ବିବାଦୀୟ ଜମିକୁ ବାଦ ଦେଇ କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ରେ ହସ୍ତଶିଳ୍ପ ବ୍ୟବସାୟୀ ଙ୍କୁ ଥଇଥାନ ପାଇଁ ପ୍ରସ୍ତୁତି ଜୋର ଦାର ଆରମ୍ଭ
କୋଣାର୍କ : ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପର ଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ପୁରୀ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ବ୍ରିଜ କନଷ୍ଟ୍ରଷନ କମ୍ପାନୀ ଦ୍ବାରା ଗତ କିଛିଦିନ ତଳେ ମଙ୍ଗଳା ମନ୍ଦିର ସନ୍ନିକଟ ଥିବା ୧.ଏକର ୨୮ ଡେସିମିଲି ଜମିକୁ ଚିହ୍ନଟ କରାଯାଇ ସଫେଇ କରାଯାଇଥିଲା କିନ୍ତୁ ଉକ୍ତ କାର୍ଯ୍ୟ ଚାଲୁ ଥିବା ସମୟରେ ସେହି ଜମିକୁ ନିଜର ମାଲିକାନା ଦର୍ଶାଇ ସ୍ଥାନୀୟ ବାଣପଦା ଗ୍ରାମର କିଛି ବ୍ୟକ୍ତି ଜମିର କାଗଜପତ୍ର ଦେଖାଇ ଓବିସିସି କରୁଥିବା ସଫେଇ କାର୍ଯ୍ୟ କୁ ବନ୍ଦ କରି ହାଇକୋର୍ଟ ର ଦ୍ବାରସ୍ତ ହୋଇଥିଲେ । ଏବଂ ମାନ୍ୟବରକୋର୍ଟ ତାହାକୁ ବିଚାରକୁ ନେଇ ଉକ୍ତ ବିବାଦୀୟ ଜମି ଉପରେ ରହିତାଦେଶ ଦେଇଥିଲେ ।ଫଳରେ ସେହି ଦିନ ଠାରୁ କାର୍ଯ୍ୟ ବନ୍ଦ ଥିଲା କିନ୍ତୁ ପରବର୍ତ୍ତୀ ସମୟ ରେ ବିିବାଦୀୟ ଜମିକୁ ଛାଡି ସେହି ଜମିର ପାର୍ଶ୍ୱ ରେଥିବା ୩ ଏକର .୫୨ ଡିସିମିଲ ସଂପୂର୍ଣ୍ଣ ସରକାରୀ ଖାତା ଅନାବାଦୀ କିସମ ଜମି ଉପରେ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପୁନର୍ବାର ଯୋଜନା କରିଥିବା ଜଣାପଡ଼ିଛି ।
ଯାହାର ସ୍ଥିତି ଅନୁଧ୍ୟାନ ସରିଥିଲା ବେଳେ ଏହି ଜମିଉପରେ ଥିବା ଲଙ୍କାଆମ୍ବ ,ଝାଉଁ, ଓ ଆକାଶୀ ଗଛ ଗୁଡିକୁ କାଟିବା ପାଇଁ କୋଣାର୍କ ଏନଏସି ର କର୍ମଚାରୀ , କୋଣାର୍କ ବନାଧିକାରୀ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷିକ ମିଳିତ ଭାବରେ ଉକ୍ତ ଜମି ଉପରେ ମଙ୍ଗଳବାର ଉପସ୍ଥିତ ହୋଇ କେତେ ଗଛ କଟା ଯାଇ ଜାଗା ସଫା କରାଯିବ ତାହାର ମାର୍କିଙ୍ଗ କରିଥିଲେ ।ଏହି କାର୍ଯ୍ୟ ଖୁବ ଶିର୍ଘ ଆରମ୍ଭ କରିବା ପାଇଁ ପଦେକ୍ଷେପ ନିଆଯାଉଛି ବୋଲି ଅଧିକାରୀ ମାନଙ୍କ ଠାରୁ ସୂଚନା ମିଳିଛି ।ମଙ୍ଗଳବାର ଦିନ ,କୋଣାର୍କ ଏନ ଏସିର ନୋଡାଲ ଅଫିସର ଭାଗିରଥି ବରାଳ , ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସତ୍ୟବାଦୀ ଚିନ୍ନରା ,କୋଣାର୍କ ବନାଧିକାରୀ ବେଣୁଧର ବେହେରା ଓ ତାଙ୍କ ଟିମ ପ୍ରମୁଖ ଉକ୍ତ ଜମି ପାଖକୁ ଯାଇ ଅନୁଧ୍ୟାନ କରିବା ସହ କଟା ଯିବାକୁ ଥିବା ଗଛ ଗୁଡିକୁ ମାର୍କିଙ୍ଗ କରି ମାପଚୁପ କରିଥିବା ଜଣାପଡ଼ିଛି ।
ଏଠାରେ ସୂଚନା ଥାଉକି ଏହି ଜାଗା ଉପରେ କୋଣାର୍କ ମନ୍ଦିର ଉଭୟ ପାର୍ଶ୍ୱରେ ବସିଥିବା ପ୍ରାୟ ୨୦୦ ହସ୍ତ ଶିଳ୍ପ ବ୍ୟବସାୟୀ ଙ୍କୁ ୧୮ ମାସ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଥଇଥାନ କରାଯିବ ପରେ ସ୍ଥାୟୀ ଭେଣ୍ଡିଜୋଂନ ଶାମୁକା ପୋଖରୀ ପାଖରେ ଥିବା ୭ଏକର ଜମିରେ ନିର୍ମାଣ କରାଯାଇ ସମସ୍ତ ଦୋକାନୀ ମାନଙ୍କୁ ଥଇଥାନ କରାଯିବା ପାଇଁ ବ୍ଲୁପ୍ରିଣ୍ଟି ପ୍ରସ୍ତୁତ ହୋଇ ସାରିଛି ।ରାଜପଥ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ପ୍ରସ୍ତାବିତ ୬ ଲାଇନ ରିଂ ରୋଡ଼ ର ପ୍ରକିୟା ପ୍ରଥମେ ଆରମ୍ଭ ହେବା ପାଇଁ ଠିକାଦାର ଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାଦେଶ ଦିଆସରିଛି ବୋଲି ସୂଚନା ମିଳିଛି।