Odisha news

ନାଇଟ କର୍ଫ୍ୟୂ କୁ ତଦାରଖ କଲେ ତହସିଲଦାର,କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଥାନା ଅଧିକାରୀ

0

ଛତ୍ରପୁର ୧୮/୪ : କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହରାଂଚଳ, ପୌରାଂଚଳ ଓ ଗ୍ରାମାଂଚଳରେ ରାତ୍ରୀକାଳୀନ କର୍ଫ୍ୟୂ ଲାଗୁ କରାଯାଇଛି । ଏହି ରାତ୍ରିକାଳୀନ କର୍ଫ୍ୟୂ ରାତି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଛତ୍ରପୁର ଏନଏସିରେ ମଧ୍ୟ ଏହାକୁ କଡାକଡି ଲାଗୁ କରାଯାଇଛି । ପୂର୍ବରୁ ଏନେଇ ଛତ୍ରପୁର ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ଗତକାଲି ରାତି ୯ ଟା ପରେ ଛତ୍ରପୁର ସହର ଶୁନଶାନ ହୋଇଯାଇଥିଲା । ସହରରେ ଥିବା ସମସ୍ତ ଦୋକାନବଜାର ରାତି ୯ ଟା ପୂର୍ବରୁ ବନ୍ଦ କରାଯାଇଥିଲା । ଫଳରେ ମେଇନ୍ ରୋଡ୍ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଥିଲା । ଆଉ ଏହି ସବୁ କାର୍ଯ୍ୟକୁ ବୁଲି ତଦାରଖ କରୁଥିଲେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଷ ବାବୁ,ଥାନାଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ । ଛତ୍ରପୁର ପୋଲିସ୍ ସହର ର ବିଭିନ୍ନ ସାହିକୁ ସାହୁ ବୁଲି ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା ।

Leave A Reply