Odisha news

ଇଣ୍ଡିଆ ବୁକ ଅଫ ରେକର୍ଡ 2021 ରେ ସ୍ଵର୍ଣ୍ଣ ପଦକ ହାସଲ କଲେ 4 ବର୍ଷ ର ଶିଶୁ ବେଦପ୍ରକାଶ

0
*ଆଳି*- ଆଳି ବ୍ଲକ ଅନ୍ତର୍ଗତ : ଧାନମଣ୍ଡଳ ଗ୍ରାମ ର ଶ୍ରୀକାନ୍ତ ରଣା ଙ୍କ ଚାରି ବର୍ଷ ର ପୁଅ ବେଦପ୍ରକାଶ ରଣା ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନିତ ହୋଇଛନ୍ତି ଲ ମେଧା ଅନ୍ବେଷଣ କାର୍ଯ୍ୟକ୍ରମ ରେ ଭାଗ ନେଇ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି l ତାଙ୍କ ର ଏହି ଚର୍ଚ୍ଚିତ ପୁରସ୍କାର ପ୍ରାପ୍ତିରେ ବେଦପ୍ରକାଶ ଙ୍କ ପରିବାର ଗ୍ରାମ ପଞ୍ଚାୟତ ତଥା ଆଳି ଅଞ୍ଚଳରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଛି l ସର୍ବୋପରି ବେଦପ୍ରକାଶ ଓଡିଶା ମାଟି ର ଗୌରବ ବୃଦ୍ଧି କରିଛନ୍ତି l
ଘଟଣା ରୁ ପ୍ରକାଶ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ-2021 ର ୱେବ୍ ସାଇଟ୍ ରେ ଏକ ମେଧା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଲ ଏହି ମେଧା ଅନ୍ବେଷଣ ପ୍ରକ୍ରିୟା ରେ ଆଳି ବ୍ଲକ ଅନ୍ତର୍ଗତ ଧାନ ମଣ୍ଡଳ ଗ୍ରାମ ର ଶ୍ରୀକାନ୍ତ ରଣା ଓ ଦେବୀପ୍ରିୟା ଙ୍କ 4 ବର୍ଷ ର ପୁଅ ଭାଗ ନେଇଥିଲେ ଲ ସେ ନିରବଚ୍ଛିନ୍ନ ଭାବରେ ବିଭିନ୍ନ ଶ୍ଲୋକ ଓ ମନ୍ତ୍ର ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ l ତତ୍ ସହିତ ବିଭିନ୍ନ ଦେଶ ର 23 ଟି ପତାକା 34 ଟି ଲୋଗୋ 23 ଟି ଦେଶ ଭାରତୀୟ ରାଜ୍ୟ ଓ ତାର ରାଜଧାନୀ 22 ଟି ଜାତୀୟ ଚିହ୍ନ ଓଡିଶା ର 30 ଟି ଜିଲ୍ଲାର ନାମ ସହ 21 ଜଣ ସ୍ୱାଧୀନତା ସଂଗ୍ରାମୀ ଙ୍କ ନାମ ନିର୍ଭୁଲ ଭାବେ କହି ଭରତ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରି ନିଜ ଅଞ୍ଚଳର ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି l
Leave A Reply