ନୂଆଦିଲ୍ଲୀ : ଏହା ଏକ ଏଭଳି ମନକୁ ଛୁଇଁଲା ଭଳି ଘଟଣା ଯାହା ଆପଣ ଶୁଣିଲେ ଖୁସି ହୋଇଯିବେ l ଜଣେ ବ୍ୟକ୍ତିଙ୍କର ବିବାହ ସୁନା ମୁଦି ନଦୀରେ ହଜି ଯାଇଥିଲା l ଏହି ନଦୀରେ କିଛିଦିନ ପୂର୍ବରୁ ଉକ୍ତ ବ୍ୟକ୍ତି ପହଁରୁଥିବା ସମୟରେ ମୁଦିଟି ହାତରୁ ଖସି ଯାଇଥିଲା ଓ ଅନେକ ସମୟ ଖୋଜିବା ପରେ ମଧ୍ୟ ମୁଦିଟି ମିଳି ନଥିଲା l ସବୁଠୁ ମହତ୍ୱପୂର୍ଣ୍ଣ କଥାଟି ହେଲା ଆଉଜଣେ ବ୍ୟକ୍ତି ନଦୀକୁ ଯାଇଥିବା ସମୟରେ ମୁଦିଟିକୁ ପାଇଥିଲେ କିନ୍ତୁ ସେ ଜାଣି ନଥିଲେ ଏହି ମୁଦିଟି କାହାର l
ତେଣୁ ସେ ଗୋଟିଏ ଉପାୟ ବାହାର କଲେ l ସେ ଗୋଟିଏ ଭିଡିଓ ପ୍ରସ୍ତୁତ କରି ଫେସବୁକରେ ପୋଷ୍ଟ କରିଦେଲେ ଏବଂ ପୋଷ୍ଟରେ ଲେଖିଥିଲେ ଯେ ମତେ ଏହି ମୁଦିଟି ନଦୀ ଭିତରୁ ମିଳିଛି ,କିନ୍ତୁ ମୁଁ ଜାଣିନାହିଁ ଏହା କାହାର l ଦୟାକରି ଏହାର ମାଳିକାକୁ ଖୋଜିବା ପାଇଁ ମତେ ସାହାଯ୍ୟ କରନ୍ତୁ l ତାଙ୍କର ଏହି ଭିଡିଓ ଟି ସାମାଜିକ ଗଣମାଧ୍ୟମରେ ସେୟାର ହୋଇ ଅସଲି ମାଲିକଙ୍କ ପାଖରେ ପହଞ୍ଚି ଗଲା l ଏହାପରେ ମାଲିକ ଜଣଙ୍କ ଉକ୍ତ ମୁଦିଟିକୁ ନେବା ପାଇଁ ସେଠାରେ ପହଞ୍ଚିଥିଲେ l
ସେ ନିଜ ବିବାହ ମୁଦିର ସମସ୍ତ ପ୍ରମାଣ ପତ୍ର ଦେଖାଇ ଉକ୍ତ ମୁଦିଟିକୁ ସେହି ବ୍ୟକ୍ତିଙ୍କ ପାଖରୁ ଆଣିଥିଲେ l ମାଲିକ ଜଣଙ୍କ କହିଛନ୍ତି ମତେ ଏହି ମୁଦିଟି ଅନେକ ପ୍ରିୟ ଅଟେ ମୁଁ ମୋର ବିଭାଗରର ୭ବର୍ଷ ପରେ ଏହାକୁ ପାଇଥିବାରୁ ଖୁସି ଅନୁଭବ କରୁଛି ଏବଂ ମୋର ଆଗକୁ ଆସୁଥିବା ପିଢିଙ୍କ ପାଇଁ ଏହାକୁ ସାଇତି ରଖୁଛି l ଯେଉଁ ବ୍ୟକ୍ତି ଜଣଙ୍କ ମୁଦିଟି ପାଇ ଥିଲେ ତାଙ୍କୁ ମୁଣ୍ଡିର ମାଲିକ ବିଶେଷ ଧନ୍ୟବାଦ ଦେବା ସହିତ କୃତଜ୍ଞନ୍ତ ଜଣାଇଛନ୍ତି l