Odisha news

୩୭ ଦିନରେ ଗୋଟିଏ ଝିଅ ସହିତ ୪ଥର ବିଭାହ ଓ ୩ଥର ବିଚ୍ଛେଦ , କୋର୍ଟରେ ପହଞ୍ଚିଲା ମାମଲା : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ : ବିଭାହ କୁ ୭ ଜନ୍ମର ବନ୍ଧନ ବୋଲି କୁହାଯାଏ l କିନ୍ତୁ ବେଳେବେଳେ ଏହି ବିଭାହ ଏତେ ଭୟଙ୍କର ହୋଇଯାଏ ଯେ ଯାହାର କଳ୍ପନା କରିବା ଅସମ୍ଭବ l ତାଇୱାନରେ ବିଭାହ ଓ ବିଭାହ ବିଛେଦର ଅଦ୍ଭୁତ ଦୃଶ୍ୟ ସାମ୍ନାକୁ ଆସିଛି l ଏଠାକାର ଜଣେ ବ୍ୟାଙ୍କ କର୍ମଚାରୀ ୩୭ ଦିନ ଭିତରେ ଗୋଟିଏ ଝିଅକୁ ୪ଥର ବିଭାହ କରିଥିଲେ ଓ ୩ଥର ବିଚ୍ଛେଦ ହୋଇଥିଲା l ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ଏହା କୋର୍ଟ ରେ ପହଁଚିଲା l

ତାଇୱାନ ରାଷ୍ଟ୍ରୀୟ ସମାଚାର ଏଜେନ୍ସି ଅନୁଯାୟୀ ଯେତେବେଳେ ବ୍ୟକ୍ତି ଜଣଙ୍କ ବିଭାହ ପାଇଁ ଛୁଟି ମାଗିଲେ କେବଳ ୮ଦିନ ଛୁଟି ମିଳିଲା l ବ୍ୟକ୍ତି ଜଣଙ୍କର ବିଭାହ ସରିବା ସହିତ ଛୁଟି ମଧ୍ୟ ସରିଗଲା l ନିୟମ ଅନୁସାରେ ୮ଡିନ ପାଇଁ ପେଡ ଲିଭ ବିଭାହ ପାଇଁ ମିଳିଥାଏ l କିନ୍ତୁ ବ୍ୟକ୍ତି ଜଣଙ୍କ ଛୁଟି ବଢାଇବା ପାଇଁ ଉପାୟ ବାହାର କଲେ l ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ତଲାକ ଦେଲେ ,କାହିଁକିନା ସେ ଆଉଥରେ ତାଙ୍କୁ ଦ୍ଵିତୀୟ  ବିଭାହ କରି ପାରିବେ l

ମିଳିଥିବା ଖବର ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ୩୭ ଦିନ ଭିତରେ ୪ଥର ବିଭାହ କରିଥିଲେ ଓ ୩ଥର ତଲାକ ଦେଇଥିଲେ l ବ୍ୟାଙ୍କ ପକ୍ଷରୁ ତାକୁ ଅତିରିକ୍ତ ପେଡ ଲିଭ ପାଇଁ ମନା କରା ଯାଇଥିଲା l ଯେତେବେଳେ ବ୍ୟାଙ୍କ ଛୁଟି ଦେଲାନାହିଁ ସେତେବେଳେ ବ୍ୟକ୍ତି ଜଣଙ୍କ କୋର୍ଟର ଦ୍ୱାରସ୍ଥ ହେଲେ ଓ ବ୍ୟାଙ୍କ ଉପରେ ଲେବର ଲିଭ ନିୟମ ଉଲଂଘନ କରିବାର ଆରୋପ ଲଗାଇଲେ l ଏହି ସବୁ ଖବର ଲୋକ ଲୋଚନକୁ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିଲା l ବର୍ତମାନ କୋର୍ଟ ଓଲଟା ବ୍ୟକ୍ତି ଜାଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଓ ବ୍ୟାଙ୍କ କୁ ନିର୍ଦେଶ ଦେଇଛି ଯେ ବ୍ୟକ୍ତିଙ୍କୁ ଚାକିରିରୁ ବରଖାସ୍ତ କରାଯାଉ

Leave A Reply