Odisha news

*ନଳ ଅଛି ଜଳ ନାହିଁ* ପାଣି ପାଇଁ ଲୋକେ ହନ୍ତସନ୍ତ

0

ଆଳି – ଆଳି ବ୍ଲକ ଅନ୍ତର୍ଗତ ଏଣ୍ଡୋଳ ଗ୍ରାମରେ ସରକାରୀ ଅର୍ଥ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଗରିବ ଲୋକଙ୍କ ପାଇଁ ପାଇପ ଲାଇନ୍ ବିଛା ଯାଇ ଷ୍ଟାଣ୍ଡ ପୋଷ୍ଟ ଲଗା ଯାଇଛି l ହେଲେ ତିନି ବର୍ଷ ରୁ ଉର୍ଦ୍ଧ୍ବ ହେଲାଣି ଲୋକେ ସେ ଷ୍ଟାଣ୍ଡ ପୋଷ୍ଟ ରେ ପାଣି ଆସିବାର କେହି ଦେଖି ନାହାନ୍ତି l ପ୍ରବଳ ଗ୍ରୀଷ୍ମ ରେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି l ନିଜ ଦୈନଦିନ ଜୀବନ ଚର୍ଯ୍ୟା ପାଇଁ ଜଳ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ପାଖରେ ଥିବା ପୋଖରି ପାଣି ଦୂଷିତ l ତଥାପି ଲୋକେ ସେ ପାଣି ବ୍ୟବହାର ପାଇଁ ବାଧ୍ଯ ହେଉଛନ୍ତି l

ଅଧିକ ଲୋକ ବ୍ୟବହାର କରୁ ଥିବାରୁ ଟ୍ୟୁବ୍ ୱେଲ ବାରମ୍ବାର ଖରାପ ହେଉଛି ଲ ଘଣ୍ଟାଏ ଟ୍ୟୁବ ୱେଲ ଚାପିଲେ ନୋଟାଏ ପାଣି l ଲୋକେ ନୟାନ୍ତ ହେଉଛନ୍ତି ପାଣି ଟୋପେ ପାଇଁ l ପଞ୍ଚାୟତ ତରଫରୁ ଟ୍ୟୁବ୍ ୱେଲ ମରାମତି କରାଯିବା ପାଇଁ ଗୁରୁତ୍ଵ ଦିଆ ଯାଉ ନଥିବାର ଅଭିଯୋଗ ହେଉଛି l କେହି ଶୁଣିବାକୁ ନାହାନ୍ତି l ଏବେ କରୋନା କାଳରେ ସରକାର ଲୋକଙ୍କୁ ଜଳ ଯୋଗାଣ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ବ୍ୟବସ୍ତା କରିଛନ୍ତି l କିନ୍ତୁ ସେ ଅର୍ଥର ସଦୁପଯୋଗ ହେଉ ନାହିଁ l ଏବେ ଗ୍ରୀଷ୍ମ ର ପ୍ରକୋପ ସହ କରୋନା କାଳ ରେ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ସରକାର ତୁରନ୍ତ ଦିର୍ଘ ବର୍ଷ ହେବ ସ୍ଥାପିତ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l

Leave A Reply