Odisha news

ରୁଷକୁ ଦୁଇପଦ ଶୁଣାଇଲେ ଭାରତ ବିଦେଶମନ୍ତ୍ରୀ ଏସ ଜୟଶଙ୍କର : ଆସନ୍ତୁ ଜାଣିବା କଣ କହିଲେ

0

ନୂଆଦିଲ୍ଲୀ : ରୁଷ ଓ ଭାରତର ଐତିହାସିକ ସମ୍ପର୍କ ରହିଛି l କିନ୍ତୁ ବଦଳୁଥିବା ପରିସ୍ଥିତିରେ ରୁଷ ସହିତ ପାକିସ୍ତାନର ସମ୍ପର୍କ ନିବିଡ ହେବାରେ ଲାଗିଛି ,ବର୍ତ୍ତମାନ ଭାରତ ପାଇଁ ଆମେରିକା ମୁଖ୍ୟ ସହଯୋଗୀ ଭାବରେ ଦେଖା ଦେଇଛି l ଏଭଳି କି ଅଧିକାଂଶ ମାମଲାରେ ରୁଷ ଓ ଭାରତର ହିତ ନିଜ ଭିତରେ ଧକା ହେବାର ନଜର ଆସିଛି l ଉଦାହରଣ ସ୍ୱରୂପ ଚୀନର ଆହ୍ୱାନକୁ ମୁକାବିଲା କରିବା ପାଇଁ ଭାରତ ଆମେରିକାର ନେତୃତ୍ୱ ନେଇଥିବା ଦଳ ସମୂହରେ ପୂର୍ବରୁ ଅଧିକ ସଜକ୍ରିୟ ହୋଇ ଯାଇଛି ,ଯାହା ରୁଷ ଚାହୁଁନାହିଁ l ରୁଷ ଚୀନ ସହିତ ମିଶି ଆମେରିକାର ମୁକାବିଲା କରିବାକୁ ଚାହୁଁଛି l

ରୁଷ ନିଜର ଗୋଟିଏ ବୟାନରେ କହିଥିଲା ଯେ ଚୀନ ବିରୁଦ୍ଧରେ ହେଉଥିବା ଷଡଯନ୍ତ୍ରରେ ଭାରତ ଗୋଟିଏ ମୋହରା ଭଳି ବ୍ୟବହାର ହେଉଛି l ରୁଷ ବୁଧବାର ଦିନ ଆଉ ଗୋଟିଏ ଦଳକୁ ନେଇ ଭାରତକୁ ଚେତାବନୀ ଦେବା ଦ୍ୱାରା ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ ନିଜ କଥା କହିଛନ୍ତି l କ୍ଵାଡ଼ ଦେଶ ମାନଙ୍କର ଭୂମିକାକୁ ନେଇ ରୁଷ କହିଛି ଏହା ଜରିଆରେ ପଶ୍ଚିମ ଦେଶ ଗୁଡିକ ହିନ୍ଦ ପ୍ରଶାନ୍ତ କ୍ଷତ୍ରରେ ଯୁଦ୍ଧର ରଣନୀତି ଉପରେ କାମ କରୁଛନ୍ତି l

ଏହାକୁ ନେଇ ଜୟଶଙ୍କର କହିଛନ୍ତି କୌଣସି ଅନ୍ୟ ଦେଶ ଏହା ପ୍ରସ୍ତୁତ କରିବା ନାହିଁକି ଭାରତ କାହା ସହିତ କାହାସହିତ ବନ୍ଧୁତା କରିବା ଓ କାହା ସହିତ କରିବା ନାହିଁ l ଅନ୍ୟ ମାନେ ଏବିଷୟରେ ଚିନ୍ତା ନକରିବା ଉଚିତ l ରୁଷ ରାଜଦୂତଙ୍କର କ୍ଵାଡ଼କୁ ନେଇ ଦେଇଥିବା ତିପାଣି ଉପରେ କିଛି ସମୟ ପରେ ଭାରତର ବିଦେଶମନ୍ତ୍ରୀ ସାର୍ବଜନିକ ଭାବରେ ଏପରି ରାୟ ଦେଇଛନ୍ତି l ଏହା ଦ୍ୱାରା ଏହା ସଫା ସଫା ଜଣାପଡିଲା ଯେ ହିନ୍ଦ ପ୍ରଶାନ୍ତ କ୍ଷତ୍ରରେ ଆମେରିକାର ରଣନୀତିକୁ ନେଇ ଭାରତ ଓ ରୁଷ ମଧ୍ୟରେ ଘୋର ମତଭେଦ ରହିଛି l

 

Leave A Reply