Odisha news

ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ବିଶେଷ ଟ୍ରେନ ର ସେବା ବୃଦ୍ଧି କରିବାପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି

0

ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ବିଶେଷ ଟ୍ରେନ ର ସେବା ବୃଦ୍ଧି କରିବାପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି | ଏହି ଟ୍ରେନ୍ଗୁଡ଼ିକ ହେଉଛି ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ |
ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ |
ହାଓଡ଼ା ଠାରୁ ପ୍ରତି ସୋମ, ମଙ୍ଗଳ, ଗୁରୁ ଓ ଶନିବାର ଦିନ ରାତ୍ରି ୧୧ଘ.୩୦ମି.ରେ ଭାସ୍କୋ-ଡ଼ା-ଗାମାକୁ ଛାଡୁଥିବା 08407 ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଟ୍ରେନ ହାଓଡ଼ା ଠାରୁ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ |   ସେହିଭଳି, ଫେରିବା ମାର୍ଗରେ ଭାସ୍କୋ-ଡ଼ା-ଗାମା ଠାରୁ ପ୍ରତି ରବି, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ସକାଳ ୬ଘ.୫୦ମି.ରେ ହାଓଡ଼ା କୁ ଛାଡୁଥିବା  08408 ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ ଭାସ୍କୋ-ଡ଼ା-ଗାମା ଠାରୁ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ |
ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ |
ହାଇଦ୍ରାବାଦ ଠାରୁ ପ୍ରତିଦିନ ସକାଳ ଆଠ ଘଟିକାରେ ହାଓଡ଼ା କୁ ଯାତ୍ରା କରୁଥିବା 08646 ହାଇଦ୍ରାବାଦ-ହାଓଡ଼ା ସ୍ପେଶାଲ ହାଇଦ୍ରାବାଦରୁ 15 ମଇ 2021 ପର୍ଯ୍ୟନ୍ତ ଚଳାଚଳ କରିବ |   ସେହିଭଳି, ଫେରିବା ମାର୍ଗରେ ହାଓଡ଼ା ଠାରୁ ପ୍ରତିଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ହାଇଦ୍ରାବାଦକୁ ଯାତ୍ରା କରୁଥିବା 08645 ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ 17 ମଇ 2021 ପର୍ଯ୍ୟନ୍ତ ଚଳାଚଳ କରିବ |
ଉପରୋକ୍ତ ଟ୍ରେନ୍ଗୁଡ଼ିକ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ମନୋନୀତ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ |

Leave A Reply