ଉମା ଶଙ୍କର ପ୍ରସାଦ : ଆଧ୍ୟାତ୍ମିକ ଜ୍ଞାନର ଗନ୍ତାଘରଭାବେ ଭାରତ ଭୂମିକୁ ସମଗ୍ର ବିଶ୍ୱ ମାନୁଅଛି । ଏହି ଭାରତକୁ ଯଦି ବିଶ୍ୱର ବୀଜପୁଂଜ କୁହାଯାଏ, ତେବେ କୈାଣସି ଭୂଲ୍ ହେବ ନାହିଁ । କାରଣ ସମସ୍ତ ସଭ୍ୟତା, ସଂସ୍କୃତି, ଭାବ, ଭାଷା, ବ୍ୟବହାର, ରିତ୍ ରିବାଜ, ·ଳି ଚଳଣ ଭାରତରେ ପୂର୍ଣ୍ଣ ସୈାନ୍ଦର୍ଯ୍ୟତାର ସହ ପ୍ରସ୍ଫୁଟିତ ଓ ପଲ୍ଲବିତ ହୋଇଥାଏ । ତେଣୁ ଭାରତବର୍ଷ ମାତ୍ର ଏକ ଭୂଖଣ୍ଡ ନୁହେଁ ପରନ୍ତୁ ଏହା ବୈଷୟିକ ଚେତନାର ଭାବଖଣ୍ଡ ମଧ୍ୟ ଅଟେ । ସନାତନ ଧର୍ମର ଉଦ୍ଘୋଷକମାନେ ଏହି ପବିତ୍ର ଭାରତଭୂମିରେ ଶୈବ, ବୈଷ୍ଣବ ଓ ଶାକ୍ତ ଇତ୍ୟାଦି ମାର୍ଗର ମାର୍ଗଦର୍ଶନ କରିଥାନ୍ତି । ଏହି ପବିତ୍ର ଭାରତଭୂଖଣ୍ଡରେ ହରଙ୍କ ନିର୍ମାଣ, ହରିଙ୍କ କଥା ଓ ଶକ୍ତିର ସାଧନାକୁ ଗୋଟିଏ ଯଜ୍ଞରେ ସମାହିତ କରି ସନାତନ ଧର୍ମର ବିଭିନ୍ନ ଧାରାର ଅମୃତ ଯୋଗର ଅନୁପମ ଉଦାହରଣ ପ୍ରସ୍ତୁତ ହୋଇଅଛି ।
ଏହି ପବିତ୍ର ଭାରତଭୂମିରେ ଜନ୍ମଲାଭ କରିଥିବା ପ୍ରତ୍ୟେକ ବ୍ୟକ୍ତିର କଣ୍ଠ, କାନ, ନେତ୍ର ଓ ମନ ଶ୍ରୀରାମଙ୍କ ଜୀବନାଚରିତ ସହିତ ଭଲଭାବେ ପରିଚିତ । କାରଣ ‘ରାମାୟଣ’ ଓ ‘ରାମଚରିତ ମାନସ’ ଭଳି କାଳଜୟୀ ଗ୍ରନ୍ଥର ପଠନ-ପାଠନ-ଶ୍ରବଣଦ୍ୱାରା ଶ୍ରୀରାମ ଆମର ଚିତ, ଚରିତ୍ର, ଚିନ୍ତନର ଅଭିଚ୍ଛେଦ ଅଙ୍ଗଭାବେ ପରିଚିତ । ଏ ପୃଥିବୀର ହଜାର ହଜାର ବର୍ଷ ଧରି ମନୁଷ୍ୟ ନିଜର ଜୀବନକୁ ସୂ·ରୁରୂପେ ସଞ୍ଚାଳିତ କରିବା ପାଇଁ ବିଭିନ୍ନ ଶାସନ ବ୍ୟବସ୍ଥାର ନିର୍ମାଣ କରିଛି । ଏହି ସମଗ୍ର ବିଶ୍ୱରେ ସେହି ପରମଚେତନା ‘ରାମ’ ଜଗତର ଉତ୍ଥାନ ଓ କଲ୍ୟାଣ ପାଇଁ ମନୁଷ୍ୟ ରୂପରେ ଜନ୍ମ ନେଇଥାନ୍ତି । ଏ ସଂସାରରେ କେତେ ସଭ୍ୟତାର ଉତ୍ଥାନ, ପତନ ଘଟି·ଲିଛି, କେତେ ପ୍ରକାରର ଶାସନ, ପ୍ରଶାସନ ପ୍ରଣାଳୀ ତିଆରି ହେଉଛି ଓ ପରିସମାପ୍ତି ମଧ୍ୟ ଘଟୁଛି । ଏ ସମସ୍ତ ସ୍ମୃତି କାଳର ଅନନ୍ତ ଗର୍ଭରେ ଲୀନ ମଧ୍ୟ ହୋଇଯାଉଛି ।
କିନ୍ତୁ ରାମରାଜ୍ୟରୂପୀ ବ୍ୟବସ୍ଥା ଯାହା ମର୍ଯ୍ୟାଦାପୁରୁଷୋତମ ଶ୍ରୀରାମଙ୍କଦ୍ୱାରା ସ୍ଥାପିତ କରାଯାଇଛି, ତାହା ଆଜି ମଧ୍ୟ ଏକ ଆଦର୍ଶ ବ୍ୟବସ୍ଥାଭାବେ ଆମମାନଙ୍କର ଭାବଭୂମିରେ ବର୍ତମାନ ମଧ୍ୟ ବଂଚିରହିଛି । ଆଜି ଜନତାଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଯେତେବେଳେ ଏକ ବ୍ୟବସ୍ଥିତ, କଲ୍ୟାଣକାରୀ ବ୍ୟବସ୍ଥାର କଳ୍ପନା କରିଥାଉ, ତେବେ ପ୍ରଥମ ଥର ଆମର ମାନସ ପଟ୍ଟରେ ରାମରାଜ୍ୟର ପରିକଳ୍ପନା ଉଙ୍କି ମାରିଥାଏ । ତେଣୁ ରାମରାଜ୍ୟର ପରିକଳ୍ପନା କରିବାକୁ ଯାଇ ଗୋସ୍ୱାମୀ ରାମରାଜ୍ୟ ସମ୍ବନ୍ଧରେ ଲେଖିଛନ୍ତି ‘ଦୈହିକ, ଜୈବିକ, ଭୈାତିକ ତାପା, ରାମରାଜ ନାହିଁ କାହୁହି ବ୍ୟାପା; ସବନର କରଇ ପରସ୍ପର ପ୍ରୀତି, ଚଲହିଁ ସ୍ୱଧର୍ମ ନିରତ ସ୍ମୃତିନୀତି ।” ରାମ ରାଜ୍ୟରେ ଦୈହିକ, ଦୈବିକ ଓ ଭୈାତିକ ଏହି ତି୍ରତାପ ଦେଖାଯାଏ ନାହିଁ । ଯଦିଓ ଏହା ଅବସ୍ୟମ୍ଭାବୀ ତଥାପି ଏହାର ଦୁଷ୍ଫ୍ରଭାବରୁ ମନୁଷ୍ୟମାନେ ମୁକ୍ତ ରହନ୍ତି । ପ୍ରତ୍ୟେକ ମନୁଷ୍ୟ ପରସ୍ପରକୁ ପ୍ରେମ କରିଥାନ୍ତି ଏବଂ ବେଦର ଉପଦେଶମାନ ନିଜର ଜୀବନ ପରି·ଳିତ କରିଥାନ୍ତି ।
ଯିଏ ଭାବରେ ଭରପୁର ରତ- ସେ ଭରତ । ରାମରାଜ୍ୟରେ ମା’ର ଆଜ୍ଞା ସର୍ବୋପରି । ଉଚିତ ଅନୁଚିତ ବି·ର କରିବା ମା’ର ହୋଇଥାଏ । ମା’ର ସଙ୍କଳ୍ପ ଇଛା ଆଦେଶକୁ ପୂର୍ଣ୍ଣ କରିବା ସନ୍ତାନର କର୍ତବ୍ୟ । ମା’ ସନ୍ତାନର ପ୍ରଥମ ଗୁରୁ । ଯାହା ଆଜିର ସମାଜରେ ଅଭାବ । ମା’ ସନ୍ତାନର ପ୍ରଥମ ଗୁରୁ ହୋଇଥିବା ଯୋଗୁଁ ମାତାର ବତାଇବା ମାର୍ଗକୁ ତଥା ଆଦେଶକୁ ପାଳନ କରିବା ସନ୍ତାନରୂପୀ ଶିଷ୍ୟର ପ୍ରଥମ କର୍ତବ୍ୟ । ମାତା କୈକେୟୀ ପୁତ୍ରମାନଙ୍କୁ ଶର ସନ୍ଧାନର ଶିକ୍ଷା ଦେଉଥିବା ସମୟରେ ଭରତ ଏକ ଖେଳନା କପୋତକୁ ଦେଖି ମାତାଙ୍କ ଆଦେଶ ଉଲ୍ଲଂଘନ କରିଥିବା ଯୋଗୁ କ୍ଷମା ମାଗିଥିଲେ ମାତ୍ର ମାତାଙ୍କ ଆଦେଶକୁ ସର୍ବୋପରି ମାନି ପ୍ରଭୁ ରାମ ତୁରନ୍ତ କପୋତକୁ ଶରବିଦ୍ଧ କରିଥିଲେ । କୈକେୟୀ କହିଥିଲେ ହେ ପୁତ୍ର! ମୁଁ ତୁମର ମା’ ତୁମକୁ ବାଣର ସନ୍ଧାନ ତଥା ଲକ୍ଷଭେଦ ଶିଖାଉଛି । ମାତ୍ର ବଧ କରିବାର ବିଧାନ ଶିଖାଉନି । ମାତ୍ର ସ୍ମରଣ ରଖିବା କଥା ଯାହା ଆଖିକୁ ଦୃଶ୍ୟମାନ ହୋଇଥାଏ ସେ ସବୁ ବାସ୍ତବିକତା, ଏହା ମଧ୍ୟ ସତ୍ୟ ଯାହା ବାସ୍ତବିକତା ତାହା ଦୃଶ୍ୟମାନ ହୋଇଥାଏ ।
ଅସାରରେ ସାରକୁ ଖୋଜିବା ଏବଂ ସାରରୁ ଅସାରକୁ ଅଲଗା କରିବା ହିଁ ସଂସାର ଅଟେ । ଅସାରରେ ସାରକୁ ଦେଖିବା ପ୍ରେମ ଦୃଷ୍ଟି । ସାରରୁ ଅସାରକୁ ଅଲଗା କରିବା ଜ୍ଞାନଦୃଷ୍ଟି । ହେ ଭରତ! ତୁମର ପ୍ରେମର ଦୃଦୟ ତେଣୁ ତୁମକୁ ମୃଣ୍ମୟ ଚିନ୍ମୟ ଦେଖାଗଲା । ଭ୍ରାତା ରାମର ହୃଦୟ ଜ୍ଞାନର ହୃଦୟ ତେଣୁ ତାଙ୍କୁ ଚିନ୍ମୟରେ ଲୁଚି ରହିଥିବା ମୃଣ୍ମୟ ସ୍ପଷ୍ଟ ଦେଖାଗଲା । ରାମଙ୍କୁ ମାତା କୈକେୟୀ ପ·ରିଥିଲେ ପ୍ରେମ ଓ ଜ୍ଞାନଭିତରେ ଅନ୍ତର କ’ଣ? ବିନମ୍ର ଭାବରେ ରାମ କହିଥିଲେ ପୁଷ୍ପ କଢ଼ ଭିତରେ ଥିବା ଅନ୍ତର । ଅବିକସିତ ଜ୍ଞାନ ପ୍ରେମ ସଦୃଶ, ପୂର୍ଣ୍ଣ ବିକଶିତ ପ୍ରେମ ଜ୍ଞାନ ସଦୃଶ । ଆଜିର ସମାଜରେ ସନ୍ତାନ ନଷ୍ଟ ହେବାର ପ୍ରଥମ କାରଣ ତା’ର ମା’ର ଶିକ୍ଷା, ଯାହା ନ କହିବା ଭଲ । ଧାରଣ, କାରଣ ଓ ତାରଣ ମା’ର ହୋଇଥାଏ । ଆଜି ସମାଜରେ ପ୍ରଥମଟିକୁ ଛାଡିଦେଲେ ଆଉ ଅନ୍ୟ ଦୁଇଟି ଗୁଣ ମାତା ପାଖରେ ଦେଖିବାକୁ ମିଳୁନି । ଯେଉଁ ମାତା ପାଖରେ ଏ ତିନୋଟି ଗୁଣ ପରିସ୍ଫୁଟ ତା’ର ସନ୍ତାନ ଯୋଗ୍ୟ ହୋଇ ସମାଜର, ଦେଶର ଅନେକ କଲ୍ୟାଣ ସାଧିତ କରିଥାଏ ।
ରାମରାଜ୍ୟରେ ଧର୍ମର ·ରୀଚରଣ ଯାହା ସତ୍ୟ, ଶୈାଚ, ଦୟା ଓ ଦାନ । ଯାହା ଶରୀର ଓ ମନର ବାହ୍ୟ ଓ ଅନ୍ତରର ପବିତ୍ରତାରେ ଥାଏ । ରାମରାଜ୍ୟରେ ସ୍ୱପ୍ନରେ ସୁଦ୍ଧା ପାପ ହୁଏ ନାହିଁ । ସ୍ତ୍ରୀ ଓ ପୁରୁଷ ସମସ୍ତେ ରାମଭକ୍ତିରେ ରତ ହୋଇଥାନ୍ତି । ପ୍ରତ୍ୟେକଙ୍କ ରୋମ ରୋମରେ ରାମ ଭାବ ବିକଶିତ ହୋଇ ସମସ୍ତଙ୍କୁ ପରମଗତି ପ୍ରାପ୍ତି ହୋଇଥାଏ । ରାମ ରାଜ୍ୟରେ କେହି ଦରିଦ୍ର ନା ଦୁଃଖି ନା ଦୀନ ହୋଇଥାଏ । ପ୍ରତ୍ୟେକ ମନୁଷ୍ୟ ଅହଙ୍କାର ରହିତ ହେବାସହ ଧର୍ମପରାୟଣ ଓ ପୂଣ୍ୟାତ୍ମା ହୋଇଥାନ୍ତି । କାହାର ହୃଦୟକୁ କପଟତା, ଧୃତତା ସ୍ପର୍ଶ କରିପାରେନି । ଏହି ଅନୁପମ କଲ୍ୟାଣକାରୀ ସର୍ବଜନ ହିତାୟ, ସର୍ବଜନ ସୁଖାୟଭଳି ବ୍ୟବସ୍ଥା କୈାଣସି ରାଷ୍ଟ୍ରକୁ ମିଳି ନ ଥାଏ । ଯାହା ପୂଣ୍ୟ ଭାରତ ଭୂଖଣ୍ଡରେ ପ୍ରାପ୍ତି ହୋଇଥାଏ । ରାମଙ୍କ ଭଳି ପୁତ୍ର, ମିତ୍ର, ଭ୍ରାତା, ପତି, ପିତା, ସେବକ ଓ ରାମଙ୍କ ଭଳି ରାଜା ଏପରିକି ରାମଙ୍କ ଭଳି ମର୍ଯ୍ୟାଦା ସମ୍ପର୍ଣ୍ଣ ଶତୃ ମଧ୍ୟ ମିଳିବା ଦୁର୍ଲ୍ଲଭ । ତେଣୁ ଭାରତ ଭୂଖଣ୍ଡର ପ୍ରତ୍ୟେକ ଶାସକ ରାମରାଜ୍ୟ ପ୍ରତିଷ୍ଠା କରିବା ଆଗରୁ ନିଜର ଚିନ୍ତା, ଚୈତନ୍ୟ, ଆ·ର, ବ୍ୟବହାର, ଶୁଚିତା, ଶୁଦ୍ଧତାକୁ ବଢାଇବା ସହ ଅହଙ୍କାର ରହିତ ହୋଇ ସର୍ବଜନ ହିତାୟଭାବ ପ୍ରଦର୍ଶନ କରି ରାମଙ୍କ ଭଳି ଆଦର୍ଶ ମର୍ଯ୍ୟାଦା ସମ୍ପର୍ଣ୍ଣ ଶାସକ ହୋଇପାରିଲେ ସମାଜରେ ଆପେ ଆପେ ରାମରାଜ୍ୟର ଅମଳିନ ପଦ୍ମ ପ୍ରସ୍ଫୁଟିତ ହେବ, ଏଥିରେ ସନେ୍ଦହ ନାହିଁ ।