ବୋରିଗୁମ୍ମା (କେ.ସାକିଲି ଦୋରା)– କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଳକର ବିଭିନ୍ନ ସ୍ଥାନରେ ବୋରିଗୁମ୍ମା ଅବକାରୀ ବିଭାଗ ,ବିସିଂହପୁର ପୋଲିସ ଏବଂ କୋଟପାଡ଼ ପୋଲିସ ସହାୟତାରେ ଚଢ଼ାଉ କରି ଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି । ଜୟପୁର ଅବକାରୀ ଇନ୍ସପେକ୍ଟର ବିମ୍ବାଧର ପଣ୍ଡାଙ୍କ ନେତୃତ୍ୱରେ ଏହି ଚଡାଉ କରାଯାଇଥିବା ଜଣା ପଡ଼ିଛି ।
ବୋରିଗୁମ୍ମା ବ୍ଳକ ବିସିଂହପୁର ଥାନା ଅନ୍ତର୍ଗତ ଚୌପାଡି ଏବଂ ଭୂମିଆଗୁଡା ଗାଁରୁ ୬୦୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୫୫୫୦ ଲିଟର ପୋଚ ନଷ୍ଟ ଯାଇଥିବା ବୋରିଗୁମ୍ମା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୋଟିଏ ସ୍ଥାନରେ ଜୟପୁର ଅବକାରୀ ବିଭାଗ ଏବଂ ଅନ୍ୟ ସ୍ଥାନରେ ବୋରିଗୁମ୍ମା ଅବକାରୀ ବିଭାଗ ଚଡାଉ କରି ଦେଶୀ ମଦ ଜବତ କରିଥିବା ସଫଳ ହୋଇଥିବା କହିଛନ୍ତି ବୋରିଗୁମ୍ମା ଭାରପ୍ରାପ୍ତ ଅବକାରୀ ଇନ୍ସପେକ୍ଟର କେ .ତ୍ରିପତି ପଟ୍ଟନାୟକ ।ତେବେ ଏହି ଅବକାରୀ ଛଡାଉ ରେ ବିଭାଗ କାହାକୁ ଗିରଫ କରି ନାହାନ୍ତି।