ନୂଆଦିଲ୍ଲୀ : ଆୟରଲ୍ୟାଣ୍ଡ ରେ ରହୁଥିବା ଏମରେ, ବର୍ତମାନ ଯିଏ ଜଣେ ଯୁବକ ଅଟନ୍ତି, ତାଙ୍କ ସହିତ ୪ ବର୍ଷ ପୂର୍ବରୁ ଗୋଟିଏ ବିମାନରେ ଘଟଣାଟିଏ ଘଟି ଯାଇଥିଲା l ଯାହା ପରେ ପିଲାଟିର ମାତାପିତା ବିମାନର କମ୍ପାନୀ ନାମରେ କେଶ କରି ଦେଇଥିଲେ l ବର୍ତମାନ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି ଓ ଏଆରଲାଇନ୍ସ କୁ ଆଦେଶ ଦେଇଛନ୍ତି ଯେ ଏହି ଯୁବକକୁ କ୍ଷତିପୁରଣ ରାଶି ପ୍ରଦାନ କରନ୍ତୁ l
ଏହି ଯୁବକ ଜଣକ ୪ ବର୍ଷ ପୂର୍ବରୁ ଡୁବଲୀନ ରୁ ଇସ୍ତାନବୁଲ ଯାଉଥିବା ବିମାନରେ ତାଙ୍କ ସହିତ ଦୁର୍ଘଟଣା ହୋଇଥିଲା l ଯୁବକ ଜଣକ କହିଥିଲେ ଯେ ଜଣେ କ୍ୟାବିନ କୃ ମେମ୍ବର ତାଙ୍କ ପାଦ ଉପରେ ଫୁଟନ୍ତା ଚା ଢାଳି ଦେଇଥିଲେ l ଏହାପରେ ତାଙ୍କ ପାଦ ପୋଡି ଯାଇଥିଲା l ତାଙ୍କ ମା କହିଛନ୍ତି ଯେ ୪ ବର୍ଷ ପୂର୍ବରୁ ଘଟିଥିବା ଏହି ଘଟଣା ଦ୍ୱାରା ତାଙ୍କ ପୁଅ ଖୁବ ଭୟଭୀତ ହୋଇ ଯାଇଥିଲା ଓ ଅନେକ ଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗ କରିଥିଲା l
ସେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା l ତାଙ୍କ ମା ଏହି ବିଷୟରେ ଜାଣିବାପରେ ଟର୍କୀସ ଏୟାରଲାଇନ୍ସ ନାମରେ କେଶ କରି ଦେଇଥିଲେ l ସେ ଏହି ଘଟଣା ଦ୍ୱାରା ଗମ୍ଭୀର ଶାରୀରିକ ଓ ମାନସିକ କଷ୍ଟ ଲାଭ କରିଥିଲେ l ତାଙ୍କ ମା କହିଛନ୍ତି ବର୍ତମାନ ସେ କୋର୍ଟଙ୍କ ନିଷ୍ପତିରେ ସନ୍ତୁଷ୍ଟ ଅଛନ୍ତି l ଏହି ଏଆରଲାଇନ୍ସକୁ ନିର୍ଦେଶ ଦିଆଯାଇଛି ଯେ ତାଙ୍କୁ ୫୬ ହଜାର ପାଉଣ୍ଡ ଯାହା ଭାରତୀୟ ମୁଦ୍ରାରେ ୫୮ ଲକ୍ଷ ଟଙ୍କା ଅଟେ ,ଦିଆଯାଉ l