Odisha news

ପ୍ରଭୁ ଶ୍ରୀ ରାମ ଓ ରାମନବମୀ

0

ରାମ ନବମୀ ହିନ୍ଦୁ ମାନଙ୍କର ଗୋଟିଏ ମୁଖ୍ୟ ପର୍ବ ଅଟେ l ଏହି ପର୍ବ ଭଗବାନ ରାମଙ୍କ ଜନ୍ମଦିନ ଭାବରେ ପାଳନ କରାଯାଇ ଥାଏ l ଏଭଳି ମତ ରହିଛି ଯେ ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା l ପ୍ରତେକ ବର୍ଷ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମଙ୍କ ଜନ୍ମଦିନ ପାଳନ ହୁଏ l ଏହିଦିନ ଶ୍ରଦ୍ଧାଳୁ ମାନେ ନିଜର ଭକ୍ତି ଦ୍ୱାରା ଶ୍ରୀ ରାମଙ୍କୁ ପୂଜା କରିଥାଆନ୍ତି l ଏହିଦିନ ଲୋକମାନେ ମାତା ସୀତା ,ପ୍ରଭୁ ହନୁମାନ ଓ ଲକ୍ଷ୍ମଣ ଙ୍କ ସହିତ ରାମ ଚନ୍ଦ୍ରଙ୍କୁ ବିଶେଷ ପୂଜା ଅର୍ଚନା କରିଥାଆନ୍ତି l ମନ୍ଦିର ଓ ଘରେ ରାମ ଚରିତ ମାନସ ପୂଜା କରାଯାଏ l

ସାରା ବିଶ୍ୱରେ ଥିବା ବିଭିନ୍ନ ହିନ୍ଦୁ ସମୁଦାୟ ମାନେ ମଧ୍ୟ ରାମ ନବମୀ ପର୍ବ ପାଳନ କରିଥାଆନ୍ତି l ମାନ୍ୟତା ରହିଛି ଯେ ଏହି ଦିନ ଯେଉଁ ଭକ୍ତ ଉପବାସ ବ୍ରତ କରିଥାଆନ୍ତି ତାଙ୍କ ଉପରେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ରହିଥାଏ l

ରାମ ନବମୀର ମହତ୍ୱ –

ମହାନ ମହାକାବ୍ୟ ରୁଷି ବାଲ୍ମିକୀ ଙ୍କ ଦ୍ୱାରା ରଚିତ ରାମାୟଣ ରେ ରହିଛି ଯେ ଦଶରଥଙ୍କର ତିନୋଟି ପତ୍ନୀ ଥିଲେ l ସେମାନଙ୍କର ଅନେକ ବର୍ଷ ଧରି କୌଣସି ସନ୍ତାନ ହେଉ ନଥିଲା l ଦଶରଥଙ୍କୁ ନିଜ ରାଜ୍ୟ ପାଇଁ ଉତ୍ତରାଧିକାରୀର ଆବଶ୍ୟକ ଥିଲା l ବଂଶ ରକ୍ଷା ପାଇଁ ରୁଷି ବଶିଷ୍ଠ ରାଜା ଦଶରଥଙ୍କୁ ପବିତ୍ର ଯଜ୍ଞ କରିବାକୁ କହିଲେ l ଏହି ଯଜ୍ଞ ପରେ ଋଷିଙ୍କ ଦ୍ୱାରା ପ୍ରଦତ୍ତ ଫଳକୁ ଖାଇ ତିନି ରାଣୀ କୌଶଲ୍ୟା ,କୈକେଇ ଓ ସୁମିତ୍ରା ଅନ୍ତ ସ୍ଵତା ହେଲେ l ଏହାପରେ କୌଶଲ୍ୟା ଙ୍କ ନିକଟରୁ ରାମଚନ୍ଦ୍ର ,କୈକେୟୀଙ୍କ ନିକଟରୁ  ଭରତ ଓ ସୁମିତ୍ରାଙ୍କ ନିକଟରୁ ଲକ୍ଷ୍ମଣ ଓ ଶତ୍ରୁଘନ ଜନ୍ମ ନେଲେ l

ରାମଚନ୍ଦ୍ରଙ୍କୁ ତାଙ୍କ ପିତା ରାଜଗାଦିରେ ବସାଇବା ପାଇଁ ଇଛା ରଖିଥିଲେ ମଧ୍ୟ କୈକେୟୀଙ୍କୁ ଦେଇଥିବା ବଚନ ଯୋଗୁଁ ନିଜ କାର୍ଯ୍ୟରୁ ଓହରି ଗଲେ l ରାମଚନ୍ଦ୍ର ନିଜ ପିତାଙ୍କ ଆଜ୍ଞା ପାଳନ କରି ସମସ୍ତ ରାଜ ପାଟ ତ୍ୟାଗ କରି ୧୪ ବର୍ଷ ବନବାସ ଗଲେ l ରାଜ କୁମାର ହୋଇ ମଧ୍ୟ ନିଜର ସମସ୍ତ ଭୌତିକ ସୁଖକୁ ପରିତ୍ୟାଗ କରିଥିଲେ l ଗୁରୁଜନଙ୍କ ପ୍ରତି ଭକ୍ତି ,ସାନ ମାନଙ୍କ ପ୍ରତି ଶ୍ରଦ୍ଧା ଓ ପ୍ରଜା ପ୍ରୀତି ସବୁବେଳେ ତାଙ୍କ ମନରେ ରହିଥିଲା l ତେଣୁ ସେ ସବୁବେଳେ ଏହି ମଣିଷ ସମାଜ ନିକଟରେ ବନ୍ଦନୀୟ l

ରାମ ନବମୀ କରୁଥିବା ବ୍ୟକ୍ତିମାନେ ନିଜ ମନରୁ ସମସ୍ତ ସ୍ୱାର୍ଥକୁ ତ୍ୟାଗ କରି ,ହିଂସା ତ୍ୟାଗ କରି ଓ କାମ ,କ୍ରୋଧ ,ମୋହ ଠାରୁ ଦୁରେଇ ରହି ବ୍ରତ ପାଳନ କରିବା ଆବଶ୍ୟକ l ଜୀବନର ସତ୍ୟତା ଗୋଟିଏ ନିଷ୍କାମ ଜୀବନ ଉପରେ ପରିବେଷିତ l ଜୟ ଶ୍ରୀ ରାମ l

 

 

 

Leave A Reply