ଶନି ଦେବଙ୍କ ପାଇଁ ଶନିବାର ଦିନଟିର ମହତ୍ୱ ଅଛି l ଏହି ଦିନ ଆମେ ଶନି ଦେବଙ୍କ ସହିତ ସଙ୍କଟ ମୋଚନ ହନୁମାନଙ୍କ ପୂଜା ମଧ୍ୟ ବିଶେଷ ଭାବରେ କରିଥାଉ l ଶନିବାର ଦିନ ହନୁମାନ ଓ ଶନି ଦେବଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ଅଧିକାଂଶ ଦୁଃଖ ଦୂରହୋଇ ଯାଇଥାଏ l ଶାସ୍ତ୍ର ଅନୁସାରେ ଶନିବାର ଦିନଟିକୁ ହିନ୍ଦୁ ଧର୍ମରେ ଅନେକ ଗୁରୁତ୍ୱ ଦିଆଯାଏ l କୁହାଯାଇଛି ଯେ ଶନି ଙ୍କ ପ୍ରକୋପ ରୁ କେହି ରକ୍ଷା ପାଇ ନଥାନ୍ତି l ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ହନୁମାନଙ୍କୁ ପୂଜା କରା ଯାଇଥାଏ l
* ଶନିବାର ଦିନ ଶନି ଙ୍କ ସହିତ ହନୁମାନଙ୍କୁ ବିଶେଷ ପୂଜା ଅର୍ଚନା କରାଯାଏ l କୁହାଯାଇଛି ଯେ ଏହି ଦିନ ସନ୍ଧ୍ୟାରେ ହନୁମାନଙ୍କୁ ସିଂଦୂରରେ ଘିଅ ମିଶାଇ ଲେପ ଦେବା ଦ୍ୱାରା ଅର୍ଥର ଅଭାବ ରୁହେ ନାହିଁ l
* ଗୋଟିଏ ନଡ଼ିଆକୁ ନେଇ ସେଥିରେ ସିନ୍ଦୁର ଲଗାଇ ଓ ନାଲି ରଙ୍ଗର କପଡା ବାନ୍ଧି ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ବ୍ୟବସାୟୀ ମାନେ ବାକି ପଡିଥିବା ଧନ ଫେରି ପାଇ ଥାଆନ୍ତି l ଯାହାଦ୍ୱାରା ଅସୁବିଧାର ସମୟ ଦୂର ହୋଇଯାଏ l
* ହନୁମାନଙ୍କୁ ନାଲି ରଙ୍ଗ ଖୁବ ପସନ୍ଦ ଅଟେ l ଖଣ୍ଡେ ନାଲି ରଙ୍ଗର ରୁମାଲ୍ କୁ ହନୁମାନଙ୍କୁ ଅର୍ପଣ କରି ନିଜ ନିକଟରେ ରଖିନ୍ତୁ ,ଏହାକୁ ବ୍ୟବହାର କରିବେ ନାହିଁ l ଏହାଦ୍ୱାରା ଆପଣଙ୍କୁ ସବୁ ଅସୁବିଧାରୁ ସଙ୍କଟ ମୋଚନ ଦୁରେଇ ରଖିବେ l
* ଶନିବାର ଦିନ ଗୋଟିଏ ବରଗଛର ପତ୍ରକୁ ଗଙ୍ଗା ଜଳରେ ଧୋଇ ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ଧନର ଅସୁବିଧା ଦୁରେଇ ଯାଇଥାଏ l ତା ସହିତ ଘରକୁ ସକାରାତ୍ମକ ଶକ୍ତି ଆସି ଥାଆନ୍ତି l
* ଶନିବାର ଦିନ ହନୁମାନଙ୍କୁ ନାଲି ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ ଓ ଶନି ଦେବଙ୍କୁ କଳା ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ l ସନ୍ଧ୍ୟା ସମୟରେ ଉଭୟଙ୍କ ନିକଟରେ ରାଶି ତେଲର ଦ୍ବୀପ ଅର୍ପଣ କରନ୍ତୁ l ତାଙ୍କ ନିକଟରେ ଗୁଡ଼ ସହିତ ରାଶିର ଭୋଗ ଲଗାଇ ସମସ୍ତଙ୍କୁ ବାଣ୍ଟିବା ସହିତ ନିଜେ ମଧ୍ୟ ଖାଆନ୍ତୁ l ଆଉ କିଛି ପ୍ରସାଦ ଗାଈକୁ ଖୁଆନ୍ତୁ l ଏହାଦ୍ୱାରା ଆପଣଙ୍କର ରିଷ୍ଟ ଖଣ୍ଡନ ହେବ l