ଜୀବନରେ ପଇସା ସବୁଠୁ ମୂଲ୍ୟବାନ ଅଟେ l ବିଶ୍ୱରେ ଏପରି କିଛି ଜାଗା ରହିଛି ଯେଉଁଠାରେ ଆପଣ ଧନୀ ହୋଇ ପାରିବେ l କିଛିଟା ଦେଶରେ ଭାରତୀୟ ମୁଦ୍ରାର ଅନେକ ମହତ୍ୱ ରହିଛି l କାରଣ ସେହିସବୁ ଦେଶରେ ତାଙ୍କ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଅଧିକ ରହିଥାଏ l ଆପଣ ବିଶ୍ୱାସ କରନ୍ତୁ ଯେ ଏହି ସବୁ ଦେଶ ଗୁଡିକରେ INR ର ତୁଳନାରେ ଶସ୍ତା ମୁଦ୍ରା ରହିଛି ଆସନ୍ତୁ ଜାଣିବା ସେହିଁ ଦେଶ ଗୁଡିକ l
୧ -କମ୍ବୋଡିଆ -ଆପଣ କମ୍ବୋଡିଆ ଯିବାକୁ ଚାହୁଁଛନ୍ତି କି ?ଏଠାରେ ସୂର୍ଯ୍ୟଉଦେୟ ଦେଖିବା ପାଇଁ ବିଶ୍ୱରୁ ଅନେକ ଲୋକ ଆସିଥାନ୍ତି l ବାସ୍ତବରେ କମ୍ବୋଡିଆ ସବୁଠୁ ଭଲ ଜାଗା ଯେଉଁଠି ଭାରତୀୟ ମୁଦ୍ରାର ଅଧିକ ମୂଲ୍ୟ ରହିଛି l ଆପଣ କମ୍ବୋଡିଆ ଗଲେ ଭଡାରେ ଗୋଟିଏ ସାଇକେଲ ନେଇ କିଛିଦିନ ଏଠାକାର ଅଙ୍ଗକୋର ବାଟ ବିତାଇ ଆସି ପାରିବେ l CM ରିପକୁ ଯାଇ ସେଠାରେ ରାତ୍ରି ବଜାରରେ ପାର୍ଟି କରି ଉପଭୋଗ କରି ଆସି ପାରିବେ ଏବଂ ସିହାନୋକ ସମୁଦ୍ର କୂଳରେ ସୁନ୍ଦର ସମୟ ବିତାଇ ପାରିବେ l
୨ -ଜିମ୍ବାୱେ -ଏହି ଦେଶର ମୁଦ୍ରା ସ୍ଥିତି ପର୍ଯ୍ୟଟକ ମାନଙ୍କ ପାଇଁ ଭୋଜନ ଓ ସ୍ଥାନୀୟ ଦର୍ଶନୀୟ ସ୍ଥାନ ଭଳି ଜିନିଷ ପତ୍ର ଖୁବ ଶସ୍ତା ଅଟେ l ଏଠାରେ ଭାରତୀୟ ମୁଦ୍ରାର ଅଧିକ ମୂଲ୍ୟ ରହିଛି l ଏହାର ଲାଭ ଉଠାନ୍ତୁ ଓ ଗର୍ଜନ ଛାଡୁଥିବା ଭିକ୍ଟୋରିଆ ଫ୍ଲସ ଦେଖିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ l କିଣାକିଣି ଓ ରାତ୍ରି ଜୀବନ ଖୁବ ସୁନ୍ଦର ଅଟେ l ଏଠାକାର ଅଦ୍ଭୁତ ବନ୍ୟା ଜୀବନ ଖୁବ ସୁନ୍ଦର ଅଟେ l
୩ -ପରାଗୁଏ -ସଂସ୍କୃତି ,ସକର ଓ ସ୍ୱାଦିଷ୍ଟ ଦକ୍ଷିଣ ଆମେରିକାର ଭୋଜନରେ ନିଜକୁ ବୁଡାଇ ଦେବା ଖୁବ ଶସ୍ତା ଅଟେ l ଅନେକ ବିଶ୍ୱ ଆକର୍ଷଣ ,ଐତିହାସିକ ପ୍ରସାଦ ଓ ଆଧୁନିକ ହୋଟେଲ ଏବଂ ବାରର ମିଶ୍ରଣ ଏହି ସ୍ଥାନ l ସନ୍ଧ୍ୟା ସସମାୟାରେ ଯେତେବେଳେ ଆଲୋକ ଖେଳି ଯାଇଥାଏ ସେତେବେଳେ ଖୁବ ଆକର୍ଷିତ ଲାଗିଥାଏ l ଆକର୍ଷକ ସହରର ନଦୀ କୂଳରେ ଆରମ୍ଭ କରିବା ଅତି ରମଣୀୟ l ଭାରତ ଠାରୁ ଯିବାପାଇଁ ଏହା ଅତି ସହଜ ଅଟେ l ଭାରତ ତୁଳନାରେ ଏଠାରେ ପଇସାର ମୂଲ୍ୟ କମ ଅଟେ l
୪ – ଲାଓସ – ଯେପରି ଆପଣ ଏଠାରେ ପାଦ ରଖିବେ ସେହି ସ୍ଥାନର ମିତ୍ରତାକୁ ଅନୁଭବ କରିବା କଷ୍ଟକର ଅଟେ l ଥାଇଲାଣ୍ଡର ଅଧା ପର୍ଯ୍ୟଟକଙ୍କ ଭିଡ ଏଠାରେ ଡକାହ ଦେଇଥାଏ ଏବଂ ତା ସହିତ ଡଭିତ ବୌଦ୍ଧ ମନ୍ଦିର ,ଗ୍ରାମୀଣ ଜୀବନ ଏବଂ ତାଙ୍କ ଖାଦ୍ୟ ଆପଣଙ୍କ ମନ କିଣିନେବ l ରଙ୍ଗ ଓ ଜୀବନ୍ତ ସଂସ୍କୁତିରେ ଭରପୁର ଏହି ସ୍ଥାନ l ଏହି ସ୍ଥାନ ବିଭିନ୍ନ ବନ୍ୟା ଯିବାର ଘର ଅଟେ ଏବଂ ଭାରତୀୟ ମାନଙ୍କ ପାଇଁ ଶସ୍ତା ଜାଗା l
୫-କଲମ୍ବିଆ – ଦକ୍ଷିଣ ଆମେରିକାର ଅବସ୍ଥିତ ଏହି ସ୍ଥାନଟିରେ ଭାରତୀୟ ମୁଦ୍ରାର ମୂଲ୍ୟ ଅଧିକ ଅଟେ l ଏହି ସ୍ଥାନଟି ରହସ୍ୟ ମୟ ଜଙ୍ଗଲୀ ଜୀବଙ୍କ ସହିତ ବେଶ ଆକର୍ଷଣୀୟ l ଏଠାକାର ଜୀବନ ଶୈଳି ଭାରତୀୟ ମାନଙ୍କୁ ଆକର୍ଷିତ କରିଥାଏ ଏବଂ କଲମ୍ବିଆ କଫିର ଖୁବ ସୁନ୍ଦର ବାସ୍ନା ସମସ୍ତଙ୍କ ମନ ଟାଣି ନିଏ l
୬ – ଶ୍ରୀଲଙ୍କା -ଶ୍ରୀଲଙ୍କା ଗୋଟିଏ ଆକର୍ଷଣୀୟ ପଡୋଶୀ ଦେଶ ଏବଂ ଭାରତୀୟ ଯାତ୍ରୀ ମାନଙ୍କୁ ଆକର୍ଷିତ କରିଥାଏ l ଏଠାକାର ପାହାଡି ଦେଶର ସଂସ୍କୃତି ଖୁବ ସୁନ୍ଦର ଅଟେ l ଏଠାରେ ଆପଣ ଚାହିଁଲେ କିଛିଦିନ ଆରାମ ରେ ରହି ପାରିବେ ଓ ଏଠାକାର ବଜାରରେ ମୂଲଚାଲ କରି ବେଶ ଭଲରେ କିଣାକିଣି କରି ପାରିବେ l ଶ୍ରୀଲଙ୍କାରେ ଭଲ ଚା ବଗିଚା ରହିଥିବାରୁ ଏଠାକାର ପାହାଡିଆ ଅଞ୍ଚଳର ଖୁବ ଚାହିଦା ରହିଛି l ଶ୍ରୀଲଙ୍କା ମୁଦ୍ରା ଠାରୁ ଭାରତୀୟ ମୁଦ୍ରାର ମୂଲ୍ୟ ଅଧିକ l
୭ – ଇଣ୍ଡୋନେସିଆ – ଏଠାକାର ସମୁଦ୍ର ବଳି କୂଳରେ ସବୁଜ ଭରା ଧାନ ଖେତ ବାସ୍ତୁକଳାରେ ରହସ୍ୟମୟ ମନ୍ଦିର ,ମନକୁ ଶାନ୍ତ କଲାଭଳି ମାଲିସ ,ସକ୍ରିୟ ଜ୍ୱାଳାମୁଖୀ ଯାହା ଉପରେ ଆପଣ ଚଢି ପାରିବେ ଓ କମୋଡ଼ ଡ୍ରାଗନ ଆପଣଙ୍କୁ ଆକର୍ଷିତ କରିବ l ଏଠାରେ ଆପଣ ଖୁବ କମ ଅର୍ଥ ଖର୍ଚ କରି ଖୁସିରେ ବୁଲି ପାରିବେ l ଏଠାରେ ଭାରତୀୟ ମୁଦ୍ରାର ମୂଲ୍ୟ ଅଧିକ ରହିଛି ,ତେଣୁ ଭାରତୀୟ ମାନଙ୍କ ପାଇଁ ଏଠାକୁ ଯିବା ସୁବିଧା ଅଟେ l