Odisha news

କରୋନା ମହାମାରୀ ସମୟରେ ତେଲେଙ୍ଗାନାର ଜଣେ ଝିଅ ଯାହା କରୁଛି ,ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା : ତେଲେଙ୍ଗାନା ସରକାରଙ୍କ ପ୍ରଶଂସା

0

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ତେଲେଙ୍ଗାନାର ଜଣେ ଝିଅ ଯାହା କରୁଛି ,ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି l ୧୬ ବର୍ଷୀୟ ଦେବୀଶ୍ରୀ ,ଡା ଅନ୍ନନ ସେବା ଫାଉଣ୍ଡେସନ ନାମକ ସ୍ଵେଛା ସେବୀ ସଂଗଠନ ସହିତ ଜଡିତ l ସେ ଏହି ସ୍ଵେଛା ସେବୀ ସଂଗଠନ ସହିତ ମିଶି ଅଚିହ୍ନା ବ୍ୟକ୍ତିଙ୍କ ଶବକୁ ଅନ୍ତିମ ସଂସ୍କାର କରୁଛନ୍ତି l ଏହି ମାନଙ୍କ ମଧ୍ୟରେ କରୋନା ମହାମାରୀରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ମଧ୍ୟ ରହିଛି l

ପୂର୍ବରୁ ଏହି ସଂସ୍ଥା ରେଳ ଧାରଣା ଉପରେ ପଡିଥିବା କ୍ଷତ ବୀକ୍ଷତ ଶବ ଗୁଡିକର ଅନ୍ତିମ ସଂସ୍କାର କରୁଥିଲେ l କରୋନା ମହାମାରୀର ପ୍ରକୋପ ବଢିବା ପରେ ଏହି ସଂସ୍ଥା ଯେଉଁ ବ୍ୟକ୍ତିଙ୍କର କେହି ନାହାନ୍ତି ସେହି ମାନଙ୍କ ଶବକୁ ଦାହ କରୁଛି l ଏହି ସଂସ୍ଥାକୁ ପୋଲିସ ନିକଟରୁ ଏହିଭଳି ଶବ ବିଷୟରେ ସୂଚନା ମିଳିଥାଏ ଯେଉଁ ମାନଙ୍କର କେହି ଦାବିଦାର ନଥାଆନ୍ତି l

ଏହି ସଂସ୍ଥାର ଲୋକମାନେ ଏହାପରେ ଯାଇ ଶବକୁ ଆଣି ଅନ୍ତିମ ସଂସ୍କାର କରି ଥାଆନ୍ତି l ଦେବୀଶ୍ରୀ ଲକଡାଉନ ସମୟରେ ଏହି ସଂସ୍ଥା ସହିତ ଯୋଡି ହୋଇଥିଲେ l ସେ ଇଣ୍ଟରମିଡିଏଟ ପଢିବା ସହିତ ସମାଜ ସେବା ମଧ୍ୟ କରୁଛନ୍ତି l ଦେବୀଶ୍ରୀ କହିଛନ୍ତି ଯେ ମହିଳାମାନେ ପ୍ରତେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ଆବଶ୍ୟକ l ତାଙ୍କ ଟିମ୍ ରେ ଥିବା ଅନ୍ୟ ମହିଳାମାନେ ତାଙ୍କର ଅନେକ ପ୍ରଶଂସା କରିଥାଆନ୍ତି l ବର୍ତ୍ତମାନ ଦେବୀଶ୍ରୀଙ୍କର ଚର୍ଚ୍ଚା ସାରା ତେଲେଙ୍ଗାନା ରାଜ୍ୟରେ ହେଉଛି l

 

Leave A Reply