ତାଳଚେର : ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ) ଶ୍ରମିକ ଏକତା ମଂଚର ଏକ ପ୍ରତିନିଧି ମଣ୍ଡଳ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ମୁଖ୍ୟତଃ ପୁରୁଣା ପ୍ଲାଣ୍ଟ ଚାଲିବାସହ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଆରମ୍ଭ କରିବା ଉପରେ ଆଲୋଚନା କରିଥିଲେ । ଥର୍ମାଲ ପ୍ଲାଣ୍ଟ କାର୍ଯ୍ୟ ବହୁତ ବିଳମ୍ବ ହୋଇଛି ଆଉ ବିଳମ୍ବ ନହେଉ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଏବଂ ରାଜ୍ୟ ସରକାର ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଥର୍ମାଲ ଏକତା ମଂଚର ସଭାପତି ବିନୋଦ କୁମାର ସାମଲ,କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାମଲ,ସହଦେବ ସାହୁଙ୍କ ସମେତ ଏକତା ମଂଚର ୧୫ଜଣ କାର୍ଯ୍ୟକର୍ତା ଏହି ଆଲୋଚନାରେ ଭାଗ ନେଇଥିଲେ ।