ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ଵିତୀୟ ଲହରୀ ମଧ୍ୟରେ ଲୋକ ମାନଙ୍କୁ ଲକଡାଉନ ଓ ଚାକିରୀକୁ ନେଇ ଚିନ୍ତା ବଢି ଯାଇଛି l ଏଭଳି ପରିସ୍ଥିତିର ଷ୍ଟଫିଙ୍ଗ କମ୍ପାନୀ ଜିନିୟସ କନ୍ସଲଟେସନରେ ଗୋଟିଏ ସର୍ଭେରେ ଚାକିରିଆ ମାନଙ୍କ ପାଇଁ ହାଲ୍କା ଲାଗିଲା ଭଳି ଖବର ସାମ୍ନାକୁ ଆସିଛି l ଏହି ସର୍ଭେ ରିପୋର୍ଟ ଅନୁସାରେ କମ୍ପାନୀ ନିଜ କର୍ମଚାରୀ ମାନଙ୍କର ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଦରମା ବଢାଇବାର ଖବର ମିଳିଛି l
ଏହି ସର୍ଭେରେ ୧୨ ଶହ କମ୍ପାନୀକୁ ସାମିଲ କରାଯାଇଛି –
ଜିନିୟସ କନ୍ସଲଟେସନରେ ସର୍ଭେରେ ଦେଶର ଅଧିକାଂଶ କମ୍ପାନୀକୁ ସାମିଲ କରାଯାଇଛି ଓ ଅଧିକାଂଶ କମ୍ପାନୀ ନିଜ କର୍ମଚାରୀ ମାନଙ୍କର ଦରମା ବଢାଇବା ପକ୍ଷରେ ଅଛନ୍ତି l ପାଖାପାଖି ୫୯ ପ୍ରତିଶତ କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ବଢ଼ାଇବେ l
୨୦ ପ୍ରତିଶତ କମ୍ପାନୀ କହିଛନ୍ତି ଦରମା ବଢ଼ାଇବେ କିନ୍ତୁ ୫ ପ୍ରତିଶତରୁ କମ l ଯେବେକି ୨୧ ପ୍ରତିଶତ କମ୍ପାନୀ ୨୦୨୧ ରେ ଦରମା ବଢ଼ାଇବେ ନାହିଁ l
ନବନିଯୁକ୍ତି ଦିଆଯିବ –
୪୩ ପ୍ରତିଶତ କମ୍ପାନୀ କହିଛନ୍ତି କି ଫ୍ରେଶର ମାନଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି l ସେଥିରୁ ୪୧ ପ୍ରତିଶତ କମ୍ପାନିଙ୍କର ଯୋଜନା ରହିଛି ଅନୁଭବୀ କର୍ମଚାରୀଙ୍କୁ ଚାକିରୀ ଦେବେ l
ସର୍ଭେରେ ଏହି ସବୁ କମ୍ପାନୀକୁ କରାଯାଇଥିଲା ଅନ୍ତର୍ଭୁକ୍ତ
ଜିନିୟସ କନ୍ସଲଟେସନର ଏହି ସର୍ଭେରେ HR,IT,ITES,BPO ସହିତ ବ୍ୟାଙ୍କିଙ୍ଗ ଏବଂ ଫାଇନାସ ଏବଂ କନ୍ଷ୍ଟ୍ରସନ ଓ ଇଞ୍ଜିନିୟରିଂ ,ଏଜୁକେସନ ,ହସ୍ପିଟାଲିଟି ,ମିଡ଼ିଆ ,ଫର୍ମା ,ମେଡିକାଲ ,ବିଜୁଳି ,ରିଏଲଏଷ୍ଟେଟ ଭଳି କମ୍ପାନୀକୁ ଅନ୍ତଭୂକ୍ତ କରାଯାଇଛି l
କମ୍ପାନୀ ମାନେ ବଢ଼ାଇଲେ ବଜେଟ ଆର୍ଥିକ ଗତିବିଧିରେ ଆଶାଠାରୁ ଅଧିକ ଦ୍ରୁତଗତିରେ ସୁଧାର ,ଉପଭୋକ୍ତା ମାନଙ୍କର ବିଶ୍ୱାସ ବଢିବା ଓ କମ୍ପାନୀର ଉନ୍ନତି ପାଇଁ କମ୍ପାନୀ ଗୁଡିକ ନିଜର ବଜେଟ ବଢ଼ାଇ ଛନ୍ତି l ଫଳଫଳ ଅନୁସାରେ ୨୦ ପ୍ରତିଶତ କମ୍ପାନୀ ଚଳିତ ବର୍ଷ ୨ ଅଙ୍କରେ ଦରମା ବଢାଇବାର ଯୋଜନା କରିଛନ୍ତି ,ଯେବେକି ୨୦୨୦ ରେ ଏହା ୧୨ ପ୍ରତିଶତ ଥିଲା l