Odisha news

ଫୁଲବାଣ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦଣ୍ଡନାଚରେ ସାମାଜିକ ଦୁରତା ନାହିଁ

0

ଫୁଲବାଣ(Santosh Mishra) ; ବର୍ତମାନ କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚ ଚାଲିଛି । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏଥିପାଇଁ ଏକ ନିୟମ ଜାରୀ କରାଯାଇଥିଲା । ସେଥିରେ ଦଣ୍ଡ ଥଳ ଗୁଡିକ ସେମାନଙ୍କ ଅଂଚଳରେ ହିଁ ନାଚ କରିବା ପାଇଁ କୁହାଯାଇଛି । ନାଚ ବେଳେ ସେଠାରେ ଭକ୍ତ ମାନଙ୍କ ସମାଗମ କରି ଭୀଡ କରିବାକୁ ବାରଣ କରାଯିବା ସହିତ ସେଠାରେ ଲୋକଙ୍କୁ ସାମାଜିକ ଦୁରତା ଉପରେ ଗୁରୁତ୍ୱ ଦେବା ଏବଂ ସେମାନେ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଜିଲ୍ଲାର କିଛି ସ୍ଥାନରେ ଦଣ୍ଡନାଚ ଚାଲିଥିବାବେଳେ ସେଠାରେ ଥିବା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ସାମାଜିକ ଦୁରତା ନଥିବା ସହିତ ଲୋକଙ୍କ ମୁହଁରେ ମାସ୍କ ନଥିବାର ମଧ୍ୟ ଦେଖିବାକଲୁ ମିଳିଛି । ତେବେ ଜିଲ୍ଲାରେ ଦୃତ ଗତିରେ କୋଭିଡ ସଂକ୍ରମଣ ବଢୁଥିବାବେଳେ ଲୋକଙ୍କ ଭିତରେ ଏଭଳି ଅସାବଧାନତା ସଂକ୍ରମଣକୁ ବଢାଇବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

Leave A Reply