ମୟୁରଭଞ୍ଜ ; ଗର୍ଭବର୍ତ୍ତୀ ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ ୪ଘଣ୍ଟା କାଳ ଥାନାରେ ଅଟକ ରଖିଲା ପୋଲିସ, ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଂଚଳରେ, ସକାଳ ୯ଟା ସମୟରେ ଶରତ ଥାନା ଅଂଚଳରେ ହେଲମେଟ ଚେକିଂ କରାଯାଉଥିଲା, ସେହି ରାସ୍ତା ଦେଇ ଶରତ ଥାନା ଅନ୍ତର୍ଗତ ନୋଟ ପଂଚାୟତ ର ଆଦିବାସୀ ଜନଜାତି ହୋ ସମ୍ପ୍ରଦାୟର ବିକ୍ରମ ବିରୁଲି ତାଙ୍କ ୮ମାସର ଗର୍ଭବର୍ତ୍ତୀ ସ୍ତ୍ରୀ କୁ ନେଇ ପ୍ରତିମାସ ଭଳି ଉଦଳା ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନେଉଥିଲେ, ହେଲେ ବିକ୍ରମ ବିରୁଲି ହେଲମେଣ୍ଟ ମାସ୍କ ପିନ୍ଧି ଥିବା ବେଳେ ସ୍ତ୍ରୀ ଗୁରୁବାରୀ ବିରୁଲି ମାସ୍କ ମଧ୍ୟ ପିନ୍ଧିଥିଲେ ହେଲେ ସ୍ତ୍ରୀ ଗର୍ଭବତୀ ଥିବାରୁ ତାଙ୍କୁ ହେଲମେଣ୍ଟ ପିନ୍ଧାଇ ନଥିଲେ କାରଣ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ହେଲେ କାହିଁକି ହେଲମେଣ୍ଟ ପିନ୍ଧିନି କହି ପୋଲିସ ରସିଦ କାଟିଲେ , ପାଖରେ ପଇସା ନଥିବାରୁ ଅନ ଲାଇନ ରେ ପୈଠ ନିମନ୍ତେ ସ୍ୱାମୀ ବିକ୍ରମ ପୋଲିସକୁ ଅନୁରୋଧ କରିଥିଲେ ହେଲେ ପୋଲିସ ସାଙ୍ଗେ ସାଙ୍ଗେ ଦେବାକୁ ବାଧ୍ୟ କରିଥିଲା , ଯଦି ପଇସା ନଦେବୁ ଯାଇପାରିବୁନାହିଁ ବୋଲି ସିଧା ମନାକରିଥିଲେ, ସାଙ୍ଗରେ ଗର୍ଭବତୀ ସ୍ତ୍ରୀ ଅଛି କହିବାପରେ ମଧ୍ୟ ପୋଲିସ ଜାଣି ଚୁପ ରହିଥିଲା, ପୋଲିସ ଏବଂ ବିକ୍ରମଙ୍କ ଭିତରେ କଥା କଟା କଟି ହେବାରୁ ପୋଲିସ ଗର୍ଭବର୍ତ୍ତୀ ମହିଳାଙ୍କୁ ରାସ୍ତାରେ ଛାଡି ସ୍ୱାମୀକୁ ଥାନାରେ ୪ଘଣ୍ଟା ଧରି ଅଟକ ରଖିବା ସହିତ ଗାଡି, ମୋବାଇଲ ଛଡାଇ ନେଲେ ଓଆଇସି ରୀନା ବକ୍ସଲା, ଥାନାକୁ ଗର୍ଵବର୍ତ୍ତୀ ଗୁରୁବାରୀ ବିରୁଲି ଚାଲି ଚାଲି ଗଲେ ସେପଟେ ଏସ୍ଡିପିଓ ଙ୍କୁ ଦୁଇ ଦମ୍ପନ୍ତି ଓଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଅଭିଯୋଗ କରିଛନ୍ତି, ଏଭଳି ଘଟଣା ସାଧାରଣରେ ଚର୍ଚାରେ ବିଷୟ ପାଲଟିଛି,
Comments are closed.