Odisha news

ଆଜି ବିଜୁବାବୁଙ୍କ ୨୪ ତମ ଦିବସ ପୋଲସରା ବସ ଷ୍ଟାଣ୍ଡ ରେ ବିଜେଡ଼ି ଦ୍ୱାରା ପାଳନ

0
 ପୋଲସରା (ରଂଜୟ ପାଣିଗ୍ରାହୀ) :- ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଦିବସ  ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଏବଂ ବୁଗୁଡା ଠାରେ ପାଳନ କରାଯାଇଅଛି । ଏହି ଅବସରରେ ପୋଲସରା ବସ ଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହିସମୟରେ ଉପସ୍ଥିତ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ , ବ୍ଲକ୍ ଅଧ୍ୟକ୍ଷ ବଳରାମ ସେଠି ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ପ୍ରମୁଖଙ୍କ ସମେତ ଜିଲ୍ଲା ପରିଷଦ ୩୮,୩୯,୪୦ ର  ସଭ୍ୟ ଓ ସଭ୍ୟା  ବିଜେଡି ଦଳର ବ୍ଲକ୍ ,ଏନ୍ ଏ ସି ଓ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ମାନେ ପ୍ରତିମୂର୍ତ୍ତି ରେ ଭକ୍ତିପୁତ୍ତ ଭାବେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।
ପରେସେଠାରୁ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ବାସ୍ତୀୟ କେନ୍ଦ୍ରକୁଯାଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଧାୟକ ସାହୁ ଫଳ,ପାଉଁରୁଟି, ବିସ୍କୁଟ ଇତ୍ୟାଦି ଖାଦ୍ୟ ଜିନିଷ ବଣ୍ଟନ କରିଥିଲେ ଏବଂ ସେମାନଙ୍କ ସ୍ବାସ୍ତୀୟ ଅବସ୍ଥା ବିଷୟରେ ପଚାରିବୁଝିଥିଲେ ।ସମ୍ପ୍ରତି କୋଭିଡ଼୍ କଟକଣା କୁ ଲକ୍ଷକରି ଖୁବ ଅଳ୍ପସଂଖ୍ୟକ ଦଳୀୟ ସମର୍ଥକ ମାନେ ଯୋଗଦେଇଥିବା ର ଦେଖିବାକୁ ମିଳିଥିଲା ।ଏହିଭଳିଭାବେ ବୁଗୁଡା ଠାରେ ସେଠାକାର ଦଳୀୟ ନେତୃବୃନ୍ଦ ଓ ସମର୍ଥକ ମାନଙ୍କ ଦ୍ୱାରା ବସଷ୍ଟାଣ୍ଡ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରାଯାଇଛି ।
Leave A Reply