Odisha news

ରାମନବମୀ : ପୃଥିବୀର ଶ୍ରେଷ୍ଠ ପୁରୁଷ ପ୍ରଭୁ ରାମଚନ୍ଦ୍ର ଥିଲେ

0

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥି ଦିନ ରାମନବମୀ ପର୍ବ ପାଳନ କରାଯାଇଥାଏ l ଶାସ୍ତ୍ର ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀ ରାମ ଜନ୍ମ ନେଇଥିଲେ ,ତେଣୁକରି ସାରା ଭାରତ ବର୍ଷରେ ହିନ୍ଦୁମାନେ ଏହାକୁ ପାଳନ କରି ଥାନ୍ତି l ଭଗବାନ ରାମ ହେଉଛନ୍ତି ବିଷ୍ଣୁଙ୍କର ସପ୍ତମ ଅବତାର l ପୃଥିବୀରେ ଅସୁର ମାନଙ୍କର ସଂହାର କରିବା ପାଇଁ ଭଗବାନ ବିଷ୍ଣୁ ତ୍ରେତୟା ଯୁଗରେ ଶ୍ରୀରାମ ଭାବରେ ଅବତାର ନେଇଥିଲେ l ଭଗବାନ ରାମଙ୍କୁ ମର୍ଯ୍ୟାଦା ପୁରୁଷତ୍ତମ କୁହାଯାଏ ,କାରଣ ସେ ନିଜ ଜୀବନ କାଳରେ ଅନେକ କଷ୍ଟ ସହି ମଧ୍ୟ ନିଜର ମର୍ଯ୍ୟାଦା ହରାଇ ନଥିଲେ l ସେ ବିପରୀତ ପରିସ୍ଥିରେ ନିଜର ଆଦର୍ଶକୁ ହରାଇ ନଥିଲେ ,ଏହି ଦିନ ଭାରତର ସମସ୍ତ ମନ୍ଦିରରେ ରାମଙ୍କର ପୂଜାର୍ଚନା କରାଯାଇଥାଏ l କିନ୍ତୁ ଖାସ କରି ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟାରେ ଏହି ପର୍ବକୁ ହସଖୁସିରେ ପାଳନ କରାଯାଇଥାଏ l

ଏହି ସମୟରେ ଅଯୋଧ୍ୟାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ମେଳା ଲାଗିଥାଏ l ସମସ୍ତ ଘର ଆଗରେ ସଜାସଯ୍ୟ ହୋଇ ପବିତ୍ର କଳସ ସ୍ଥାପନ କରାଯାଏ ଓ ଭଜନ କୀର୍ତନ ଇତ୍ୟାଦି କରାଯାଏ l ଏହି ଦିନ ବିଶେଷ କରି ଶ୍ରୀ ରାମଙ୍କ ସହିତ ଲକ୍ଷ୍ମଣ ଓ ମାତା ଜାନକୀଙ୍କର ବିଶେଷ ପୂଜା କରାଯାଏ l ରାମଚନ୍ଦ୍ର ଜଣେ ଉଦାରମନା ପୁତ୍ର ହେବ ସହିତ ଜଣେ ଆଜ୍ଞାକାରୀ ପୁତ୍ର ମଧ୍ୟ ଥିଲେ l ପିତାଙ୍କ ନିର୍ଦେଶରେ ରଜପାଟ ତ୍ୟାଗ କରି ୧୪ ବର୍ଷ ବନବାସ ଯାଇଥିଲେ l ବନବାସ ସମୟରେ ସମସ୍ତ କଷ୍ଟ ଓ ଯାତନାକୁ ସହ୍ୟ କରି ରାବଣର ବିନାଶ ମଧ୍ୟ କରିଥିଲେ l

ତାଙ୍କର ବନବାସ ସମୟରେ ବିଶେଷ କରି ଅସୁର ମାନଙ୍କୁ ସଂହାର କରିଥିଲେ ଓ ପୃଥିବୀକୁ ଅସୁର ମାନଙ୍କ ଯନ୍ତ୍ରଣାକୁ ଉଦ୍ଧାର କରିଥିଲେ l ଆମ ଭାରତୀୟ ସଂସ୍କୃତିରେ ରାମଙ୍କର ଉଦାହରଣ ସମସ୍ତ ସ୍ଥାନରେ ଦିଆ ଯାଇଥାଏ l କାରଣ ତାଙ୍କ ଭଳି ପୁରୁଷ ଶ୍ରେଷ୍ଠ ଏହି ଦୁନିଆରେ ଅସମ୍ଭ ଅଟନ୍ତି l ଶାସ୍ତ୍ର ଅନୁସାରେ ଶ୍ରୀ ରାମ ମାତା କୈକେଇଙ୍କ ଦ୍ୱାରା ବନବାସ ଭୋଗ କରିଥିଲେ ମଧ୍ୟ ତାଙ୍କୁ ନିଜ ମା କୌଶଲ୍ୟାଙ୍କ ଠାରୁ ଅଧିକ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ l ସେ ସବୁବେଳେ ନିଜ ମନରେ କୈକେଇଙ୍କ ପ୍ରତି ବିଶେଷ ସ୍ଥାନ ରଖି ତାଙ୍କର ପୂଜା କରୁଥିଲେ l ସେଥିପାଇଁ ସେ ଅଜିମଧ୍ୟ ପୃଥିବୀ ଇତିହାସରେ ଶ୍ରେଷ୍ଠ ଅଟନ୍ତି l

Leave A Reply