Odisha news

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦମ୍ପତି

କୋଣାର୍କ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିସାରି ମହାମହିମ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ  ପତ୍ନୀ ସବିତା କୋବିନ୍ଦ  ଏବଂ ତାଙ୍କ ପରିବାର  ବାୟୁ ସେନାର ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ଆସି ୧୧.୨୫ରେ କୋଣାର୍କ ହେଲିପ୍ୟାଡ  ଠାରେ ଅବତରଣ କଲା ପରେ କଡା ସୁରକ୍ଷା ବଳୟରେ ରାଷ୍ଟ୍ରପତି ଙ୍କୁ ସୂର୍ଯ୍ୟ ମନ୍ଦିର ପରିସରକୁ ଅଣାଯାଇଥିଲା  ସେଠାରେ ତାଙ୍କୁ ସ୍ବାଗତ କରାଯିବା ପରେ ଆଗରୁ ପ୍ରସ୍ତୁତ ହୋଇ ରଖାଯାଇଥିବା ବ୍ୟାଟାରି ଚାଳିତ ଗାଡ଼ିରେ  ସୂର୍ଯ୍ୟ ମନ୍ଦିର ଚତୃପାର୍ଶ୍ୱ  ବୁଲି ମନ୍ଦିର ର  ଶୁଷ୍କ ଜୀବନ୍ତ ମନଲୋଭା  ପଥରରେ ଖୋଦିତ କାରୁକାର୍ଯ୍ୟ କୁ ମହାମହିମ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଉପଭୋଗ କରିଥିଲେ  ପରେ ରାଷ୍ଟ୍ରପତି ଦମ୍ପତି ଓ ତାଙ୍କ ପରିବାର ସୂର୍ଯ୍ୟ ମନ୍ଦିର ର ଚକ ନିକଟରେ ଫଟୋ ଉଠାଇଥିଲେ  ସେଠାରୁ   ସେ    ଆଇଓସିଏଲ  କୁ     ଯାଇ   ବାଖ୍ୟାନ କେନ୍ଦ୍ର ବୁଲି ଥିଲେ । ପରେ ୧୨.୪୦ ସୁୁଧା   କଡା ସୁୁରକ୍ଷା ବଳୟରେ କୋଣାର୍କର ଯାତ୍ରି ନିବାସ  ରେ     ପହଞ୍ଚୀ   ଓଟିଡିସି ଦ୍ବାରା ପ୍ରସ୍ତୁତ  ମଧ୍ୟାହ୍ନ ଭୋଜନ କରିଥିଲେ ଯେଉଁଥିରେ ସଂପୂର୍ଣ୍ଣ ଓଡ଼ିଆ ଖାଦ୍ୟ  ଯଥା ଡେରାଡୁନ ଚାଉଳରେ ଭାତ , ରୁଟି, ଡାଲମା   ,କଖାରୁ ଫୁଲ ପିଠାଉ ବରା ,ଖଙ୍ଗା ମାଛ ବେସର କଖାରୁ ଓ ରଶୁଣ ସୁପୁ , ଭେଜି ଟେବୁଲ କବାକ ,ଚିକେନ୍ କବାକ ,ଖାସି ମାଂସ କରି ,ଶାଗ ଭଜା , ସିନ୍ତୁଳା ,    ଛେନା ତରକାରୀ ,ଛେନା ପୋଡ଼ ଓ ରସଗୋଲା  ଆଦି ୨୫ ପ୍ରକାର ବ୍ୟଞ୍ଜନ ରେ ରାଷ୍ଟ୍ରପତି ଙ୍କୁ ଆପ୍ୟାୟିତ କରାଯାଇଥିଲା  ପରେ ମହାମହିମ  ସେଠାରେ   ଆଗରୁ ପ୍ରସ୍ତୁତ କରି ରଖାଯାଇଥିବା ସ୍ବତନ୍ତ  କୋଠରୀରେ  ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଶ୍ରାମ କରିଥିଲେ ।ପରେ ସେଠାରୁ ୪ଟା ୫ ରେ କଡ଼ାସୁରକ୍ଷା ବଳୟ ଭିତରେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ  କୋଣାର୍କ ହେଲିପ୍ୟାଡରେ ପହଂଛି ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ , ମହାମହିମ  ରାଷ୍ଟ୍ରପତି ଙ୍କ ସହ ଓଡିଶା ର ମହାମହିମ ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ,ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ପୁରୀ ଓ କୋଣାର୍କ ଗ୍ରସ୍ତ କରିଥିଲେ ।ରାଷ୍ଟ୍ରପତି ଙ୍କ ଗ୍ରସ୍ତକୁ ଦୃଷ୍ଟିରେ  ରଖି  ପୁରୀ ଓ କୋଣାର୍କରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କୁ ପୁରୀ ଏସ୍ପି କେ ଵିଶାଲ ସିଂ ଙ୍କ ନେର୍ତ୍ତୃତ୍ୱରେ କଡାକଡି କରାଯାଇଥିଲା ।

Comments are closed.