ଦେଶବ୍ୟାପୀ କୋଭିଡ -୧୯ ଭୂତାଣୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗର ପ୍ରଭାବ ଅନୁଭବ କରାଯାଉଛି । ସାରାଦେଶରେ ଅଦୃଶ୍ୟ ଦାନବ କରୋନା ପୁଣିଥରେ ତାର କାୟା ବିସ୍ତାର କରିଚାଲିଛି । ଏପରି ଦୂରନ୍ତ ସ୍ଥିତିରେ ନିଜର କୋମଳମତି ପିଲାଛୁଆଙ୍କୁ ସ୍କୁଲକୁ ପଠେଇବା ନେଇ ମାଆ-ବାପାମାନେ ଭାଳେଣିରେ ପଡିଯାଇଛନ୍ତି । ପ୍ରମୁଖ କମୁ୍ୟନିଟି ସୋସିଆଲ ମିଡିଆ ମଂଚ ତରଫରୁ କରାଯାଇଥିବା ଏକ ସଦ୍ୟତମ ସର୍ବେକ୍ଷଣ ଅନୁସାରେ କେବଳ ୨୫ ପ୍ରତିଶତ ଅଭିଭାବକ ହିଁ ଅପ୍ରେଲ ୨୦୨୧ରେ ତାଙ୍କ ପିଲାଙ୍କୁ ସ୍କୁଲକୁ ପଠେଇବା ପାଇଁ ଇଛା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ, ଯଦି କେନ୍ଦ୍ର ରାଜ୍ୟ ସରକାର ଅଥବା ଜିଲ୍ଲା ପ୍ରଶାସନ ଚଳତ ବର୍ଷ ଅପ୍ରେଲ ମାସରେ ବିଦ୍ୟାଳୟ ଖୋଲିବେ ଅଥବା ଖୋଲିବାକୁ ନୀତିଗତ ଭାବେ ନିଷ୍ପର୍ତି ନେବେ କଅଣ ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ସ୍କୁଲକୁ ପଠେଇବେ । ଏଥିରେ ୫୮ ପ୍ରତିଶତ ଅଭିଭାବକଙ୍କ ସକାରାତ୍ମକ ଉତର ମିଳିଛି ।
ଅସଲରେ ଦେଖିଲେ ୭୩ ପ୍ରତିଶତ ଅଭିଭାବକଙ୍କ ଇଛା ଆଗାମୀ ଶିକ୍ଷାବର୍ଷରେ ସେମାନଙ୍କ ଜିଲ୍ଲାଗୁଡିକରେ ଯେତେବେଳେ ୧୦୦ରୁ କମ୍ ସକ୍ରିୟ ମାମଲା ଦେଖାଯିବ ସେତେବେଳେ ଯାଇ ସାରାଦେଶରେ ବିଦ୍ୟାଳୟ ଖୋଲିବ ।
ଏକଥା ବାହୁଲ୍ୟ ଯେ, ଭାରତର ମୋଟ ୨୭୨ଟି ଜିଲ୍ଲାରେ ୧୮,୦୦୦ରୁ ଉଦ୍ଧ୍ୱର୍ ପ୍ରତିକ୍ରିୟା ପ୍ରାପ୍ତ ହୋଇଥିବା ଜଣାପଡିଛି । ଆଉ ଏହି ସର୍ବେକ୍ଷଣ ସ୍ଥାନୀୟ ସଂକଳ୍ପ ମଂଚ ମାଧ୍ୟମରେ ଆୟୋଜିତ ହୋଇସାରିଛି । ଏହି ସର୍ବେକ୍ଷଣରେ ସକ୍ରିୟ ଭାଗ ନେବା ଲାଗି ପ୍ରାୟ ସବୁ ପ୍ରତିଯୋଗୀମାନଙ୍କୁ ପଂଜୀକରଣ କରିସାରିଛନ୍ତି ସ୍ଥାନୀୟ ସଂକଳ୍ପ ମଂଚ । ଏଥିରେ ଜବାବ ଦାଖଲ କରିଥିବା ତଥା ପ୍ରତିକ୍ରିୟା ଦେଇଥିବା ୪୪ ପ୍ରତିଶତ ଅଭିଭାବକ ମହାନଗରୀ ଅନ୍ତର୍ଗତ ଅଥବା ରାଜଧାନୀ ଅନ୍ତର୍ଗତ ଜିଲ୍ଲାରେ ବସବାସ କରୁଥିବା ଦର୍ଶାଯାଇଛି । ଏତଦ୍ବ୍ୟତୀତ ୨୮ ପ୍ରତିଶତ ଲୋକ ମଧ୍ୟମ ସ୍ତରୀୟ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ୨୮ ପ୍ରତିଶତ ମାଆବାପା ଛୋଟଛୋଟ ସହର ଅବା ଗ୍ରାମୀଣ ଜିଲ୍ଲାରେ ବସବାସ କରୁଥିବା ଜଣାପଡିଛି ।
ଉଲ୍ଲେଖଯୋଗ୍ୟ,ଏବେବି ଆମ ଦେଶର କେତେକାଂଶରେ ଅବସ୍ଥିତ ସ୍କୁଲଗୁଡିକରେ ଗତ ଶିକ୍ଷାବର୍ଷର ପାଠପଢା ଚାଲୁରହିଛି । ତେବେ ଆଗାମୀ ଶିକ୍ଷାବର୍ଷ ଏପ୍ରିଲ ମାସରୁ ଏହି ପାଠପଢା ଆରମ୍ଭ ହେବା କଥା ।
କିନ୍ତୁ କରୋନା ମହାମାରୀ ପାଇଁ ତାହା ହୋଇ ପାରିନାହିଁ କାରଣ ୨୦୨୦ ବର୍ଷତମାମ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରୁ ତାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଆଉ ସଟ୍ଡାଉନ ଜାରୀ ହୋଇଥିଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଆଡୁ । ମୁହଁରେ ମାସ୍କ ଭିଡିବା ଓ ସାମାଜିକ ଓ ଶାରିରୀକ ଦୂରତା ଇତ୍ୟାଦି କୋଭିଡ ନିୟମାବଳୀକୁ କଡାକଡି ପାଳନ କରିବାକୁ ନିଦେ୍ର୍ଦଶ ଜାରି ହୋଇଥିଲା ସରକାରଙ୍କ ତରଫରୁ । ପରିଣାମରେ ସାରାଦେଶରେ ଥିବା ଶିକ୍ଷାନୁଷ୍ଠାନ ସବୁ ଏକଦମ୍ ବନ୍ଦ ହୋଇଗଲା, ତାଲା ଝୁଲିଲା । ସେବେଠୁ ପିଲାମାନଙ୍କୁ ସ୍କୁଲଦ୍ୱାର ମାଡିବାକୁ ବାରଣ କରାଗଲା । ଏବେ ଅନଲାଇନ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି, ଆଉ ପାଠପଢା ମଧ୍ୟ ଚାଲୁରହିଛି । ଖାଲି ସେତିକି ନୁହେଁ ଖୋଲାବହି ମାଧ୍ୟମରେ ଅନଲାଇନ ପରୀକ୍ଷା ମଧ୍ୟ କରାଯାଉଛି ।
ସେ ଯାହାହେଉ, ବିଦ୍ୟାଳୟ ଏଯାଏ ନ ଖୋଲିବାରୁ ଅନେକ ଅଭିଭାବକ ସ୍ଥାନୀୟ ସଂକଳ୍ପ ମଂଚ ଜରିଆରେ ଚିନ୍ତା ପ୍ରକଟ କରିଛନ୍ତି । ଅପ୍ରେଲ ୨୦୨୦ପରଠାରୁ ବିଦ୍ୟାଳୟକୁ ପୁଣିଥରେ ଖୋଲି ଅନଲାଇନ ଶ୍ରେଣୀକକ୍ଷରେ ସର୍ବସମ୍ମତି ନିଷ୍ପତିର ଅବଗତ ନିମନ୍ତେ ମାଆବାପାଙ୍କ ପ୍ରତିକ୍ରିୟା ଗ୍ରହଣ କରାଯାଉଛି । ଆଉ ସେସବୁ ପ୍ରତ୍ରିକ୍ରିୟାକୁ ପଠେଇ ଦିଆଯାଉଛି ସରକାରଙ୍କ ନିକଟକୁ ।
ତେବେ ଅଧିକାଂଶ ଅଭିଭାବକ ପିଲାଙ୍କୁ ବିଦ୍ୟାଳୟକୁ ପଠେଇବା ଲାଗି ସଫାସଫା ମନା କରିଦେଉଛନ୍ତି । ପରନ୍ତୁ ଜାନୁଆରୀ ୨୦୨୧ରେ ପ୍ରଥମ ଥରଲାଗି ସ୍ଥାନୀୟ ସଂକଳ୍ପ ମଂଚ ଜରିଆରେ ଅଭିଭାବକଙ୍କ ମତାମତ କ୍ଷେତ୍ରରେ ଏକ ଆଖିଦୃଶିଆ ପରିବର୍ତନ ପରିଲକ୍ଷିତ ହୋଇଥିବା ଜଣାପଡିଛି । ଫେବୃଆରୀ ମାସ ଆରମ୍ଭରେ ୬୭ ପ୍ରତିଶତ ମାତାପିତା ସ୍କୁଲକୁ ପୁଣିଥରେ ଖୋଲିବାର ସପକ୍ଷରେ ଅଛନ୍ତି । କାରଣ ଭାରତରେ କୋଭିଡ ସଂକ୍ରମିତ ସଂଖ୍ୟା ଏପର୍ଯ୍ୟନ୍ତ ନୀଚା ସ୍ତରରେ ରହିଛି । ସୁତରାଂ, ପ୍ରତିଦିନ ପାଖାପାଖି ୧୦,୦୦୦ ସଂକ୍ରମଣ ମାମଲା ଲୋକଲୋଚନକୁ ଆସୁଥିବାରୁ ପରିସ୍ଥିତି ଗୁରୁତର ରୂପ ଧାରଣ କରୁଛି ।
ସାଂପ୍ରତିକ ପରିସ୍ଥିତିରେ ପଂଜାବରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ୮୧ ପ୍ରତିଶତ କୋଭିଡ -୧୯ନମୁନା ବ୍ରିଟେନର ସାର୍ସ –ସିଓଭି୨ରୁ ଦେଖିବାକୁ ମିଳିଥିବାବେଳ ବାଙ୍ଗାଲୋରରେ ମାର୍ଚ୍ଚମାସରେ ଦଶବର୍ଷରୁ କମ୍ ବୟସ୍କର ପିଲାଙ୍କ ମଧ୍ୟରୁ ପାଖାପାଖି ପାଂଚହଜାର ପିଲା କୋଭିଡ ଆକ୍ରାନ୍ତ ବୋଲି ଜଣାପଡିଛି । ଏପରିସ୍ଥଳେ ସ୍କୁଲକୁ ପୁଣିଥରେ ଖୋଲିବା ପାଇଁ ବିଶେଷ ଭାବେ ଋଢୀବାଦୀ ଦୃଷ୍ଟିକୋଣକୁ ଆପଣାଇବା ଲାଗି ପରାମର୍ଶ ଦେଇଛି ସଂକଳ୍ପ ମଂଚ । ଇତିମଧ୍ୟରେ ସ୍ଥାନୀୟ ସଂକଳ୍ପ ସର୍ବେକ୍ଷଣର ନିଷ୍କର୍ଷକୁ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଆଉ ପ୍ରମୁଖ ସଚିବଙ୍କ ନିକଟକୁ ପଠେଇ ଦିଆଯାଇଛି । ଯାହାଫଳରେ ଚଳିତବର୍ଷ ଅପ୍ରେଲ ଜୁନ ୨୦୨୧ରେ ବିଦ୍ୟାଳୟକୁ ପୁଣିଥରେ ଖୋଲିବାର ନିଷ୍ପତି ନେବା ସମୟ ମାଆବାପାଙ୍କର ସାମୂହିକ ପ୍ରତିକ୍ରିୟା ଉପରେ ଚିନ୍ତା କରିବାକୁ ହେବ ।
Comments are closed.