Odisha news

ଓଏଏସ୍‌ ସ୍ତରରେ ବଡଧରଣର ପଦୋନ୍ନତି : ୫ ଓଏଏସ୍‌ ଅଧିକାରୀଙ୍କୁ ସ୍ବତନ୍ତ୍ର ସଚିବ ଓ ୩୪ ଓଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ବର: ୫ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ‌େସମାନେ ହେଲେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମିଞ୍ଜ, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଅବଦୁଲ୍‌ କଲିମ୍‌ ଖାନ୍‌, ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଓ ପ୍ରମୋଦ କୁମାର ବେ‌େହରା। ପଦୋନ୍ନତି ପରେ ୫ ଜଣ ଅଧିକାରୀ ପୂର୍ବ ପରି ନିଜ ନିଜ ଦାୟିତ୍ବରେ ରହିବେ।

ଏହା ବାଦ୍ ୧୭ ଜଣ ଓଏଏସ୍‌ ଅଧିକାରୀ(ସୁପର୍‌ଟାଇମ୍ ସ୍କେଲ୍‌)ଙ୍କୁ ସୁପରିଅର୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି। ଆଉ ୧୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସୁପର୍‌ଟାଇମ୍‌ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅାଜି ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି।

Govt

Comments are closed.