Odisha news

ବ୍ରହ୍ମପୁର ଭଞ୍ଜବିହାରରେ ସ୍ୱର୍ଣ୍ଣ ପଦକ ଆଣିଲେ କନ୍ଧମାଳର ମୃଣ୍ମୟ କମ୍ପୁ୍ୟଟର ସାଇନ୍ସ : ସ୍ନାତୋକତରରେ ହେଲେ ଟପ୍ପର

0

ଫୁଲବାଣୀ ( Santosh mishra) : କନ୍ଧମାଳ ଜିଲ୍ଲାର ଜଣେ ଛାତ୍ର ମୃଣ୍ମୟ ପ୍ରଧାନ ବ୍ରହ୍ମପୁର ଭଞ୍ଜବିହାରରେ କମ୍ପୁ୍ୟଟର ସାଇନ୍ସ ରେ ପିଜିରେ ୨୦୧୯ ମସିହାର ଟପ୍ପର ଭାବରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତ ବର୍ଷ କୋଭିଡ ସଂକ୍ରମଣ ଯୋଗୁଁ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା । ଗତ ଶୁକ୍ରବାର ଦିନ ବ୍ରହ୍ମପୁର ଭଞ୍ଜ ବିହାର ସିନେଟ ହଲରେକୋଭିଡ ନିୟମ ପ୍ରକାରେ ୨୦୧୯ ମସିହାର ୨୨ ଜଣ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏଥିରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭର୍ଚ୍ଚୁଆଲ ଜରିଆରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ । କାର୍ଯ୍ୟକ୍ରମରେ ୟୁନିଭରସିଟିର କୁଳପତି ପ୍ରଫେସର ଗୋବିନ୍ଦ କେ.ଚକ୍ରପାଣି ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟତମ ଅତିଥି ଭାବରେ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳ ଏବଂ ପିଜି କାଉନସିଲର ପ୍ରଫେସର ଅରୁନ୍ଧତୀ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୨୨ ଜଣ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।

ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ସୁଡ୍ରେଜୁ ଗ୍ରାମର ମୃଣ୍ମୟ ପ୍ରଧାନ କମ୍ପୁ୍ୟଟର ସାଇନ୍ସରେ ୟୁନିଭରସିଟିରେ ଚଳିତ ବର୍ଷ ଟପ୍ପର ଭାବରେ ସ୍ୱାର୍ଣ୍ଣ ପଦକ ପାଇଛନ୍ତି । ମୃଣ୍ମୟଙ୍କ ପିତା ମୃତୁଞ୍ଜୟ ପ୍ରଧାନ ଓ ମାତା ଶୈଳବାଳା ପ୍ରଧାନ । ପିତା ଜଣେ ଡାକବିଭାଗର କର୍ମଚାରୀ ଏବଂ ମାତା ଗୃହିଣୀ ଅଟନ୍ତି । ମୃଣ୍ମୟ ଫୁଲବାଣୀ ସ୍ରସ୍ୱତୀ ଶିଶୁ ମନ୍ଦିର ଫୁଲବାଣୀରେ ଶିକ୍ଷା ଆରମ୍ଭ କରିଥିଲେ । ଫୁଲବାଣୀର ଏକ ଘରୋଇ କଲେଜରେ ପାଠପଢା ଶେଷ କରିଛନ୍ତି । ୨୦୧୪ ମସିହା ଯୁକ୍ତ ଦୁଇ ପରୀକ୍ଷାରେ ମଧ୍ୟ ସେ ଗଣିତରେ ଶହେରୁ ଶହେ ମାର୍କ ଆଣି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ତାଙ୍କୁ ମାନପତ୍ର ଏବଂ ୧୦ ହଜାର ଟଙ୍କା ଅର୍ଥ ରାଶୀରେ ପୁରସ୍କୃତ କରିଥିଲେ ।

ଚଳିତ ବର୍ଷ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରି କନ୍ଧମାଳ ଜିଲ୍ଲାକୁ ଗୌରବ ଅଣିଛନ୍ତି । ସେଥିପାଇଁ ତାଙ୍କ ପାଖକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ପରିବାର ଠାକୁର ଅନୁକୁଳଚନ୍ଦ୍ରଙ୍କ ଅନୁଗାମୀ ହୋଇଥିବାରୁ ମୃଣ୍ମୟ ପିଲାଟି ଦିନରୁ ଆଧ୍ୟାତ୍ମିକ ପରିବେଷରେ ବଢି ଆସିଛନ୍ତି । ସେ ଆଗକୁ ଜଣେ ଭଲ ଅଧ୍ୟାପକ ଭାବରେ କାର୍ଯ୍ୟକରି ସମାଜରେ ପିଲାଙ୍କ ଭବିଷ୍ୟତ ଗଢିବା ସହିତ ଦେଶର ଉନ୍ନତି ଦିଗରେ ନିଜକୁ ସାମିଲ କରିବାକୁ ଲକ୍ଷ ରଖିଛି ବୋଲି କହିଛନ୍ତି ମୃଣ୍ମୟ ।

 

Leave A Reply