ଶଯ୍ୟା ,ଅକ୍ସିଜେନ ପରେ ଟୀକ୍କା ପାଇଁ ଅପେକ୍ଷା :ଦିଲ୍ଲୀରେ କୌଣସି ଘରୋଇ ଡାକ୍ତରଖାନା ରେ ମଇ ୨୨ ତାରିଖ ପର୍ଯ୍ୟନ୍ତ ଟୀକ୍କା ଉପଲବ୍ଧ ନାହିଁ
ନୂଆଦିଲ୍ଲୀ : ଦିଲ୍ଲୀରେ ଚିକିତ୍ସାଳୟ ଗୁଡିକରେ ଅକ୍ସିଜେନ ,ଶଯ୍ୟା ପରେ ବର୍ତ୍ତମାନ ଟୀକ୍କା ପାଇଁ ଅପେକ୍ଷା ଆରମ୍ଭ ହୋଇ ଯାଇଛି l ଗୋଟିଏ ଦିନ ପୂର୍ବରୁ ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତି ମାନଙ୍କ ପାଇଁ ଟୀକ୍କା କରଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି l ରାଜଧାନୀର କୌଣସି ଘରୋଇ ଡାକ୍ତରଖାନା ରେ ଆପୋଏଣ୍ଟ ମେଣ୍ଟ ସମ୍ପୂର୍ଣ୍ଣ ହୋଇ ସାରିଛି l ଆସନ୍ତା ୨୦ ଦିନ ମଧ୍ୟରେ ଏହିସବୁ ଡାକ୍ତରଖାନା ରେ ଟୀକ୍କା ନେବା ପାଇଁ କୌଣସି ସୁବିଧା ନାହିଁ l କୋଭିଡ ୱେବସାଇଟ ରୁ ମିଳିଥିବା ସୂଚନା ଅନୁସାରେ ମ୍ୟାକ୍ସ ,ଗଙ୍ଗରାମ ଆପୋଲ ସହିତ ଅଧିକାଂଶ ଡାକ୍ତରଖାନା ରେ ଲୋକମାନେ ଅପେକ୍ଷା କରିଛନ୍ତି l ବର୍ତମାନ ସରକାରୀ କେନ୍ଦ୍ରରେ ଏହି ଆୟୁ ବର୍ଗର ଲୋକଙ୍କ ପାଇଁ ଟୀକ୍କା ଉପଲବ୍ଧ ନାହିଁ l ଯେତେଦିନ ପର୍ଯ୍ୟନ୍ତ ଏହିସବୁ ଡାକ୍ତରଖାନାରେ ଲୋକଙ୍କ ପାଇଁ ଟୀକ୍କା ଉପଲବ୍ଧ ହେବନାହିଁ ସେତେଦିନ ପର୍ଯ୍ୟନ୍ତ ପଞ୍ଜିକରଣ ପାଇଁ ଲୋକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ l
ୱେବସାଇଟ ଅନୁସାରେ ବିଏଲକେ ,ସର ଗଙ୍ଗା ରାମ ,ମ୍ୟାକ୍ସ ,ଫୋରଟିସ ଡାକ୍ତରଖାନା ଆପୋଲୋ ଡାକ୍ତରଖାନାରେ ୧୮ ବର୍ଷରୁ ଅଧିକ ଆୟୁର ଲୋକ ମାନଙ୍କ ପାଇଁ ଟୀକ୍କା ଦିଆଯାଉଛି l ଏହିସବୁ ଡାକ୍ତରଖାନାରେ ମଇ ୩ ରୁ ୨୨ ମଇ ପର୍ଯ୍ୟନ୍ତ ସାକ୍ଷାତକାର ସମ୍ପୂର୍ଣ୍ଣ ହୋଇ ସାରିଛି l
ଲୋକନାୟକ ଡାକ୍ତରଖାନାର ଚିକିତ୍ସକ ନିର୍ଦେଶକ ଡା .ସୁରେଶ କୁମାର କହିଛନ୍ତି ଯେ ଆମେ ବର୍ତମାନ କରୋନା ଟୀକ୍କା ଆରମ୍ଭ କରୁ ନାହୁଁ l ଟୀକ୍କା ମିଳିବା ପରେ ସ୍ପଷ୍ଟ ହେଇଯିବ ଯେ କେବେ ମାଗଣାରେ ଟୀକ୍କା ମିଳିବ l ଏହା ବ୍ୟତୀତ କେନ୍ଦ୍ର ଓ ଡାକ୍ତରଖାନା କର୍ମଚାରୀ ୧୮ ବର୍ଷରୁ ଅଧିକ ଆୟୁର ବ୍ୟକ୍ତି ମାନଙ୍କ ପାଇଁ ଟୀକ୍କା ଉପଲବ୍ଧ ନାହିଁ l ବର୍ତମାନ ମଧ୍ୟ ଲୋକମାନେ ପଞ୍ଜିକରଣ କରାଉଛନ୍ତି କିନ୍ତୁ ଟୀକ୍କା ଦାନ ପାଇଁ ସଠିକ ତଥ୍ୟ ମିଳୁନାହିଁ l
ପୂର୍ବ ଦିଲ୍ଲୀ ରେ ମ୍ୟାକ୍ସ ରେ କୌଣସି ସ୍ଥାନ ଟୀକ୍କା କରଣ ପାଇଁ ନାହିଁ –
କୋବିନ ୱେବସାଇଟ ଅନୁସାରେ ପୂର୍ବ ଦିଲ୍ଲୀର ପଟପଡ଼ ଗଂଜ ସ୍ଥିତ ମ୍ୟାକ୍ସ ଡାକ୍ତରଖାନାରେ ଶୁଳ୍କ ଦେଇ ଟୀକ୍କା ଲଗା ଯାଉଛି l କିନ୍ତୁ ୨୨ ମଇ ପର୍ଯ୍ୟନ୍ତ ସାକ୍ଷାତକାର ବୁକ ହୋଇ ସାରିଛି l ଠିକ ଏହିଭଳି ବିଏଲକେ ଡାକ୍ତରଖାନ ରେ ୨୨ ପର୍ଯ୍ୟନ୍ତ ସାକ୍ଷାତକାର ଭର୍ତି ଅଛି l ଏହା ବ୍ୟତୀତ ଅନ୍ୟ ଡାକ୍ତରଖାନାରେ ୧୯ ରୁ ୨୩ ମଇ ମଧ୍ୟରେ ସାକ୍ଷାତକାର ମିଳୁନାହିଁ l