Odisha news

ସାଧାରଣ ବ୍ୟକ୍ତିବିଶେଷ ପୂର୍ବତଟ ରେଳପଥ କାର୍ଯ୍ୟାଳୟକୁ ପରିଦର୍ଶନ ନ କରିବାକୁ ମହାପ୍ରବନ୍ଧଙ୍କ ନିବେଦନ

0

 କୋଭିଡ -19 ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ କାର୍ଯ୍ୟାଳୟ ପରିଦର୍ଶନ ନକରିବାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି |

ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ମଧ୍ୟ ଅନୁରୋଧ କରିଛନ୍ତି ଯେ, ଯେକୌଣସି କାର୍ଯ୍ୟ ସମ୍ପାଦନ ପାଇଁ ସାଧାରଣ ଜନତା ବ୍ୟକ୍ତିଗତ ଭାବେ କାର୍ଯ୍ୟାଳୟ ପରିସର ଆସିବା ପରିବର୍ତ୍ତେ ଚିଠି, ଇମେଲ, ଫୋନ୍, ଫ୍ୟାକ୍ସ  କିମ୍ବା SMS ଦ୍ୱାରା ସେମାନଙ୍କର କାର୍ଯ୍ୟ କରିପାରିବେ |

ଏହା ବ୍ୟତୀତ, କୋଭିଡ ପ୍ରୋଟୋକଲ କଡାକଡି ଭାବେ ଅନୁସରଣ କରିବା ସହ ବାଧ୍ୟତାମୂଳକ ଭାବେ ଫେସ୍ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନିବା, ବାରମ୍ବାର ହାତ ଧୋଇବା / ସାନିଟାଇଜିଂ କରିବା ଏବଂ ନିୟମ ଅନୁସାରେ ଟୀକା ନେବାକୁ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି |  ଏହା ଦ୍ୱାରା କର୍ମଚାରୀ ମାନେ ସୁରକ୍ଷିତ ରହିବ ସହିତ ସେମାନଙ୍କର ପରିବାର, ରାଷ୍ଟ୍ର ଓ ସମାଜ ଏହି ମହାମାରୀ ସଂକ୍ରମଣରୁ ରକ୍ଷା ପାଇପାରିବ |

Leave A Reply