଉପାୟ

0

ବର୍ତ୍ତମାନ ଚାରିଆଡେ ରୋଗ ବୈରାଗ ମାଡି ମାଡି ଚାଲିଛି l ତେଣୁ ପ୍ରାୟ ସମସ୍ତେ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଗ୍ରହଣ କରୁଛନ୍ତି l ସରକାର ମଧ୍ୟ ଦେଶରେ ଲୋକମାନଙ୍କ ମଧ୍ୟରେ ସଂକ୍ରମଣ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାରର ସଚେତନତା କରୁଛନ୍ତି l ତେଣୁକରି ଘର ଭିତରୁ ନକାରାତ୍ମକ ଶକ୍ତିକୁ ଦୂରେଇବା ସହିତ ନିଜକୁ ସୁସ୍ଥ ରଖିବା ପାଇଁ କିଛିଟା ଉପାୟ ଅବଲମ୍ବନ କରିବା ଆବଶ୍ୟକ ,ଆସନ୍ତୁ ଜାଣିବା l

* ପ୍ରାୟ ଆମେ ଦେଖୁଛୁ ସମସ୍ତଙ୍କ ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି l ଘର ଭିତରେ ସକାରାତ୍ମକ ଶକ୍ତି ରହିବ ପାଇଁ ଓ ପରିବାର ସଦସ୍ୟ ସୁସ୍ଥ ରହିବ ପାଇଁ ଘରକୁ ସଫା ସୁତୁରା ରଖିବା ସର୍ବପ୍ରଥମେ ଆବଶ୍ୟକ l ମୁଖ୍ୟ ଦ୍ୱାରକୁ ମଧ୍ୟ ପୋଛା ପୋଛି କରିବା ସହିତ ସାନିଟାଈଜ କରିବା ଉଚିତ l ଯାହା ଘରକୁ ସକାରାତ୍ମକ ଉର୍ଜା ଆଣିବା ଓ ଶରୀର ସୁସ୍ଥ ରହିବ l

* ଧ୍ୟାନ ରଖିବେ ଯେ ଘର ଭିତରେ ଯେପରି ବୁଢିଆଣୀ ଜାଲ ଓ ଅଳନ୍ଧୁ ନହୁଏ l କାରଣ ଏହା ମାନସିକ ଚିନ୍ତାକୁ ବଢ଼ିଥାଏ l ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ସହିତ ଗୋଟିଏ ଘଣ୍ଟି ମଧ୍ୟ ଲଗାନ୍ତୁ l ତା ସହିତ ରୋଗ ଠାରୁ ଦୁରେଇ ରହିବ ପାଇଁ ବାୟୁ ଚଳାଚଳ ଠିକରେ ହେବ ଉଚିତ l

* ଶନିବାର ଦିନ କଳା ବିରି ଓ ସୋରିଷ ତେଲ ଦାନ କରିବା ଉଚିତ ପବିତ୍ର ବାତାବରଣ ସହିତ ହନୁମାନ ଚାଳିଶ ପାଠ କରନ୍ତୁ l ଏହା ଦ୍ୱାରା ହନୁମାନଙ୍କ କୃପା ଲାଭ ହେବ ସହିତ ଘରୁ ବିପଦ ଦୁରେଇ ଯିବ l

* ଦକ୍ଷିଣ ଦିଗକୁ ଘର ଭିତରେ ଗୋଡ଼ କରି ଶୋଇବା ଉଚିତ ବର୍ତ୍ତମାନ ପରିସ୍ଥିତିରେ ମଣିଷ ଠିକ ଭାବରେ ଶୋଇଲେ ତାର ମାନସିକ ସନ୍ତୁଳନ ଠିକ ରହିବ ଓ ସେ ସମସ୍ତ ପ୍ରକାର ମାନସିକ ଉତେଜନା ଠାରୁ ଦୁରେଇ ରହିବ l

* ବର୍ତ୍ତମାନ ସ୍ଥିତିରେ ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇବା ସହିତ ସୁସ୍ଥ ରହିବ ପାଇଁ ସୁସ୍ଥ ବାତାବରଣ ଘରେ ରହିବ ନିହାତି ଉଚିତ l ଘରର ଉତ୍ତରଦିଗ କାନ୍ଥରେ ହନୁମାନଙ୍କ ଚିତ୍ର ଲଗାଇ ତା ନିକଟରେ କାରପୁର ଆଳତି କରିବା ଦ୍ୱାରା ଘରର ସକାରାତ୍ମକ ଉର୍ଜା ରହିବ ସହିତ ସମସ୍ତେ ସୁସ୍ଥ ରହିଥାନ୍ତି l

Leave A Reply