ଭାରତ ଗୋଟିଏ ବହୁ ଧର୍ମର ରାଷ୍ଟ୍ର ,ଏଠାରେ ବିଭିନ୍ନ ଧର୍ମ ଓ ଭାଷାଭାଷୀର ଲୋକ ବାସ କରନ୍ତି l ହିନ୍ଦୁ ମାନଙ୍କର ବିଶେଷ ପର୍ବ ପର୍ବାଣୀ ସହିତ ଅନ୍ୟ ଧର୍ମର ମଧ୍ୟ ବିଭିନ୍ନ ପର୍ବ ପାଳନ କରା ଯାଇଥାଏ l ପୃଥିବୀ ଉପରେ ସବୁଠୁ ପୁରାତନ ଧର୍ମ ହେଉଛି ସନାତନ ଧର୍ମ ,ସେହିଭଳି ଜୈନ ଧର୍ମ ମଧ୍ୟ ଏହି ସନାତନ ଧର୍ମର ଗୋଟିଏ ଅଂଶ l ଜୈନ ଧର୍ମାବଲମ୍ବୀ ମାନେ ମହାବୀର ଜୈନଙ୍କ ଅନୁରାଗୀ ଅଟନ୍ତି l
ଭାରତ ବର୍ଷରେ ମହାବୀର ଜୟନ୍ତୀ ଅନ୍ୟ ପର୍ବ ଭଳି ଗୋଟିଏ ପବିତ୍ର ପର୍ବ ଭାବରେ ପାଳିତ ହୋଇଥାଏ l ଏହିଦିନ ଭଗବାନ ମହାବୀରଙ୍କ ଦ୍ୱାରା ଦିଆଯାଇଥିବା ଜ୍ଞାନର ଦୀକ୍ଷା କୁ ଅବଲୋକନ କରାଯାଇଥାଏ l ପ୍ରତେକ ସମ୍ପ୍ରଦାୟ ପାଖରେ ତାଙ୍କର ଧାର୍ମିକ ଗ୍ରନ୍ଥ ରହିଥାଏ ଯେଉଁଥିରେ ଅହିଂସା ମୁଖ୍ୟ ଧର୍ମ ଭାବରେ କୁହା ଯାଇଥାଏ l ସେହିଭଳି ଜୈନ ଧର୍ମର ବ୍ୟକ୍ତିମାନେ ମହାବୀର ଜୟନ୍ତୀ ପାଳନ କରି ତ୍ୟାଗ ଓ ଭକ୍ତି ପ୍ରଦର୍ଶନ କରି ଥାଆନ୍ତି l
ଚଳିତ ବର୍ଷ ଅପ୍ରେଲ ମାସ ୨୫ ତାରିଖରେ ମହାବୀର ଜୟନ୍ତୀ ପାଳିତ ହେବ l ବର୍ତମାନ ସମାଜର ସ୍ଥିତି ଏଭଳି ଦିଗରେ ଗତି କରୁଛି ଯେଉଁଠି ଅହିଂସା ର ମାର୍ଗ ସବୁଠୁ ମହତ୍ୱ ପୂର୍ଣ୍ଣ l ମହାବୀର ଜୟନ୍ତୀ ଗୋଟିଏ ଏଭଳି ପର୍ବ ଯାହା ବ୍ୟକ୍ତିକୁ ସହନଶୀଳତା ଓ ଧର୍ଯ୍ୟ ଶିଖାଇଥାଏ l ସାରା ବିଶ୍ୱରେ ଅଧିକାଂଶ ସ୍ଥାନରେ ମହାବୀର ଜୟନ୍ତୀ ପାଳିତ ହୁଏ l
ପାଖାପାଖି ଅଢେଇ ହଜାର ବର୍ଷ ପୂର୍ବର କଥା l ବୈଶାଳୀ ରାଜ୍ୟରେ କୁଣ୍ଡଲପୁରରେ ପିତା ସିଦ୍ଧାର୍ଥ ଓ ମତ ତ୍ରିଶାଳାଙ୍କ ତୃତୀୟ ସନ୍ତାନ ଭାବରେ ଚୈତ୍ର ଶୁକ୍ଳ ପକ୍ଷ ରେ ଵର୍ଧମାନଙ୍କ ଜନ୍ମ ହୋଇଥିଲା l ସେହି ବର୍ଦ୍ଧମାନ ପରେ ସ୍ୱାମୀ ମହାବୀର ହୋଇଗଲେ l ବିହାର ରାଜ୍ୟର ମୁଜାଫରପୁର ଜିଲ୍ଲା ର ଯାହା ଆଜି ବସାଢ଼ ଗ୍ରାମ ଅଟେ ତାହା ପୂର୍ବରୁ ବୈଶାଳୀ ଥିଲା l ସେ ଜ୍ଞlତୃ ବଂଶର ଥିଲେ l ତାଙ୍କର ପିଲାଦିନ ରାଜମହଲ ରେ କଟି ଥିଲା l ସେ ଖବ୍ ନିର୍ଭିକ ଥିଲେ l ତାଙ୍କୁ ସମସ୍ତ ବିଦ୍ୟା ଲାଭ କରିବା ପାଇଁ ଶିଳ୍ପ ଶାଳା ୮ ବର୍ଷରୁ ପଠା ଯାଇଥିଲା l ତାଙ୍କୁ ପ୍ରକୃତ ବୟସ ହେବା ପରେ ଯଶୋଦା ନାମକ ରାଜ କୁମାରୀଙ୍କ ସହିତ ବିଭାହ କରାଯାଇଥିଲା l କିନ୍ତୁ ତାଙ୍କର ମନ ସଂସାରର ମୋହରେ ବାନ୍ଧି ହୋଇ ନଥିଲା l ତେଣୁ ସେ ଜୈନ ଧର୍ମ ପ୍ରଚାର ପାଇଁ ବିଶ୍ୱର ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥିଲେ l