Odisha news

ତିନି ମହଲା ବିଶିଷ୍ଟ ନୂତନ ନବରଙ୍ଗପୁର ଜିଲା ଅଦାଲତ ଅଟ୍ଟାଳିକା ଉଦ୍‍ଘାଟିତ।

0
ନବରଙ୍ଗପୁର(କେ.ସାକିଲି ଦୋରା।)—:ନବରଙ୍ଗପୁରଠାରେ ବହୁ ପ୍ରତୀକ୍ଷିତ ୨୨କୋଟି ମୂଲ୍ୟର ତିନିି ମହଲା ବିଶିଷ୍ଟ ଅତି ସୁନ୍ଦର ଜିଲା ଓ ଦୈାରାଜଜ୍‍ ଅଦାଲତ କମ୍‌ପ୍ଲେକ୍ସ କୋଠା ଉଦ୍‍ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍‍.ମୂରଲୀଧର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‍ଘାଟନ କରିଥିଲେ। ଏହି ଜିଲା ଅଦାଲତର ନୂତନ କୋଠା ନେଇ ସେ ଖୁସି ପ୍ରକଟ କରିବା ସହ ଏହାଦ୍ୱାରା ଅଦାଲତରେ ଆସୁଥିବା ଓକିଲ ଓ ମହକିଲମାନେ ବହୁ ସୁବିଧା ପାଇପାରିବେ ବୋଲି କହିଥିଲେ। ବିଚାର ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱୀତ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ନୂତନ କୋଠା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇପାରିବ ବୋଲି କହିଥିଲେ।
ହାଇକୋର୍ଟର ବିଚାରପତି ସି.ଆର. ଦାଶ ଯୋଗଦେଇ ଜିଲା ଅଦାଲତର ନୂତନ କୋଠା ଦ୍ୱାରା ସମସ୍ତ ଅଦାଲତ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇ ପାରିବ ବୋଲି କହିଥିଲେ। ଜିଲା ଓ ଦୈାରାଜଜ୍‍ ଅଶୋକ କୁମାର ପଣ୍ଡା ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲା ଆଇନଜୀବୀ ସଂଘ ସଭାପତି ଆଶୀଷ ରଞ୍ଜନ ପଟ୍ଟନାୟକ ନୂତନ ଜିଲା ଅଦାଲତ କୋଠା ଦ୍ୱାରା ଏହି ଜିଲାର ବହୁଦିନର ଆଶା ପୂରଣ ହୋଇଥିବା କହିଥିଲେ। ଜିଲା ସମ୍ପାଦକ ରାମପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଏସପି ପ୍ରହଲ୍ଲାଦ ସହାୟ ମୀନା ଯୋଗଦେଇଥିଲେ। ଜିଲାର ସମସ୍ତ ବିଚାରପତିଙ୍କ ସମେତ ଜିଲା ଆଇନଜୀବୀ ସଂଘର କର୍ମକର୍ତ୍ତା, ଉମରକୋଟ ଆଇନଜୀବୀ ସଂଘ ର କର୍ମକର୍ତ୍ତା, ସମସ୍ତ ଆଇନଜୀବୀ ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଏହି ନବ ନିର୍ମିତ କୋଠା ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ଏଠାରେ ୧୧ ଗୋଟି ଅଦାଲତ କାର୍ଯ୍ୟ କରିବ।ତଳ ମହଲାରେ ତିନୋଟି ଅଦାଲତ, ପ୍ରଥମ ମହଲା ରେ ଚାରୋଟି ଅଦାଲତ, ଦ୍ଵିତୀୟ ମହଲା ଚାରୋଟି ଅଦାଲତ କାର୍ଯ୍ୟ କରିବ।ଏହାଛଡା ଏଠାରେ ଆଇନଜୀବୀ ସଂଘ ର କାର୍ଯ୍ୟାଳୟ ଓ ବିଶ୍ରାମ କଠୋରି ରହିଛି।ମହାକିଲ ଙ୍କ ପାଇଁ ଅପେକ୍ଷା କଠୋରି, ସରକାରୀ ଓକିଲ ,ପିପିଓ ଜିପି ପାଇଁ ସ୍ୱତନ୍ତ୍ର କଠୋରି ବ୍ୟବସ୍ଥା ରହିଛି।ଏହାଛଡା କେଣ୍ଟିନ ,ଯାନବାହନ ସେଡ଼ ବ୍ୟବସ୍ଥା କରାଯାଇଛି।କୋଠା ର ସାମନାରେ ବଗିଚା ରହିଛି।ଏବେ ଏହି ନୂତନ କୋଠରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବାକୁପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଓ ଦୌରା ଜଜ ଅଶୋକ କୁମାର ପଣ୍ଡା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ପୁରୁଣା କୋଠରେ ଭିଜିଲାନ୍ସ ଅଦାଲତ ର ସର୍କିଟ କୋର୍ଟ ଚାଲୁ ରହିବ।
Leave A Reply