ନର୍ଲା(ଦୀପକ କୁମାର ଠାକୁର)ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଭାନପୁର ପଞ୍ଚାୟତର କମେଗାଁସ୍ଥ ଗୂଚ୍ଛାପଡାର ଏକ ଘର ଭିତରେ ଜନୈକ ଯୁବକର ମୃତ ଶରୀରକୁ ନର୍ଲା ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ କମେଗାଁର ବଳଭଦ୍ର ମାଝୀର କନିଷ୍ଠ ପୁଅ ଗୋପାଳ ମାଝୀ (୨୦) । ତେବେ ପରିବାର ଲୋକେ କିଛିଦିନ ହେଲା ଘରେ ରହୁନଥିଲେ । ଗୋପାଳ ର ମା ନିଜ ଭାଇ ଘରକୁ ୫ ଦିନ ପୂର୍ବରୁ ଯାଇଥିବା ବେଳେ ବାପା ବଳଭଦ୍ର ମଧ୍ୟ ଗାଁରେ ଏକ ବଗିଚା ଜଗୁଥିବା ପ୍ରକାଶ କରିଛନ୍ତି । ନିଛାଟିଆ ଦେଖି ଘର ଭିତରେ ଏକ ଶାଢୀରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛି ବୋଲି ବାପା ପ୍ରକାଶ କରିଛି । ଅନୁମାନରେ ୨ ଦିନ ପୂର୍ବରୁ ଏହି ଘଟଣା ଘଟି ଥିଲେ ହେଁ ଜଣା ପଡିନଥିବାରୁ ଶବରୁ ଉତ୍କଟ ଗନ୍ଧ ବାହାରୁଛି । ପୁଲିସ ଶବକୁ ଜବତ କରି ମ.ରାମପୁରକୁ ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣାପଡିଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ । ପୁଲିସର ତଦନ୍ତରେ ସତକଥା ଲୋକଲୋଚନକୁ ଆସିବ ।